ଆସନ୍ତା ୧ ଏପ୍ରେଲରୁ ନୂଆପଡା ରେ ମାରାଗୁଡା ଉତ୍ସବ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

Feb 28, 2025 - 21:56
 0  16
ଆସନ୍ତା ୧ ଏପ୍ରେଲରୁ ନୂଆପଡା ରେ ମାରାଗୁଡା ଉତ୍ସବ ପାଇଁ  ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ନୂଆପଡା : ଆସନ୍ତା ୧ ଅପ୍ରେଲରୁ ପାଞ୍ଚଦିନ ବ୍ୟାପି ମାରଗୁଡ। ଉତ୍ସବ ପାଳିତ ହେବ । ଏନେଇ ଜିଲ୍ଲାସଦର ମହକୁମା ସଦଭାବନା ସଭାଗୃହରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ପୁର୍ବ ବର୍ଷ ପରି ନୂଆପଡା ଜିଲ୍ଲାର ସ୍ମରଣିକା ନୂଆପଡା ଦର୍ପଣ ମଧ୍ୟ ପ୍ରକାଶନ କରିବାର ନିଷ୍ପତି ହୋଇଛି । ଏହି ବୈଠକରେ ଜିଲ୍ଲାପାଳ ମଧୁସୂଦନ ଦାସଙ୍କ ସମେତ ଆରକ୍ଷୀ ଅଧିକ୍ଷକ ଗୁଣ୍ଡାଲା ରେଡ୍ଡୀ ରାଘବେନ୍ଦ୍ର, ଜିଲ୍ଲାପରିଷଦ ଅଧ୍ୟକ୍ଷା ଡଲି ମାଝି, ଉପାଧ୍ୟକ୍ଷା ଇ. ଦିପିକା ଦୀପ, ଖଡିଆଳ ବ୍ଲକ ଅଧ୍ୟକ୍ଷା ପୁଷ୍ପାଞ୍ଜଳି ନନ୍ଦ, କୋମନା ବ୍ଳକ ଅଧ୍ୟକ୍ଷା ଅନୁଶୁୟା କୁମ୍ଭାର, ନୂଆପଡା ବ୍ଲକ ଅଧ୍ୟକ୍ଷା ତାରେଶ୍ବର ସାହୁ, ଖରିଆର ରୋଡ ବିଜ୍ଞାପିତ ଅଂଚଳ ପରିଷଦ ଅଧ୍ୟକ୍ଷା ଡ. ସୋନିଆ, ଜୈନ, ପୂର୍ବତନ ସାଂସଦ ବସନ୍ତ କୁମାର ପଣ୍ଡା, ସୁନବେଡl ବନ୍ୟପ୍ରାଣି ବନଖଣ୍ଡ ଅଧିକାରୀ ମହାଦେବ ବୁଡାଇଜ, ନୂଆପଡା ଜିଲ୍ଲା ଅତିରିକ୍ତ ଜିଲ୍ଲାପାଳ ସୁବାସ ଚନ୍ଦ୍ର ରଇତ, ଭୀମସେନ ଶବର, ଜିଲ୍ଲାମୁଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆ, ଉପଜିଲ୍ଲାପାଳ ଜୋଗେନ୍ଦ୍ର ମାଝି, ଜିଲ୍ଲା ଶିଶୁ ମଙ୍ଗଳ ସମିତି ର ଅଧ୍ୟକ୍ଷତ, ଫଣିନ୍ଦମ ସିଂ ଦେଓ, ନୂଆପଡା ଜିଲ୍ଲା ଓକିଲ ସଂଘର ସଭାପତି କ୍ଷିତୀଶ ଅଶୋକ ବୋଧନକର, ଜିଲ୍ଲା ସିଭିଲବାର ସଭାପତି ଶୁଶାନ୍ତ ପତି, ପ୍ରସନ୍ନ କୁମାର ପାଢୀ, ପ୍ରସନ୍ନ ଚନ୍ଦ୍ର ମହାପାତ୍ର, ମୁରଲିଧର ପଣ୍ଡା, ଜିଲ୍ଲା ଭାଜପା ସଭାପତି କମଲେଶ ଦିକ୍ଷିତ, ରୋଜ କୁମାର ସାହୁ, ଲମ୍ବୋଦର ନିଆଲ, ଯଦୁମଣି ପାଣିଗ୍ରାହୀ, ଜିତୁ ପଟ୍ଟନାୟକ, ଡ଼. ବାସୁଦେବ ସୁନାନୀ, ଡ. ଶିବ ପ୍ରଶାଦ ବେହେରା, ଶାରାଲା ସଙ୍ଗୀତ ଅନୁଷ୍ଠାନର ଶଙ୍କରର୍ଶଣ ପୁରୋହିତ, ଢୋଲହୁରି ର ଜୋଗେନ୍ଦ୍ର ନାଏକ, ରବି ମଙ୍ଗରାଜ ଓ ଅନ୍ୟ ଜିଲ୍ଲା ସ୍ତରିୟ ଅଧିକାରୀମାନେ ଉପସ୍ଥିତ ଥିଲେ । ଏହି ଅବସରରେ ସମସ୍ତେ ଦିର୍ଘ ୧୪ ବର୍ଷ ପରେ ମାରଗୁତ। ଉତ୍ସବ ପୁଣି ଥରେ ହେଉଥିବାରୁ ଜିଲ୍ଲାପାଳ ଙ୍କ ନିଶୃତି କୁ ସ୍ୱାଗତ କରିଥିଲେ। ମାରଗୁଡ। ଉତ୍ସବ ସହ ପଲ୍ଲିଶ୍ରୀ ମେଳ। ମଧ୍ୟ ଅନୁଷ୍ଠିତ ହେବାନେଇ ଜିଲ୍ଲାପାଳ ଘୋଷଣା କରିଥିଲେ ।

ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ