।। ଆଧାର କାର୍ଡରେ ମୋବାଇଲ୍ ଲିଙ୍କ କରିବାକୁ ପାଟଣା ଉପ ଡାକଘର ବାହାରେ ପ୍ରବଳ ଭିଡ଼ ।।

Oct 6, 2024 - 18:20
 0  7
।। ଆଧାର କାର୍ଡରେ ମୋବାଇଲ୍ ଲିଙ୍କ କରିବାକୁ ପାଟଣା ଉପ ଡାକଘର ବାହାରେ ପ୍ରବଳ ଭିଡ଼ ।।

କେନ୍ଦୁଝର ଜିଲ୍ଲାର ପାଟଣା ବ୍ଲକ ମୁଖ୍ୟାଳୟରେ ଉପ ଡ଼ାକଘର ବାହାରେ ଏବେ ନାହିଁ ନଥିବା ଭିଡ଼ ପରିଲକ୍ଷିତ ହେଉଛି। ଆଧାର କାର୍ଡକୁ ବୈଧ ମୋବାଇଲ ନଂ ସହ ଯୋଡ଼ିବାକୁ ଲୋକେ ଲମ୍ବା ଲାଇନରେ ଠିଆ ହୋଇ ରହୁଛନ୍ତି। ବୁଢ଼ାବୁଢ଼ୀ ମହିଳା ସବୁ ଏମିତି ଖରାରେ ସିଜି ଘଣ୍ଟା ଘଣ୍ଟା ଠିଆ ହୋଇ ରହୁଛନ୍ତି। ସେଲାଗି ଛାମୁଣ୍ଡିଆ ଟେଣ୍ଟ ପାଣି କିଛି ବ୍ୟବସ୍ଥା ନାହିଁ। ଲୋକଙ୍କ ଅସୁବିଧା ସମୟରେ ନେତାମାନେ ଆସି ଠିଆ ହେବାକୁ ଲୋକେ ଦାବି କରୁଛନ୍ତି। ତେବେ ପାଟଣା ଉପ ଡ଼ାକ ଘରେ ଆବଶ୍ୟକ କର୍ମଚାରୀଙ୍କ ଅଭାବରୁ ପରିସ୍ଥିତି ଦାରୁଣ ଦୃଶ୍ୟ ସୃଷ୍ଟି କରୁଛି। ତେଣୁ ଆବଶ୍ୟକ କର୍ମଚାରୀ ସହ ବର୍ତ୍ତମାନ ଲାଗି କିଛି ଯୁବକ ଯୁବତୀଙ୍କୁ ଏହି ଲିଙ୍କ ଯୋଡିବା କାମ ଦେଲେ ଲୋକେ ଏତେ ହଇରାଣ ହୁଅନ୍ତେ ନାହିଁ ବୋଲି କ୍ଷୋଭର ସହ କହିଛନ୍ତି ।

କେନ୍ଦୁଝର ରୁ ଦଶରଥ ବାରିକ୍ ଙ୍କ ରିପୋର୍ଟ ଫାଷ୍ଟ ନିଉଜ ଓଡ଼ିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ