।। ଆଇ ଆଇ ସି ଙ୍କୁ ଧରି ପୁଣି ଛାଡି ଦେଲା ଭିଜିଲାନ୍ସ ।।

Jul 20, 2025 - 11:08
 0  171
।। ଆଇ ଆଇ ସି ଙ୍କୁ ଧରି ପୁଣି ଛାଡି ଦେଲା ଭିଜିଲାନ୍ସ ।।

ଡାବୁଗାଁ : ୨୦.୦୭.୨୦୨୫ ରିଖ: ଫେଲ୍ ମାରିଲା ଭିଜିଲାନ୍ସ ମିଶନ ! ବର୍ତ୍ତିଗଲେ ଆଇଆଇସି ! ନବରଙ୍ଗପୁର ରେ ଦେଖିବାକୁ ମିଳିଛି ଏକ ରୋଚକ ଦୃଶ୍ୟ ! ବସ ରେ ଯାଉଥିବା ଆଇଆଇସି ଙ୍କୁ ଧରି ପୁଣି କିଛି ସମୟ ପରେ ଛାଡି ଦେଇଛି ଭିଜିଲାନ୍ସ ! ଯାହା ଚର୍ଚ୍ଚା ର କେନ୍ଦ୍ର ପାଲଟିଛି ! ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଆଇଆଇସି ଗୋପାଳ କୃଷ୍ଣ ଅଗୁପାତ୍ର କୌଣସି କାମକୁ ନେଇ ବ୍ରହ୍ମପୁର ଯିବା ପାଇଁ ବ୍ରହ୍ମପୁର ଯାଉଥିବା ବରାଳ ଦେବୀ ନାମକ ଏକ ଘରୋଇ ବସ ରେ ପାପଡାହାଣ୍ଡି ଠାରେ ଆଇଆଇସି ଅଗୁପାତ୍ର ଚଢିଥିଲେ,ତେବେ ବସ୍ ଅଳ୍ପ ବାଟ ଯିବା ପରେ ପାପଡାହାଣ୍ଡି ସ୍ଥିତ ହନୁମାନ ମନ୍ଦିର ନିକଟରେ କୌଣସି ବିଶ୍ୱସ୍ତ ସୂତ୍ର ରୁ ଖବର ପାଇ ନିଜ ଯୋଜନା ମୁତାବକ ପାପଡାହାଣ୍ଡି ଠାରେ ଅପେକ୍ଷା କରିଥିବା ଭିଜିଲାନ୍ସର ଏକ ଟିମ ଆଇଆଇସି ଅଗୁପାତ୍ର ଙ୍କୁ ବସ ରୁ ଓହ୍ଲାଇ ଭିଜିଲାନ୍ସ ଗାଡି ରେ ବସାଇଥିଲେ ! ପ୍ରତ୍ୟକ୍ଷ ଦର୍ଶୀ ଙ୍କ କହିବା ଅନୁସାରେ କେହି କିଛି ବୁଝିବା ପୂର୍ବରୁ ଗାଡି ସହିତ କଳାହାଣ୍ଡି ରାସ୍ତା ଅଭିମୁଖେ ଆଇଆଇସି ଙ୍କୁ ନେଇଥିଲେ ! ଗିରଫ ର କାରଣ ନେଇ ସମସ୍ତେ ଉତ୍କଣ୍ଠା ର ସହିତ ଅପେକ୍ଷା କରିଥିବା ବେଳେ ପୁଣି ଆଇଆଇସି ଙ୍କ ଠାରୁ କିଛି ମିଳିନଥିବାରୁ ଛାଡିଦେଇଥିବା ଭିଜିଲାନ୍ସ ତରଫରୁ ସୂଚନା ମିଳିଛି ! ଯାହାକୁ ନେଇ କାହିଁକି ତାଙ୍କୁ ନେଇଥିଲେ କେଉଁ କାରଣ ରୁ ଛାଡି ଦେଲେ ତାହାକୁ ନେଇ ସାଧାରଣରେ ଦ୍ଵନ୍ଦ ସୃଷ୍ଟି ହୋଇଛି !

 ନବରଙ୍ଗପୁର ରୁ ରଞ୍ଜିତ ନାୟକ ଙ୍କ ରିପୋର୍ଟ First News Odisha !

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ