।। ଅଳ୍ପକେ ବର୍ତ୍ତିଲେ ପରିବାର ଲୋକେ,ବର୍ଷାରେ ଭୁଶୁଡିଲା ଘର, ବେସାହାରା ହୋଇ ପରିବାର ହନ୍ତସନ୍ତ ।।

Jun 30, 2024 - 10:26
 0  92
।। ଅଳ୍ପକେ ବର୍ତ୍ତିଲେ ପରିବାର ଲୋକେ,ବର୍ଷାରେ ଭୁଶୁଡିଲା ଘର, ବେସାହାରା ହୋଇ ପରିବାର ହନ୍ତସନ୍ତ ।।

ତା-୩୦/୦୬/୨୦୨୪-ଫାଷ୍ଟ ନ୍ୟୁଜ ଓଡ଼ିଶା (କଳାହାଣ୍ଡି-ଅତିରିକ୍ତ ଜିଲ୍ଲା ପ୍ରତିନିଧି-ବାବୁଲି ହରିଜନ)ଲଘୁଚାପ ଜନିତ ଅଳ୍ପ ବର୍ଷା ଓ ପବନରେ ଭୂଷଡ଼ି ପଡିଲା ଅଞ୍ଜନା ଙ୍କ ଘର,ଅଳ୍ପକେ ବର୍ତ୍ତି ଯାଇଛନ୍ତି ପରିବାର ଲୋକେ। ପ୍ରାପ୍ତ ସୂଚନା ଅନୁସାରେ କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକ ଅନ୍ତର୍ଗତ ହାରାମାଲ ଗ୍ରାମ ପଞ୍ଚାୟତ ର ହାରାମାଲ ଗ୍ରାମର ଅଞ୍ଜନା ସୁନାନୀ ଙ୍କ ପରିବାର ଶୋଇଥିବା ବେଳେ ଗତ ରାତ୍ର ପ୍ରାୟ ୪ ଘଣ୍ଟା ସମୟରେ ପ୍ରବଳ ପବନ ଓ ବର୍ଷା ହେବା ଫଳରେ ଘର ଭୁଶୁଡି ପଡ଼ିଥିବାରୁ ପରିବାର ବ୍ୟବହାର କରୁଥିବା ଅନେକ ସାମଗ୍ରୀ ନଷ୍ଟ ହେବା ସହ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଅଞ୍ଜନା ଙ୍କ ପରିବାର। ସେହି ଭଙ୍ଗା ଘରରେ ପରିବାରର ୫ ଜଣ ଲୋକ ରାତିସାରା ବର୍ଷା ପାଣିରେ ଭିଜି ରହିଥିବା ସହ ଘରର ଅନ୍ୟ ଜିନିଷ ଗୁଡିକ ଭିଜି ନଷ୍ଟ ହୋଇଯାଇଛି। ଅଞ୍ଜନା ଜଣେ ନିରୀହ ଗରିବ ଶ୍ରେଣୀ ର ଲୋକ ଦୀର୍ଘ ୩୦ ବର୍ଷ ହେବ ତାଙ୍କ ସ୍ୱାମୀ ଆର ପାରି କୁ ଚାଲିଯିବା ପରେ ସେହି ଘରକୁ ସଜାଡି ପୁଅ ବୈଲୋଚନ ସୁନାନୀ ଓ ବହୂ ପ୍ରୀତି ସୁନାନୀ ଏବଂ ଦୁଇ ନାତି ନାତୁଣୀ ଙ୍କ ହସ ଖୁସିରେ ଚଳି ଆସୁଥିଲେ ହେଲେ ଲଘୁଚାପ ଜନିତ ବର୍ଷାରେ ଘର ଭୂଷଡ଼ି ଯିବାରୁ ଅଞ୍ଜନା ବେସାହାରା ହୋଇ ପଡିଛନ୍ତି। ଏବେ କେଉଁଠି ୫ ପରିବାର କୁ ନେଇ ରଖିବେ ତାହା ନେଇ ଚିନ୍ତିତ ଅଞ୍ଜନା। ବହୁତ୍ ଦୁଃଖର ବିଷୟ କି ଘର ଖଣ୍ଡେ ପାଇଁ ଅନେକ ଥର ସରକାର କୁ ଅଭିଯୋଗ କରିଥିଲେ ହେଲେ ତାହା ମଧ୍ୟ ସରକାର କୁ କର୍ଣ୍ଣପାତ ହେଇନଥିଲା ବଳି କହିଛନ୍ତି ପରିବାର ଲୋକେ ।ବର୍ତ୍ତମାନ ଭଙ୍ଗାଘର କୁ ସଜାଡିବା ପାଇଁ ଅଞ୍ଜନା ଅସକ୍ଷମ। ତେଣୁ ତାଙ୍କୁ ସରକାର ଙ୍କ ତରଫରୁ କିଛି ଆର୍ଥିକ ସୁବିଧା ସହ ପକ୍କା ଘର ଖଣ୍ଡିଏ ଯୋଗାଇ ଦେବା ନିମନ୍ତେ ପ୍ରଶାସନ ପାଖରେ ଗୁହାରି କରିଛନ୍ତି।

 କଲାହାଣ୍ଡି ଜିଲ୍ଲା ରୁ ବାବୁଲି ହରିଜନ ଙ୍କ ରିପୋର୍ଟ୍ FIRST NEWS ODISHA.

What's Your Reaction?

Like Like 1
Dislike Dislike 0
Love Love 1
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ