।। ଅରଙ୍ଗାବାଦ ଉଚ୍ଚ ବିଦ୍ୟାଳୟ ରେ ଶିକ୍ଷାସପ୍ତାହ ଉଦଯାପିତ ।।

Aug 1, 2024 - 18:07
 0  61
।। ଅରଙ୍ଗାବାଦ  ଉଚ୍ଚ ବିଦ୍ୟାଳୟ ରେ ଶିକ୍ଷାସପ୍ତାହ  ଉଦଯାପିତ ।।

ଯାଜପୁର ଜିଲ୍ଲା ବରୀ ବ୍ଲକ ଅଧିନ ଅରଙ୍ଗାବାଦ ଉଚ୍ଚ ବିଦ୍ୟାଳୟ ପରିସରରେ ସପ୍ତାହ ବ୍ଯାପି ଶିକ୍ଷା ସାପ୍ତାହ ଚାଲିଥିଲା ବେଳେ ସୋମବାର ଉଦଯାପିତ ହୋଇଯାଇଛି।ପ୍ରଥମ ଦିବସ ରେ ଶିକ୍ଷଣିୟ ସାମଗ୍ରି ଦିବସ ରୂପେ ପାଳନ କରାଯାଇ ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ଚିତ୍ରାଙ୍କନ ପ୍ରତିଯୋଗିତା କରାଯାଇଥିଲା।ଦ୍ବିତୀୟ ଦିବସ ରେ ଏଫ ଏଲ ଏନ ,ତୃତୀୟ ଦିବସ ରେ କ୍ରୀଡା ,ଚତୁର୍ଥ ଦିବସ ରେ କଳା ପ୍ରତିଭା ପାଇଁ ସଙ୍ଗୀତ ନୃତ୍ୟ ଆଦି ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ପରିବେଷଣ କରାଯାଇଥିଲା।ପଞ୍ଚମ ଦିନ ଦକ୍ଷତା , ଷଷ୍ଠ ଦିବସ ରେ ଇକୋକ୍ଲବ ଆନୁକୁଲ୍ଯରେ ଚାରାରୋପଣ କାର୍ଯ୍ୟକ୍ରମ ରେ ପଚାଶ ରୁ ଉର୍ଦ୍ଧ ଚାରା ରୋପଣ କରାଯାଇଥିଲା। ମା ପାଇଁ ଗଛ ଟିଏ ଛାତ୍ର ଛାତ୍ରୀ ମାନେ ଚାରାରୋପଣ କରିଥିଲେ। ସପ୍ତମ ଦିବସ ଉଦଯାପିତ ହୋଇ ଏଥିରେ କମ୍ଯୁନିଟି ଇନଭେଲମେଣ୍ଟ ଦିବସ ରୂପେ ପାଳନ କରାଯାଇଥିଲା। ଏଥିରେ ସ୍ଥାନୀୟ ଗ୍ରାମର ସ୍ଵେଚ୍ଛାସେବୀ ଉମେଶ ଚନ୍ଦ୍ର ଦାସ ,ନିରୋଦ ଚନ୍ଦ୍ର ମଲ୍ଲିକ, ହେମନ୍ତ କୁମାର ରାଉତ ପ୍ରମୁଖ ଯୋଗଦେଇ ବକ୍ତବ୍ଯ ପ୍ରଦାନ କରିଥିଲେ। ପ୍ରଧାନ ଶିକ୍ଷୟତ୍ରୀ ସୁଵାସିନୀ ଦ୍ବିବେଦୀ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ସଭାରେ ଛାତ୍ର ଛାତ୍ରୀ ମାନଙ୍କ ବୌଦ୍ଧିକ ବିକାଶ ଉପରେ ଆଲୋକପାତ କରି ସ୍ଵେଚ୍ଛାସେବୀ ମାନଙ୍କ ପରିଚୟ ପ୍ରଦାନ କରିଥିଲେ। ଶେଷରେ ବିଦ୍ୟାଳୟ ପକ୍ଷରୁ ଧନ୍ୟବାଦ ପ୍ରଦାନ କରାଯାଇଥିଲା।ଶିକ୍ଷକ ବ୍ରଜ ମୋହନ ସାହୁ ,ବିରେନ୍ଦ୍ର ଦ୍ବିବେଦୀ , ତ୍ରିଲୋଚନ ପଣ୍ଡା ଙ୍କ ସମେତ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ସହଯୋଗ କରିଥିଲେ।

 ବରୀ ପ୍ରତିନିଧି ରଞ୍ଜିତ ମହାନ୍ତିଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡ଼ିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ