।। ଅବକାରୀ ବିଭାଗ ଦ୍ଵାରା ମିଳିଛି ବଡ଼ ସଫଳତା କାର ସହ ଲକ୍ଷାଧିକ ଟଙ୍କାର ଗୋଞ୍ଜେଇ ଯଵତ ଦୁଇ ଗିରଫ୍ ।।

Aug 29, 2024 - 22:31
 0  8
।। ଅବକାରୀ ବିଭାଗ ଦ୍ଵାରା ମିଳିଛି ବଡ଼ ସଫଳତା କାର ସହ ଲକ୍ଷାଧିକ ଟଙ୍କାର ଗୋଞ୍ଜେଇ ଯଵତ ଦୁଇ ଗିରଫ୍ ।।

ମୁନିଗୁଡ଼ା, ରାୟଗଡ଼ା ଜିଲ୍ଲା ମୁନିଗୁଡା ଅବକାରୀ ବିଭାଗ ମିଳିଛି ବଡ ସଫଳତା ମୁନିଗୁଡ଼ା ରେଳ ଷ୍ଟେସନ ଛକ ନିକଟରୁ ଏକ କାର ସହ ଲକ୍ଷାଧିକ ଟଙ୍କାର ଗୋଞ୍ଜେଇ ଯଵତ ହୋଇଥିବା ବେଳେ ଦୁଇ ଜଣ ଚାଲାଣୀକାରୀ ଗିରଫ ହୋଇଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ ଏକ ଇଟିକା କାରରେ ଗୋଞ୍ଜେଇ ଚୋରାଚାଲାଣ ବେଳେ ବିଶେଷ ସୂତ୍ରରୁ ଖବର ପାଇଁ ଅବକାରୀ ବିଭାଗ ଚଢାଉ କରିଥଲେ ରାୟଗଡାର ଜିଲ୍ଲାର ଜିଲ୍ଲାପାଳ ପାରୁଲ ପାଟୱାରୀ ମହାଶୟା ଏବଂ ରାୟଗଡା ଅବକାରୀ ଅଧିକ୍ଷକ ଶ୍ରୀ ସନ୍ତୋଷ କୁମାର ଧଳସାମନ୍ତଙ୍କ ନିର୍ଦେଶ କ୍ରମେ ରାୟଗଡା ଅବକାରୀ ଉପ ଅଧିକ୍ଷକ ଶ୍ରୀ ଗୁପ୍ତେଶ୍ୱର ପ୍ରଧାନ ଓ ଅବକାରୀ ନିରୀକ୍ଷକ ଶ୍ରୀମତି ପ୍ରିତିଧାରା ନାୟକ ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅଦ୍ୟ ତା ୨୮/୦୮୨୦୨୪ ରିଖ ମୁନିଗୁଡ଼ା ଅବକାରୀ ଉପ - ନିରୀକ୍ଷକ ଶ୍ରୀ ପଙ୍କଜ କୁମାର ନାଏକ ଙ୍କ ନେତୃତ୍ବରେ ଏକ ଟିମ୍ ଗଠନ କରି ରେଳୱ।ଇ ଷ୍ଟେସନ ସମ୍ମୁଖରୁ ୧୪ କେଜି ୫୦୦ ଗ୍ରାମ ଗଞ୍ଜେଇ ଜବତ କରାଯାଇଛି। ଏହି ଚୋରାଚାଲାଣ ରେ ବ୍ୟବହାର ହୋଇଥିବା ଇଟିକା କାର୍ ନଂ ଓଡି ୧୭ ଏଫ୍ ୬୩୪୨ ଜବତ କରିବା ସହ ୨ଜଣ ଚାଲାଣ କାରୀଙ୍କୁ ଗିରଫ୍ କରାଯାଇଛି। ଜବତ ଗଞ୍ଜେଇ ଆନୁମାନିକ ମୁଲ୍ୟ 6,45000 ଟଙ୍କା ହେବ ବୋଲି ଜଣାପଡିଛି। ଏହି ଗଞ୍ଜେଇ କୁ ଫୁଲ ବାଣୀ ଜିଲ୍ଲା ବାଲିଗୁଡା ଅଞ୍ଚଳ ରୁ କେରଳ ରାଜ୍ୟ ଏର୍ନାକୁଲମ ଅଞ୍ଚଳ କୁ ନେଉଥିବା ସମୟରେ ଅବକାରୀ ବିଭାଗ ହାତରେ ଧରାପଡ଼ିଛନ୍ତି। ଏହି ଚୋରାଚାଲାଣ ଅଭିଯୁକ୍ତଙ୍କୁ ଅବକାରୀ ବିଭାଗ କୁସୁମ ଗୁଡ଼ି ଗ୍ରାମର କିଶୋର ନାଗ,(୨୨ବର୍ଷ)ଓ ଧୁଆଁ ପଦର ଗ୍ରାମର ଟୁନା କନ୍ଧପାଣି,(୩୩ ବର୍ଷ) ଙ୍କୁ କୋର୍ଟ ଚାଲାଣ କରିଛି। ଏହି ଚୋରାଚାଲାଣ ସମୟ ଚଢ଼ାଉ ବେଳେ ଉପନିରୀକ୍ଷକ ସମେତ ଅନ୍ୟାନ୍ୟ ଷ୍ଟାଫ୍ ଯଥା ଘନଶ୍ୟାମ ବେହେରା ,ଜଗନ୍ନାଥ ଜେନା ଓ ସୁରଜ୍ ବୁଡେକ୍ ସାମିଲ ଥିଲେ ।

ରାୟଗଡ଼ା ରୁ ସଞ୍ଜୟ କୁମାର ନାଗ ଙ୍କ ରିପୋର୍ଟ ଫାଷ୍ଟ ନ୍ୟିୟୁଜ୍ ଓଡ଼ିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ