।। ଅବକାରୀ ବିଭାଗ ଏବଂ ରେଲୱେ ଆର,ପି,ଏଫ ପକ୍ଷରୁ ୨୬ କେଜି ୩୩୦ଗ୍ରାମ ଗଞ୍ଜେଇ ଜବତ ସହିତ ୩ ଅନ୍ତରାଜ୍ୟ ଚୋର ଗିରଫ ।।

Mar 21, 2024 - 11:48
 0  31
।। ଅବକାରୀ ବିଭାଗ ଏବଂ ରେଲୱେ ଆର,ପି,ଏଫ ପକ୍ଷରୁ ୨୬ କେଜି ୩୩୦ଗ୍ରାମ ଗଞ୍ଜେଇ ଜବତ ସହିତ ୩  ଅନ୍ତରାଜ୍ୟ ଚୋର ଗିରଫ ।।

ଟିଟିଲାଗଡ଼ ର ଅବକାରୀ ବିଭାଗ ଏବଂ ରେଲୱେ ,ଆର ପି ଏଫ ର ମିଳିତ ଉଦ୍ୟମ କ୍ରମେ, ଟିଟିଲାଗଡ଼ ରେଲୱେ ଷ୍ଟେସନ ର ୨୬ କେଜି ୩୩୦ ଗ୍ରାମ ଗଂଞ୍ଜେଇ ସହ ତିନି ଅନ୍ତରାଜ୍ୟ ଗଞ୍ଜେଇ ମାଫିଆ ଙ୍କୁ ଗିରଫ କରିଛନ୍ତି । ଏହି ଜବତ ଗଞ୍ଜେଇ ର ମୂଲ୍ୟ ୨ ଲକ୍ଷ ୬୩ ହଜାର ପାଖା ପାଖି ହେବବୋଲି ଜଣାପଡିଛି। ସୂଚନାନୁସାରେ ମଧ୍ୟପ୍ରଦେଶ ରାଜ୍ୟ ର ଉଦୟରାଜ ପଟେଲ ନାଏକ ବୟସ (୧୯ ବର୍ଷ) , ବିରେନ୍ଦ୍ର କୁଶବାହା (୨୪ ବର୍ଷ) ଏବଂ ଆନନ୍ଦ କୁଶବାହା (୨୨ ବର୍ଷ) ଉତ୍ତର ପ୍ରଦେଶ ରାଜ୍ୟର ଗତକାଲି ରାତିରେ ଗଂଜେଇ ଚୋରା ଚାଲାଣ କରୁଥିବା ସମୟରେ ଟିଟିଲାଗଡ଼ ରେଳଷ୍ଟେସନ ଠାରେ ଟିଟିଲାଗଡ଼ ଅବକାରୀ ବିଭାଗ ଏବଂ ଆର,ପି, ଏଫ୍ ପକ୍ଷରୁ ଚଢାଉ କରି ଏହି ତିନି ଜଣଙ୍କୁ ଗିରଫ କରିଥିବା ସୂଚନା ମିଳିଛି | ଅପରପକ୍ଷରେ ଏହି ଅଭିଯୁକ୍ତ ମାନଙ୍କୁ ଆଜି ଦିନ ୧୦ ସମୟରେ କେସ ନମ୍ବର ୨୨୮/୨୦୨୩-୨୪ ରେ କୋଟ ଫରୁଆଡ କରାଯାଇଛି ବୋଲି ଅବକାରୀ ବିଭାଗ ଓ,ଆଇ,ସି ଆଶିଷ ବେହେରା ଦିନ ସକାଳ ୧୦ଟା ରେ ସୂଚନା ଦେଇଛନ୍ତି। ।

ଟିଟିଲାଗଡ ରୁ ସତ୍ୟଜିତ ଷଡ଼ଙ୍ଗୀ ଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ