ଅତିରିକ୍ତ ଗୋଷ୍ଠି ଶିକ୍ଷା ଅଧିକାରୀଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା
କୋଲାବିରା, ୩।୭(ଫାଷ୍ଟ ନ୍ୟୁଜ ଓଡିଶା):କୋଲାବିରା ବ୍ଳକର ଅତିରିକ୍ତ ଗୋଷ୍ଠି ଶିକ୍ଷା ଅଧିକାରୀ ନିର୍ମଳା ଶତପଥୁ ଦୀର୍ଘ ୩୪ ବର୍ଷର ଗୌରବମୟ ଅଧ୍ୟାପନା ଜୀବନ ସମାପ୍ତ କରି ଅବସର ଗ୍ରହଣ କରିଛନ୍ତି । ଏଇ ଅବସରରେ ଗୋଷ୍ଠି ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଆୟୋଜିତ ସମ୍ବର୍ଦ୍ଧନା ସଭାରେ ତାଙ୍କର ଶିକ୍ଷା,ସାହିତ୍ୟ,ପ୍ରଶାସନିକ କାର୍ଯ୍ୟଦକ୍ଷତା ଓ ସମାଜ ପ୍ରତି ଅବଦାନକୁ ଉଚ୍ଚ ପ୍ରଶଂସା କରାଯାଇଥିଲା । ଗୋଷ୍ଠି ଶିକ୍ଷା ଅଧିକାରୀ ପ୍ରକାଶ ସାହୁଙ୍କ ପୌରହିତ୍ୟରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲା ଶିକ୍ଷା ଅଧିକାରୀ ରାଧାକାନ୍ତ ଗର୍ତିଆ ଯୋଗଦେଇଥିବା ବେଳେ ଝିଲ୍ଲାପାଲି ଗୋଷ୍ଠି ସଂଯୋଜକ ବିରଂଚି ପଟେଲ, ପ୍ରାଥମିକ ଶିକ୍ଷକ ସଂଘର ଅଶୋକ କୁମାର ସାହୁ ପ୍ରମୁଖ ମଂଚାସୀନ ଥିଲେ । କୋଲାବିରା ଗ୍ରାମର ମୂଲ ବାସିନ୍ଦା ନିର୍ମଳା ଶତପଥ କୋଲାବିରା ସରକାରୀ ପଂଚାୟତ ସମିତି ଉଚ୍ଚ ବିଦ୍ୟାଳୟରୁ ସ୍କୁଲ ଶିକ୍ଷା ସମାପ୍ତ କରି ସୁନ୍ଦରଗତ ସରକାରୀ ମହିଳା ମହାବିଦ୍ୟାଳୟ ଏବଂ ସମ୍ବଲପୁର ଡ.ପର୍ଶୁରାମ ମିଶ୍ର ଅଗ୍ରଗାମୀ ଶିକ୍ଷା ପ୍ରତିଷ୍ଠାନରୁ ଉଚ୍ଚ ଶିକ୍ଷା ଗ୍ରହଣ କରିଥିଲେ । ବ୍ରଜରାଜନଗର ସାନଜୋବ ଉଚ୍ଚ ପ୍ରଥମିକ ବିଦ୍ୟାଳୟରୁ ଅଧ୍ୟାପନା ଆରମ୍ଭକରି ଉକ୍ତ ବିଦ୍ୟାଳୟରେ ୨୭ ବର୍ଷ ସେବା ପ୍ରଦାନ କରିଥିଲେ । ୨୦୧୯ ମସିହାରୁ ପଦଦୋନ୍ନତୀ ପଶ୍ଚାତ ୨୦୨୧ ରୁ କୋଲାବିରା ବ୍ଲକରେ ଅତିରିକ୍ତ ଗୋଷ୍ଠି ଶିକ୍ଷା ଅଧିକାରୀ ଭାବେ କାର୍ଯ୍ୟ କରି ଅବସର ଗ୍ରହଣ କରିଛନ୍ତି । ଅତିରିକ୍ତ ଗୋଷ୍ଠି ଶିକ୍ଷା ଅଧ୍ବକାରୀ ଦାଇତ୍ଵ ସହ ଗୋଷ୍ଠି ସଂଯୋଜକ ଭାବରେ ୬ ବର୍ଷ ଦାଇତ୍ଵ ନିର୍ବାହ କରିଛନ୍ତି । କୋଲବିରା ପ୍ରାଥମିକ ଶିକ୍ଷକ ସଂଘର ସଭାପତି ସରୋଜ କୁମାର ଟଣକାର, ସମ୍ପାଦକ ତପନ କରାଳଙ୍କ ସହ ସୁରେଶ ସାହୁ, ଅଶୋକ ସାହୁ ଲିଙ୍କନ ନାୟକ, ସୁବୋଧ ପଟେଲ,ଲଲିନ୍ଦ୍ର ଗୋଖରା ତାଙ୍କର ସୁସ୍ଥ ସୁଖମୟ ଜୀବନ ପାଇଁ ଶୁଭକାମନା ଜଣାଇଛନ୍ତି । କୋଲାବିରା ରୁ ସମୀର କୁମାର ପଟେଲଙ୍କ ରିପୋର୍ଟ, ଫାଷ୍ଟ ନ୍ୟୁଜ ଓଡିଶା
What's Your Reaction?
Like
1
Dislike
0
Love
0
Funny
0
Angry
0
Sad
0
Wow
0