।। ଅଜଣା ରୋଗରେ ଲଷ୍ମୀକାନ୍ତ ଶବର:ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ ।।

May 25, 2024 - 16:41
 0  12
।। ଅଜଣା ରୋଗରେ ଲଷ୍ମୀକାନ୍ତ ଶବର:ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ ।।

ଏବେବି ମନୁଷ୍ୟ ସମାଜରେ ଅନେକ ମଣିଷ ରହିଛନ୍ତି ସେମାନଙ୍କ ପରିବାର ରେ କୌଣସି ସଦସ୍ୟଙ୍କୁ ଯଦି ରୋଗ ଗ୍ରାସ କରେ ତାହେଲେ ଗରିବ ଜୀବନ ବଡ କଷ୍ଟକର ହୋଇପଡେ । ଅର୍ଥ ଅଭାବରୁ ରୋଗକୁ ଚିକିତ୍ସା କରିବା ପାଇଁ ସମ୍ଭବ ହୋଇପାରେ ନାହିଁ, ମୃତ୍ୟୁବରଣ କରିବାକୁ ପଡିଥାଏ । ଏହା ପ୍ରତି କୌଣସି ପ୍ରକାରେ ବାଟ ଫିଟୁନଥିବା ଦେଖାଯାଏ । ଅର୍ଥ ହିନା ମଣିଷ କୁ ସମାଜରେ କେହିବି ପଚାରନ୍ତି ନାହିଁ, ଯାହାଫଳରେ ରୋଗରେ ପୀଡିତ ହୋଇ ଘରେ ଛଟପଟ ଜୀବନ ବିତାଉଥିବା ଭଳି ଏକ ଘଟଣା ଏବେ ସାମ୍ମାକୁ ଆସିଛି, ଯାହାକି ଦେଖୁବାକୁ ମିଳିଛି କଳାହାଣ୍ଡି ଜିଲ୍ଲା କଳମପୁର ବ୍ଳକ ହାରାମାଲ ଗ୍ରାମ ପଞ୍ଚାୟତ ଅଧୀନସ୍ଥ ବ୍ରାହ୍ମଣ କେନ୍ଦୁଗୁଡା ଗ୍ରାମରେ l ବ୍ରାହ୍ମଣ କେନ୍ଦୁଗୁଡା ଗ୍ରାମର ଜନୈକ ବ୍ଯକ୍ତି ଧନେଶ୍ୱର ଶବର ଙ୍କର ସାନ ପୁଅ ଲଷ୍ମୀକାନ୍ତ ଶବର ବୟସ (3) ଯେଉଁ ସମୟରେ ସାଙ୍ଗ ସାଥି ସହ ଦାଣ୍ଡରେ ଖେଳି ଅନେକ ମଜା ଉଠେଇ ହସ ଖୁସିରେ ଦିନ କଟେଇବା କଥା କିନ୍ତୁ ତା ଜୀବନରେ ସେତିକିବି କରି ପାରିଲା ନାହିଁl ଭଗବାନ ଏହି କମଳ ଶିଶୁର ହସ ଖୁସି କୁ ଛଡେଇ ନେବାକୁ ଚେଷ୍ଟା କରୁଛି l ବର୍ତମାନ 5 ମାସ ହେଇଯିବ କୌଣସି ଅଜଣା ରୋଗରେ ଗ୍ରସ୍ତ ହୋଇ ଶଯ୍ୟା ଶାଇ ଭାବରେ ପଡିରହିଛି ଲଷ୍ମୀକାନ୍ତ । ପିତା ଧନେଶ୍ୱର ଶବର ଏବେ କରିବେ କଣ ପୁଅର ଏହି ରୋଗ ପାଇଁ ଚିନ୍ତିତ ରହିଛନ୍ତି । ଗରିବ ପିତା ଆଗରୁ କିଛି ଅର୍ଥ ଯୋଗାଡ କରି ପୁଅ ର ଚିକିତ୍ସା ପାଇଁ ଭବାନୀପାଟଣା ମୁଖ୍ୟ ଡାକ୍ତରଖାନାକୁ ନେଇଥିଲେ । ହେଲେ ସେଠାରେ ଡାକ୍ତର କୌଣସି ପ୍ରକାରେ ରୋଗକୁ ଚିହ୍ନଟ କରିପାରିଲେ ନାହିଁ, ତେଣୁ ବୁର୍ଲା ଡାକ୍ତରଖାନାକୁ ସ୍ଥାନାନ୍ତର କରିଥିଲେ । ବୁର୍ଲା ରେ ମଧ୍ୟ ଡାକ୍ତର ଲଷ୍ମୀକାନ୍ତ ଶବରଙ୍କ ରୋଗକୁ ଚିହ୍ନଟ କରିପାରିଲେ ନାହିଁ, ଡାକ୍ତର ଧନେଶ୍ୱର ଙ୍କୁ ସିଧାସଳଖ ଅନ୍ୟ ଏକ ବଡ଼ ଡାକ୍ତରଖାନାକୁ ନେବା ପାଇଁ ପରାମର୍ଶ ଦେଇଥିଲେ । ହେଲେ ଧନେଶ୍ୱର ଶବର ଙ୍କ ପାଖରେ ଅର୍ଥ ଅଭାବ ରୁ ପୁଅ ଲଷ୍ମୀକାନ୍ତ ଙ୍କୁ ଅନ୍ୟ ବଡ଼ ହସ୍ପିଟାଲ ନେବା ପାଇଁ ଅକ୍ଷମ ହୋଇ ନିଜ ଘରକୁ ବାହୁଡି ଆସିବା ପାଇଁ ବାଧ୍ଯ ହୋଇଥିବା ବିଷୟରେ ଧନେଶ୍ୱର ପ୍ରକାଶ କରିଛନ୍ତି । ତେବେ ପରିବାର ରେ ଗରିବ ବାପା ଏବେ କରିବେ କଣ ସେନେଇ ପରିବାର ଚିନ୍ତାରେ ରହିଛନ୍ତି ।ଅନ୍ଯପଟେ ଲଷ୍ମୀକାନ୍ତ ଙ୍କ ଅଜଣା ରୋଗ ଦିନକୁ ଦିନ ବୃଦ୍ଧି ପାଇ ଲାଗିଛି, ପ୍ରଥମେ ପେଟ ଫୁଲିବା ଆରମ୍ଭ ହୋଇ ବର୍ତ୍ତମାନ ହାତ ଗୋଡ଼ ମଧ୍ୟ ଫୁଲିବା ଯୋଗୁଁ ଯନ୍ତ୍ରଣାରେ ଲଷ୍ମୀକାନ୍ତ ଛଟପଟ ଜୀବନ ଭିତରେ ଜିଇଁବା ପାଇଁ ସଂଗ୍ରାମ କରୁଛି । ଯିଏ ଦେଖିବ ତା ହୃଦୟରେ ନିଶ୍ଚୟ ଭାବରେ କଷ୍ଟରେ ଫାଟି ପଡିବ । ତେବେ ସରକାରୀ ସହାୟତା ବିନା ଏହି ଗରିବ ବାପା ଧନେଶ୍ୱର ପୁଅ ଲଷ୍ମୀକାନ୍ତ ଙ୍କୁ ଚିକିତ୍ସା କରାଇବା ପାଇଁ ଅକ୍ଷମ ଅଛନ୍ତି, ଏହି ରୋଗର ଚିକିତ୍ସା ପାଇଁ ଅର୍ଥ ବାଧକ ସାଜିଛି । ତେଣୁ ସରକାରଙ୍କ ପକ୍ଷରୁ ଲଷ୍ମୀକାନ୍ତ ଙ୍କୁ ଚିକିତ୍ସା କରାଇବା ନିମନ୍ତେ ସହାୟତା ପାଇଁ ଲଷ୍ମୀକାନ୍ତ ଙ୍କ ବାପା ଧନେଶ୍ୱର ଶବର ଗଣମାଧ୍ୟମ ଆଗରେ ଆକୁଳ ନିବେଦନ କରିଛନ୍ତି ।

କଳାହାଣ୍ଡି ଜିଲ୍ଲା ରୁ ରଜନୀ କାନ୍ତ ଶଗଡ଼ିଆ ଙ୍କ ରିପୋର୍ଟ ଫାଷ୍ଟ news ଓଡ଼ିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ