।। ୨୦୨୪ ମସିହା ମୟୂରଭଞ୍ଜ ମହୋତ୍ସବ ମଞ୍ଚ ଉପରେ ଶୋଭା ପାଇବ ବାରୁଣେଶ୍ୱର ମହାଦେବ ମନ୍ଦିର ପ୍ରତିଛବି ।।

Jul 5, 2024 - 07:01
 0  10
।। ୨୦୨୪ ମସିହା ମୟୂରଭଞ୍ଜ ମହୋତ୍ସବ ମଞ୍ଚ ଉପରେ ଶୋଭା ପାଇବ ବାରୁଣେଶ୍ୱର  ମହାଦେବ ମନ୍ଦିର ପ୍ରତିଛବି ।।

ବିଶ୍ଵ ଦରବାରରେ ମୟୁରଭଞ୍ଜ ଜିଲ୍ଲାର କଳା ଓ ସଂସ୍କୃତିର ଏକ ସ୍ଵତନ୍ତ୍ର ପରିଚୟ ରହିଛି । ଆଉ ସେହି କଳା ଓ ସଂସ୍କୃତିର ବିକାଶ ପାଇଁ ଏକ ଅଭିନବ ପ୍ରୟାସ ହେଉଛି ମୟୁରଭଞ୍ଜ ମହୋତ୍ସବ । ୭ମ ବର୍ଷରେ ପଦାର୍ପଣ କରିଛି ମୟୁରଭଞ୍ଜ ମହୋତ୍ସବ । ଆସନ୍ତା ଡିସେମ୍ବର ୦୧ ତାରିଖରୁ ଆରମ୍ଭ ହୋଇ ୧୧ ତାରିଖ ପର୍ଯ୍ୟନ୍ତ ଚାଲିବ ଏହି ମହୋତ୍ସବ । ବୁଧବାର ବାରିପଦା ଷ୍ଟାଡିୟମ ସମ୍ମିଳନୀ କକ୍ଷରେ ମୟୁରଭଞ୍ଜ ମହୋତ୍ସବ ଆୟୋଜକ କମିଟି ଅଧ୍ୟକ୍ଷ ଅସିତ ପତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ୭ମ ମୟୂରଭଞ୍ଜ ମହୋତ୍ସବର ପ୍ରଥମ ବୈଠକରେ ଏହି ନିଷ୍ପ ଗ୍ରହଣ କରାଯାଇଛି । ପ୍ରଥମ ଦିନରେ ପ୍ରତିବର୍ଷ ଭଳି ଜିଲ୍ଲାର ବିଭିନ୍ନ କଳାକାର ମାନଙ୍କୁ ନେଇ ପାରମ୍ପାରିକ ନୃତ୍ୟ ଗୀତରେ ତାଳେତାଳେ ସ୍ଥାନୀୟ ଜଗନ୍ନାଥ ମନ୍ଦିର ଠାରୁ ଛଉ ପଡିଆ ପର୍ଯ୍ୟନ୍ତ ଆୟୋଜିତ ହେବ କାରନିଭାଲ ସୋ । ଡିସେମ୍ବର ୦୨ ତାରିଖରୁ ଆସନ୍ତା ୧୦ ଦିନ ଧରି ବାରିପଦାର ଐତିହାସିକ ଛଉ ପଡିଆରେ ଅନୁଷ୍ଠିତ ହେବ ଏହି ମହୋତ୍ସବ । ପ୍ରତିଦିନ ସନ୍ଧ୍ୟାରେ ଅନୁଷ୍ଠିତ ହେବ ସାଂସ୍କୃତିକ କାର୍ଯ୍ୟକ୍ରମ । ସିନେ ଜଗତର ବହୁ ନାମୀଦାମୀ କଳାକାର ମାନଙ୍କୁ ନେଇ ଏହି ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଆଦିବାସୀ ବହୁଳ ଜିଲ୍ଲାର ଆଦିବାସୀ ପରମ୍ପରାକୁ ଅବା ଭୁଲିବ କିଭଳି ଏହି ମୟୂରଭଞ୍ଜ ମହୋତ୍ସବ । ଏଥିପାଇଁ ଚଳିତ ବର୍ଷ ମଧ୍ୟ ୩ ଦିନ ସ୍ଵତନ୍ତ୍ର ଆଦିବାସୀ କାର୍ଯ୍ୟକ୍ରମ କାରିବାକୁ ନିଷ୍ପତି ନିଆଯାଇଛି । ୩ ଦିନ ଓଡ଼ିଆ କାର୍ଯ୍ୟକ୍ରମ ସାଙ୍ଗକୁ ୨ ଦିନ କୁଡୁମାଲି କାର୍ଯ୍ୟକ୍ରମ ମଧ୍ୟ କରିବାକୁ ନିଷ୍ପତ୍ତି ହୋଇଛି । ଶେଷରେ ଦୁଇ ଦିନ ବଲିଉଡ ଷ୍ଟାରଙ୍କ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ସାଧାରଣ ସମ୍ପାଦକ କଳିଙ୍ଗ କେଶରୀ ଜେନା ସୂଚନା ଦେଇଛନ୍ତି । ଠିକ୍ ସେହିପରି ପ୍ରତ୍ୟେକ ବର୍ଷ ମହୋତ୍ସବ କମିଟିର କର୍ମକର୍ତା ତଥା ଶିଳ୍ପୀ ଜିତେନ୍ଦ୍ର ହେମ୍ବ୍ରମ ଏବଂ ତାଙ୍କ ଟିମ୍ ଦ୍ୱାରା ଷ୍ଟେଜ ରେ ବାରିପଦା ସ୍ଥିତ ରାଜାରାଜୁଡ଼ା ଅମଳରୁ ପୂଜା ପାଉଥିବା ବାରୁଣେଶ୍ୱର ମହାଦେବ ମନ୍ଦିରର ଶୋଭା ପାଇବ। ଯୁବପିଢୀଙ୍କ ଆଗ୍ରହକୁ ଦୃଷ୍ଟିରେ ରଖି ପୂର୍ବ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ସେଲ୍ଫି ଜୋନର ବ୍ୟବସ୍ଥା କରାଯିବ ମହୋତ୍ସବରେ । ଗତ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ମୟୁରଭଞ୍ଜ ଜିଲ୍ଲାର ପୁରୁଣା ସ୍ମୃତିକୁ ସାଉଁଟି ସେଲଫି ଜୋନ ପ୍ରସ୍ତୁତ କରିବାକୁ ପ୍ରସ୍ତୁତ ହେଉଛି ଆୟୋଜକ କମିଟି ।

ମୟୂରଭଞ୍ଜ ବା ରିପଦାରୁ -ଗୌର ଦାସଗିରିଙ୍କ ଫାଷ୍ଟ ନ୍ୟୁଜ ଓଡ଼ିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ