୨ ଗୋରୁ ୧ ଛେଳିକୁ ମାରି ଖାଇଲା ବାଘ

ନୂଆପଡା : ନୂଆପଡା ଜିଲ୍ଲାରେ ପୁଣି ବାଘ ଆତଙ୍କ ସୃଷ୍ଟି ହୋଇଛି । କୋମନା ରେଞ୍ଜ ଝରଣାମାଲ୍ ଗାଁରେ କିଛି ଦିନ ହେବ କଲରାପତରିଆ ବାଘ ଆତଙ୍କ ଖେଲାଇବାର ନଜରକୁ ଆସିଛି । ଝରଣାମାଲ୍ ବୋଲଧା ଗାଁ ରାସ୍ତାରେ ବାଘ ବୁଲୁ ଥିବା ର କିଛି ଲୋକ ଦେଖୁଥିଲେ । ଏହି ଗାଁର କ୍ଷୀରସିନ୍ଧୁ ମାଝୀଙ୍କ ଗୋଟିଏ ଗାଈକୁ ବାଘ ଶିକାର କରି ଖାଇ ଦେଇଥିବାବେଳେ ନରସିଂହ କଟାଙ୍କ ଗୋଟିଏ ଗାଈକୁ ବି ମାରି ଖାଇ ଦେଇଛି । ୧୦ ଦିନ ତଳେ ଗାଁର ଧନୀ ରାମ କଟାଙ୍କ ଗୋଟିଏ ଛେଳିକୁ ମଧ୍ୟ ମାରି ଖାଇ ଦେଇ ଥିବା ଅଭିଯୋଗ ହୋଇଛି । ଏଯାଏ ୨ ଟି ଗାଈ ଓ ଗୋଟିଏ ଛେଳିକୁ ବାଘ ଶିକାର କରିଛି । ସୂଚନା ପାଇ କୋମନା ବନ ବିଭାଗର ଏକ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି ।
ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ
What's Your Reaction?






