୧୭ ଦଫା ଦାବି କରିଛନ୍ତି ସୁନାବେଡ଼ା HAL ଠିକା କର୍ମଚାରୀ

Mar 2, 2025 - 20:50
 0  23
୧୭ ଦଫା ଦାବି କରିଛନ୍ତି ସୁନାବେଡ଼ା HAL ଠିକା କର୍ମଚାରୀ

ଶନିବାର ସକାଳୁ କାମ ବନ୍ଦ କରି ହାଲ ଠିକା କର୍ମଚାରୀ ସଂଘର ଶତାଧିକ କର୍ମଚାରୀ ଏସ୍ ୟୁ ଗେଟ୍ ଆଗରେ କାର୍ଯ୍ୟ ବନ୍ଦ ଆନ୍ଦୋଳନ କରିଥିଲେ । ସଂଘ କର୍ମକର୍ତ୍ତାଙ୍କ ନେତୃତ୍ୱରେ ୧୭ ଦଫା ଦାବୀ ସମ୍ବଳିତ ଏକ ଦାବିପତ୍ର ହାଲ ପ୍ରଶାସନିକ ଅଧିକାରୀଙ୍କୁ ଦେଇଥିଲେ । ସେମାନଙ୍କ ଦାବି ମୁତାବକ ହାଲ୍ ରେ ପ୍ରାୟ ୨୪୦୦ ଶହରୁ ଉର୍ଦ୍ଧ୍ବ ଠିକା କର୍ମଚାରୀ ରହିଥିବା ବେଳେ ପ୍ରତିମାସ ଇ ଏସ ଆଇ ବାବଦକୁ ଟଙ୍କା କଟା ଯାଉଛି । ହେଲେ ସେମାନେ ଇଏସ୍ଆଇ ସ୍ବାସ୍ଥ୍ୟସେବା ପାଇବାରୁ ବଞ୍ଚିତ ହେଉଛନ୍ତି। କାରଣ ଆଖ ପାଖ ଅଞ୍ଚଳରେ ଇ ଏସ ଆଇ ଡାକ୍ତର ଖାନା ନଥିବାରୁ ହାଲ୍ ଡାକ୍ତରଖାନାରେ ଏକ ଅସ୍ଥାୟୀ ଇଏସ୍ଆଇ ଡାକ୍ତରଖାନା ଖୋଲିବା , ୧୮ ରୁ ୨୦ ଦିନ ପରିବର୍ତ୍ତେ ୨୬ ଦିନ କାର୍ଯ୍ୟ ଦିବସ , ପ୍ରତି ମାସ ୧ ତାରିଖରେ ଦରମା ପ୍ରଦାନ, ମେଡିକାଲ କେସରେ ସପ୍ତାହରେ ଥରେ ଗେଟ ପାସ ଦେବା, ପ୍ରତିମାସ ଇ ଏସ ଆଇ ଏବଂ ପି ଏଫ ବାବଦ ଟଙ୍କା ଶ୍ରମିକଙ୍କ ଠାରୁ କଟାଯାଉଥିଲେ ବି ସମ୍ପୃକ୍ତ ଠିକାଦାର ଠିକ୍ ସମୟରେ ନ ବାନ୍ଧିବା ,ବାଧ୍ୟତାମୂଳକ ଭାବେ ଦରମା ସ୍ଲିପ ଦେବା,ହାଲ ପରିସରରେ ୟୁନିୟନ ନିମନ୍ତେ କାର୍ଯ୍ୟାଳୟ ଦେବା,ବହୁ କର୍ମଚାରୀ ଆଇ ଟି ଆଇ, ଡିପ୍ଲୋମା ଭଳି ଡ଼ିଗ୍ରୀ ହାସଲ କରି ୧୦ ରୁ ୧୫ ବର୍ଷ କାର୍ଯ୍ୟ କରି ଆସୁଥିଲେ ମଧ୍ୟ ସେମାନଙ୍କୁ ଅଣ କୂଶଳୀରୁ କୂଶଳୀ ସେହିପରି ସେମି ସ୍କିଲରୁ ସ୍କିଲ କରା ନ ଯିବା ,ସେଣ୍ଟ୍ରାଲ କମିଶନରଙ୍କ ନିର୍ଦ୍ଦେଶ ଥିଲେ ମଧ୍ୟ ସର୍ଟ ବୋନସ ନ ମିଳିବା, ବର୍ଷ ରେ ୩ ଜାତୀୟ ଛୁଟି ଦିବସ ସହ ଆଉ ୯ ଟି ଛୁଟି ଏବଂ ସବୁ କର୍ମଚାରୀ ପାଇଁ ଗୋଟିଏ ୟୁନିଫର୍ମ ଦେବା ଭଳି ୧୭ ଗୋଟି ଦାବି ରହିଛି । ଦାବିପତ୍ରର ନକଲ କପି ହାଲ ବିଭାଗ ଡ଼ି ଜି ଏମ (ଏଚ ଆର ) ଙ୍କ ସହ ବିଭାଗୀୟ କାର୍ଯ୍ୟ ନିର୍ବାହୀ ନିର୍ଦ୍ଦେଶକ, କୋରାପୁଟ ଜିଲାପାଳ, ଜଏଣ୍ଟ ଲେବର କମିଶନର ଜୟପୁର ଏବଂ ରିଜୋନାଲ ଲେବର କମିଶନର ଭୁବନେଶ୍ୱରକୁ ପ୍ରେରଣ କରାଯାଇଥିବା ଦାବିପତ୍ରରେ ଉଲ୍ଲେଖ ଥିବା ଦେଖିବାକୁ ମିଳିଛି । ତେବେ ଆନ୍ଦୋଳନର ଖବର ପାଇ ସୁନାବେଡା ଥାନା ଅଧିକାରୀ ସୁଷମା କୁହଁର ସଦଳବଳ ଆନ୍ଦୋଳନ ସ୍ଥଳରେ ପହଞ୍ଚି ଆନ୍ଦୋଳନ ରତ୍ତ କର୍ମଚାରୀଙ୍କୁ ବୁଝାଶୁଝା କରିଥିଲେ । ପରେ ଠିକା କର୍ମଚାରୀ ଆନ୍ଦୋଳନ ପ୍ରତ୍ୟାହାର କରିଥିଲେ ।

ରଞ୍ଜିତ ଖୋରାଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡ଼ିଶା

What's Your Reaction?

Like Like 1
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ