।। ହୃଦଘାତରେ ପାଟଣା ଥାନା କନେଷ୍ଟବଳ ଙ୍କ ମୃତ୍ୟୁ ।।

Jun 18, 2024 - 04:09
 0  22
।। ହୃଦଘାତରେ ପାଟଣା ଥାନା କନେଷ୍ଟବଳ ଙ୍କ ମୃତ୍ୟୁ ।।

ପାଟଣା କେନ୍ଦୁଝର ଜିଲ୍ଲା ପାଟଣା ଥାନା ରେ କାର୍ଯ୍ୟରତ ଜଣେ କନେଷ୍ଟବଳଙ୍କ ଅକାଳ ବିୟୋଗ ଘଟିଛି ସୂଚନା ଅନୁଯାୟୀ କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ କେନ୍ଦେଇପଶି ପଞ୍ଚାୟତ ଅନ୍ତର୍ଗତ ମହିସାମୁଣ୍ଡି ଗ୍ରାମର ପ୍ରଦୀପ ମହାପାତ୍ର (୫୮/ ସେ ପାଟଣା ଥାନା ରେ କନେଷ୍ଟବଳ ଭାବେ କାର୍ଯ୍ୟ କରୁଥିଲେ ଚଳିତ ମାସ ୨୩ ତାରିଖ ଦିନ ନିଜ ଝିଅ ବାହାଘର ଥିବାରୁ ସେ ଛୁଟି ରେ ଥିଲେ ରବିବାର ରାତିରେ ଖାଇ ସାରି ଶୋଇ ବାକୁ ଯାଇଥିଲେ ରାତି ଭୋର ୪ଟା ସମୟରେ ପ୍ରଦୀପ ଙ୍କ ହଠାତ୍ ଛାତିରେ ଯନ୍ତ୍ରଣା ଅନୁଭବ ହେବାରୁ ସେ ତାଙ୍କର ପରିବାର ଲୋକଙ୍କୁ ଜଣାଇଥିଲେ ପରିବାର ଲୋକେ ତାଙ୍କୁ ସଙ୍ଗେ ସଙ୍ଗେ ୧୦୮ ଆମ୍ବୁଲାନ୍ସ ଯୋଗେ ପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଭର୍ତ୍ତି କରିଥିଲେ ସେଠାରେ ଥିବା ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ଖବର ପାଇ ପାଟଣା ଥାନା ଅଧିକାରୀ ପହଞ୍ଚି ମୃତଦେହ କୁ ଶବ ବ୍ୟବଚ୍ଛେଦ କରାଇ ପରିବା ଲୋକଙ୍କୁ ହସ୍ତାନ୍ତର କରିଥିବା ବେଳେ ପାଟଣା ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରିଥିବା ଥାନା ଅଧିକାରୀ ସୂଚନା ଦେଇଛନ୍ତି ।

କେନ୍ଦୁଝର ରୁ ଦଶରଥ ବାରିକ୍ ଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ୍ ଓଡ଼ିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ