।। ହିନ୍ଦୁ ବିରୋଧୀ ମନ୍ତବ୍ୟକୁ ବିରୋଧ କରି ନୂଆପଡ଼ା ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ପ୍ରତିବାଦ ।।

Jul 3, 2024 - 21:26
 0  15
।। ହିନ୍ଦୁ ବିରୋଧୀ ମନ୍ତବ୍ୟକୁ ବିରୋଧ କରି ନୂଆପଡ଼ା ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ପ୍ରତିବାଦ ।।

ନୁଆପଡ଼ା : ଲୋକସଭାରେ ରାହୁଲ ଗାନ୍ଧିଙ୍କ ହିନ୍ଦୁ ବିରୋଧୀ ମନ୍ତବ୍ୟକୁ ବିରୋଧ କରି ନୂଆପଡ଼ା ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ପ୍ରତିବାଦ କରାଯିବା ସହ ରାହୁଲ ଗାନ୍ଧୀଙ୍କ କୁଶପୁତ୍ତଳିକା ଦାହ କରାଯାଇଛି । ଏଥିରେ ନୂଆପଡ଼ା ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ଅଭିନନ୍ଦନ ପଣ୍ଡାଙ୍କ ଆହ୍ବାନ କ୍ରମେ ଯୁବମୋର୍ଚ୍ଚା ସାଧାରଣ ସଂପାଦକ ସଦାନନ୍ଦ ଯୋଷୀଙ୍କ ନେତୃତ୍ବରେ ବିଜେପି କର୍ମୀମାନେ ଦଳୀୟ କାର୍ଯ୍ୟଳୟରୁ ଏକ ଶୋଭାଯାତ୍ରାରେ ବାହାରି ନୂଆପଡ଼ା ସହର ପରିକ୍ରମା ପରେ ଘାସିରାମ ଛକରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ପରେ ରାହୁଲ ଗାନ୍ଧୀଙ୍କ କୁଶପୁତ୍ତଳିକା ଦାହ କରିଥିଲେ । ଏଥିରେ ଜିଲ୍ଲା କୋଷାଧ୍ୟକ୍ଷ ସୁଶାନ୍ତ ପତି, ସାଧାରଣ ସମ୍ପାଦକ ତୁଲସ ପଟେଲ, ବିଜୟ ଚନ୍ଦ୍ରପାର, ତୁମେରପାଣି ସରପଞ୍ଚ ଟେକରାମ ସାହୁ ପ୍ରମୁଖ ସାମିଲ ଥିଲେ ।

ନୂଆପଡ଼ାରୁ ଦେବଦାସ ପାଢ଼ୀଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡ଼ିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ