ହିଂସା ମୁକ୍ତ ସମାଜ ଗଠନ ଅଭିଯାନର ଉଦ୍ଘାଟନ

Nov 26, 2024 - 11:55
 0  50
ହିଂସା ମୁକ୍ତ ସମାଜ ଗଠନ  ଅଭିଯାନର ଉଦ୍ଘାଟନ

ନବରଙ୍ଗପୁର,( ରଞ୍ଜିତ ନାୟକ ) ତା: ୨୫.୧୧.୨୦୨୪ ରିଖ ରେ କୋଷାଗୁମୁଡା ବ୍ଲକ ସମ୍ମିଳନୀ କକ୍ଷ ଠାରେ ଜିଲ୍ଲା ସମାଜ କଲ୍ୟାଣ ବିଭାଗ ଏବଂ ୱାନ ଷ୍ଟପ ସେଣ୍ଟର୍ ( ସଖୀ ) ମିଳିତ ଆନୁକୁଲ୍ୟରେ ୧୬ ଦିନିଆ ମହିଳା ହିଂସା ମୁକ୍ତ ସମାଜ ଅଭିଯାନ ର ଶୁଭାରମ୍ଭ ଜିଲ୍ଲାପାଳ ଡ ଶୁଭଙ୍କର ମହାପାତ୍ର ଜିଲ୍ଲାପାଳ ଦ୍ଵାରା ହୋଇଯାଇଛି ! ଆନ୍ତର୍ଜାତିକ ମହିଳା ଓ ବାଳିକା ହିଂସା ନିବାରଣ ଦିବସ ଉପଲକ୍ଷେ କୋଷଗୁମୁଡ଼ା ବ୍ଲକ ସମ୍ମିଳନୀ କକ୍ଷ ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥିଭାବେ ଡ ଶୁଭଙ୍କର ମହାପାତ୍ର ଯୋଗ ଦେଇ ମହିଳା ଙ୍କ ଉପରେ ହେଉଥିବା ହିଂସା କିପରି ଦୂରୀକରଣ ହୋଇପାରିବ ତାର ବିଭିନ୍ନ ଦିଗ ଉପରେ କହିବା ସହ ମହିଳା ମାନଙ୍କ ସଚେତନତା ଦ୍ୱାରା ହିଁ ମହିଳା ହିଂସା ଦୂରୀକରଣ ସମ୍ଭବ ବୋଲି କହିଥିଲେ ! ସଖୀ କେନ୍ଦ୍ର ର ଲକ୍ଷ୍ୟ ଏବଂ ଉଦ୍ଦେଶ୍ୟ କୁ କିପରି ଗ୍ରାମ ଗ୍ରାମ ରେ ସଚେତନତା କରିପାରିବା ଏହିବିଷୟରେ ମଧ୍ୟ କହିଥିଲେ ! ଶ୍ରୀମତି ରଞ୍ଜିତା ସାହୁ ଉପସ୍ଥିତ ଅଧିକାରୀଙ୍କୁ ସ୍ୱାଗତ ସମ୍ଭାଷଣ ଦେଇଥିଲେ ଏବଂ ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ଦ୍ରପୌଦୀ କହଁର କାର୍ଯ୍ୟକ୍ରମ ର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ଉପରେ ସମ୍ପୂର୍ଣ୍ଣ ବିବରଣୀ ପ୍ରଦାନ କରିଥିଲେ ! ଉକ୍ତ କାର୍ଯ୍ୟକ୍ରମ ରେ ଆରକ୍ଷୀ ଅଧିକ୍ଷକ ମିହିର କୁମାର ପଣ୍ଡା, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ବିରଞ୍ଚି ନାରାୟଣ ଦରୱାନ,ଉପ ଜିଲ୍ଲପାଳ ପ୍ରକାଶ ମିଶ୍ର ଙ୍କ ସମେତ ଜିଲ୍ଲାର ସମସ୍ତ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ ! ପରିଶେଷରେ ସଖୀ ୱାନ ଷ୍ଟପ ସେଣ୍ଟର୍/ରାଜ୍ୟ ସହାୟତା କେନ୍ଦ୍ର ର ଲିଗାଲ ଆସିଷ୍ଟାଣ୍ଟ କିଶୋରୀ ପଟ୍ଟନାୟକ ଉପସ୍ଥିତ ଥିବା ସମସ୍ତ ଅତିଥି ଏବଂ ଅଂଶ୍ରହଣକାରୀଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ! ଏହି କାର୍ଯ୍ୟକ୍ରମ କୁ ୱାନ ଷ୍ଟପ ସେଣ୍ଟର୍ ସ୍ମରଣିକା ପଟ୍ଟନାୟକ, ମାନସିକ ପରାମର୍ଶଦାତ୍ରୀ, ଦାମିନୀବାଳା ନାଇକ ହେଲଥ ଆସିଷ୍ଟାଣ୍ଟ, ସଂଯୋଜନା କରିଥିଲେ !

ନବରଙ୍ଗପୁର ରୁ ରଞ୍ଜିତ ନାୟକ ଙ୍କ ରିପୋର୍ଟ First News Odisha !

What's Your Reaction?

like

dislike

love

funny

angry

sad

wow

FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ