।। ସ୍ୱାଧୀନତା ସଂଗ୍ରାମୀ ଦାୟଦଙ୍କ ପରଲୋକ ।।

Sep 8, 2024 - 13:30
 0  117
।। ସ୍ୱାଧୀନତା ସଂଗ୍ରାମୀ ଦାୟଦଙ୍କ ପରଲୋକ ।।

ସ୍ୱର୍ଗଦ୍ୱାରରେ ଶେଷକୃତ୍ୟ ସମ୍ପନ୍ନ : ବରୀ ବ୍ଲକ ରମ୍ପା ଗ୍ରାମର ବିଶିଷ୍ଠ ସ୍ୱାଧୀନତା ସଂଗ୍ରାମୀ ସ୍ୱର୍ଗତ ଗଣେଶ ଚନ୍ଦ୍ର ମହାନ୍ତିଙ୍କ ବଡ଼ ପୁଅ ତଥା ରାଜ୍ୟ ସରକାରଙ୍କ ଅବସରପ୍ରାପ୍ତ ଅନୁ ଶାସନ ସଚିବ କୈଳାଶ ଚନ୍ଦ୍ର ମହାନ୍ତିଙ୍କର ଗତକାଲି ପବିତ୍ର ଗଣେଶ ପୂଜାରେ ପରଲୋକ ହୋଇ ଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୫ ବର୍ଷ ବୟସ ହୋଇଥିଲା । ସେ କିଛିଦିନ ହେଲା ଅସୁସ୍ଥ ହୋଇ ଭୁବନେଶ୍ୱର ସ୍ଥିତ ଏକ ଘରୋଇ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିଲେ । ଗତକାଲି ସନ୍ଧ୍ୟା ୭ ଟା ସମୟରେ ତାଙ୍କ ଦେହାନ୍ତ ହୋଇଥିଲା । ତାଙ୍କ ମୃତଦେହକୁ ଭୁବନେଶ୍ୱର ସ୍ଥିତ ବାସଭବନ କୁ ଅଣା ଯାଇଥିଲା । ବହୁ ବିଶିଷ୍ଟ ବ୍ୟକ୍ତିଙ୍କ ସହିତ ବନ୍ଧୁ ପରିଜନ ତାଙ୍କ ଶେଷ ଦର୍ଶନ କରିଥିଲେ । ପରେ ପୁରୀ ସ୍ୱର୍ଗଦ୍ୱାରରେ ତାଙ୍କ ଶେଷ କୃତ୍ୟ ସମ୍ପନ୍ନ ହୋଇଥିଲା । ଏକ ମାତ୍ର ପୁତ୍ର ବ୍ୟାଙ୍କ ଅଧିକାରୀ ଅମିତ ମହାନ୍ତି ମୁଖାଗ୍ନି ଦେଇଥିଲେ । ତାଙ୍କ ମୃତ୍ୟରେ ବରୀ ଅଞ୍ଚଳରେ ଗଭୀର ଶୋକ ପ୍ରକାଶ ପାଇଛି ।

ବରୀ ପ୍ରତିନିଧି ରଞ୍ଜିତ ମହାନ୍ତିଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡ଼ିଶା

What's Your Reaction?

like

dislike

love

funny

angry

sad

wow

FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ