।। ସ୍ଵାଧୀନତା ର ୭୮ ବର୍ଷ ପରେ ମଧ୍ୟ ଯୋଗାଯୋଗରୁ ବିଛିନ୍ନ, ଜନପ୍ରତିନିଧି ଓ ପ୍ରଶାସନର ବୈମାତୃକ ମନୋଭାବର ଶୀକାର ମାଣ୍ଡିଆବିରୀ ଗ୍ରାମବାସୀ ।।

Oct 3, 2024 - 16:03
 0  250
।। ସ୍ଵାଧୀନତା ର ୭୮ ବର୍ଷ ପରେ ମଧ୍ୟ ଯୋଗାଯୋଗରୁ ବିଛିନ୍ନ, ଜନପ୍ରତିନିଧି ଓ ପ୍ରଶାସନର ବୈମାତୃକ ମନୋଭାବର ଶୀକାର ମାଣ୍ଡିଆବିରୀ ଗ୍ରାମବାସୀ  ।।

କଳାହାଣ୍ଡି ଜିଲ୍ଲା ସଦର ବ୍ଳକ ଅନ୍ତର୍ଗତ ଯୁଗସାଏପାଟଣା ଗ୍ରାମ ପଞ୍ଚାୟତ ଅଧିନସ୍ଥ ମାଣ୍ଡିଆବିରୀ ଗ୍ରାମବାସୀ ମୌଳିକ ସୁବିଧାରୁ ବଞ୍ଚିତ ହୋଇ କାଳାତିପାତ କରୁଥିବା ଦେଖିବାକୁ ମିଳିଛି । ଯୁଗସାଏପାଟଣା ଗ୍ରାମ ପଞ୍ଚାୟତରୁ ମାଣ୍ଡିଆବିରୀ ଗ୍ରାମବାସୀଙ୍କ ପାଇଁ ସବୁ ଦିନିଆ ପକ୍କା ରାସ୍ତା ଖଣ୍ଡିଏ ନ ଥିବାରୁ ସେଠାର ଲୋକେ ଶିକ୍ଷା , ସ୍ଵାସ୍ଥ୍ୟ ଓ ଯୋଗାଯୋଗ ଭଳି ଜୀବନର ଗୁରୁତ୍ତ୍ୱପୂର୍ଣ୍ଣ ନ୍ୟାର୍ଯ୍ୟ ଅଧିକାରରୁ ବଞ୍ଚିତ ହେଉଛନ୍ତି ବୋଲି ଗ୍ରାମବାସୀ ଗୁରୁତର ଅଭିଯୋଗ କରିଛନ୍ତି ।‌ ଜିଲ୍ଲା ମୂଖ୍ୟାଳୟରୁ ମାତ୍ର ୨୫/୩୦ କିମି ଦୂରତା ବିଶିଷ୍ଟ ଏହି ପଞ୍ଚାୟତ ବିଭିନ୍ନ ସମୟରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥାଏ ।‌ ଜନପ୍ରତିନିଧି ମାନେ ନିର୍ବାଚନ ବେଳେ ମିଠା ମିଠା ପ୍ରତିଶୃତି ଦେଇ ଭୋଟ ସରିଲେ ଧରା ଛୁଆଁ ଦିଅନ୍ତି ନାହିଁ। ଏପରିକି ବ୍ଳକ ପ୍ରଶାସନର ଅଧିକାରୀ ମାନେ ମଧ୍ୟ କାଁଭାଁ ପଞ୍ଚାୟତ ପରିଦର୍ଶନରେ ଆସି ମାସମାସ ଦେଖା ଦିଅନ୍ତି ନାହିଁ। ଲୋକେ ବର୍ଷା ଦିନେ ଏକପ୍ରକାର ଯୁଗସାଏପାଟଣା ରୁ ବିଚ୍ଛିନ୍ନ ହୋଇ ଦିନ କାଟିଥାନ୍ତି। ଶିକ୍ଷା, ସ୍ଵାସ୍ଥ୍ୟ ଭଳି ବିଜୁଳି ଆଲୁଅ ମଧ୍ୟ ତାଙ୍କ ପାଇଁ ଦିବାସ୍ଵପ୍ନ ପାଲଟି ଯାଇଛି। ଗର୍ଭବତୀ ମହିଳା ଓ ଅତି ସାଂଘାତିକ ଅବସ୍ଥାରେ ଗାଁ କୁ ଆମ୍ବୁଲାନ୍ସ ମଧ୍ୟ ଆସିବା କଷ୍ଟକର ହୋଇ ପଡେ ଫଳରେ ଖଟିଆରେ ବୋହି ରୋଗୀଙ୍କୁ ମୂଖ୍ୟ ରାସ୍ତା ଯାଏଁ ଆଣିବାକୁ ପଡ଼ିଥାଏ। ବେଳେବେଳେ ଏଭଳି ଗୁରୁତର ମୂଖ୍ୟ ରାସ୍ତାକୁ ପହଞ୍ଚିବା ପୂର୍ବରୁ ହିଁ ପ୍ରାଣବାୟୁ ଉଡ଼ିଯାଏ ବୋଲି ଗ୍ରାମବାସୀମାନେ ନିଜ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି।‌ପୂର୍ବତନ ସରକାର ଦୀର୍ଘ ୨୫ ବର୍ଷ କ୍ରମାଗତ ଶାସନ କଲାପରେ ମଧ୍ୟ ଏଭଳି ପରିସ୍ଥିତି କିପରି ଦେଖିବାକୁ ପ୍ରଶାସନ ଓ ଜନପ୍ରତିନିଧି ଦେଖିବାକୁ ପାଇଲେ ନାହିଁ ତାହା ଆଶ୍ଚର୍ଯ୍ୟର ବିଷୟ। ବର୍ତ୍ତମାନ ଡବଲ୍ ଇଞ୍ଜିନ୍ ସରକାରଙ୍କ ଅମଳରେ ବିକାଶ ଦ୍ଵିଗୁଣିତ ହେବ ବୋଲି ସରକାର ଡିଣ୍ଡିମ ପିଟୁଥିବା ବେଳେ ସରକାରଙ୍କ ଏହି ବାହାସ୍ଫୋଟ କେବେ ସତରେ ପରିଣତ ହେବ ଓ ମାଣ୍ଡିଆବିରୀ ଗ୍ରାମବାସୀଙ୍କ ଦୁଃଖ ଦୂରହେବ ତାହା ଦେଖିବାକୁ ବାକି ରହିଲା ବୋଲି ଗ୍ରାମବାସୀମାନେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି।

କଳାହାଣ୍ଡି ଜିଲ୍ଲା ଭବାନୀ ପାଟଣା ରୁ ମାନସ କୁମାର ନାଏକ ଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ