ସ୍ବାମୀ ବିବେକାନନ୍ଦ ଯୋଗ ରିସର୍ଚ୍ଚ ସେଣ୍ଟରର ବାର୍ଷିକ ଉତ୍ସବ ଅନୁଷ୍ଠିତ

Jan 14, 2025 - 19:25
 0  24
ସ୍ବାମୀ ବିବେକାନନ୍ଦ ଯୋଗ ରିସର୍ଚ୍ଚ ସେଣ୍ଟରର ବାର୍ଷିକ ଉତ୍ସବ ଅନୁଷ୍ଠିତ

ବାରିପଦା - ତା :- ୧୪/୦୧/୨୦୨୪ ରିଖ ବାରିପଦା ଷ୍ଟାଡିୟମ୍ ସ୍ଥିତ ସ୍ବାମୀ ବିବେକାନନ୍ଦ ଯୋଗ ରିସର୍ଚ୍ଚ ସେଣ୍ଟରର ୧୯ ତମ ବାର୍ଷିକ ଉତ୍ସବ ଓ ଜାତୀୟ ଯୁବ ଦିବସ ଅନୁଷ୍ଠିତ ହୋଇଯାଇଛି I ଯୋଗ ରିସର୍ଚ୍ଚ ସେଣ୍ଟର୍ର ଅଧକ୍ଷ ଜ୍ୟୋତି ରଞ୍ଜନ ଦାସଙ୍କ ପୌରହିତ୍ୟରେ ଏହି କାର୍ଯ୍ୟକ୍ରମରେ ବାଲେଶ୍ଵର ବାଣିଜ୍ୟ ଆୟକର ବିଭାଗର ମୁଖ୍ୟ ବସନ୍ତ କୁମାର ସିଂ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ଯୋଗ ମନୁଷ୍ୟ ପାଇଁ ନିତ୍ୟାନ୍ତ ଜରୁରୀ ବୋଲି ପ୍ରକାଶ କରିବା ସହ ଛୋଟ ବେଳୁ ପିଲାଙ୍କୁ ଯୋଗାସନ୍ ଶିକ୍ଷା ଦେଲେ ପିଲାଙ୍କ ଶରୀର ସୁସ୍ଥ ରହିବା ସହ ମାନସିକ, ସାମାଜିକ ଓ ଆଧ୍ୟାତ୍ମିକ ବିକାଶରେ ସହାୟକ ହୋଇଥାଏ ତଥା ସ୍ୱାମୀ ବିବେକାନନ୍ଦଙ୍କ ଜୀବନଧାରା ଉପରେ ଆଲୋକପାତ କରିଥିଲେ I ଏହି ଅବସରରେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା I ଏହି କାର୍ଯ୍ୟକ୍ରମରେ ବିଚାରକ ଭାବେ ଯୋଗ ଦେଇଥିଲେ ଅର୍ଚ୍ଚନା ଦାସ, ଅସୀମ ରାଣୀ କୁଣ୍ଡ ଓ ସୁଚିସ୍ମିତା ଦାସ। ଚିତ୍ରାଙ୍କନ ପ୍ରତିଯୋଗିତାରେ ଜୁନିଅର ଗ୍ରୁପରେ ସ୍ଵୟଂ ଜ୍ୟୋତି ବେହେରା ପ୍ରଥମ, ପଦ୍ମିନୀ ଜିଉ ଦ୍ଵିତୀୟ, ଶ୍ରୀୟାଂଶି ପାତ୍ର ତୃତୀୟ ସ୍ଥାନ ଏବଂ ସିନିୟର ଗ୍ରୁପରେ ଗୌରଭ ଦାସ ପ୍ରଥମ, ଗୁନାକ୍ଷୀ ଦାସ ଦ୍ଵିତୀୟ ଓ ସ୍ଵାଧୀନ ମଣ୍ଡଳ ତୃତୀୟ ସ୍ଥାନ ଅଧିକାର କରି ପୁରସ୍କୃତ ହୋଇଥିଲେ । ବକ୍ତୃତା ପ୍ରତିଯୋଗିତା ଜୁନିଅର ଗୃପରେ ପଦ୍ମିନୀ ଜିଉ ପ୍ରଥମ, ଏ,ଏଲ, ସୁଭାଂଶ ଜେନା ଦ୍ଵିତୀୟ, ପ୍ରବୋଧ ସାହୁ ତୃତୀୟ ସ୍ଥାନ ଅଧିକାର କରିଥିବା ବେଳେ ସିନିୟର ଗ୍ରୁପରେ ତୁଷାର କାନ୍ତ ଗିରି ପ୍ରଥମ,ସୁହାସ ଜୀଉ ଦ୍ଵିତୀୟ ଓ ଗୌରଭ୍ ଦତ୍ତ ତୃତୀୟ ସ୍ଥାନ ଅଧିକାର କରିଥିଲେ I ସଙ୍ଗୀତ ପ୍ରତିଯୋଗିତାରେ ଜୁନିଅର ଗ୍ରୁପରେ ବୈଷ୍ଣବୀ ସାମନ୍ତ ସିଂହାର ପ୍ରଥମ, ଜ୍ୟୋତିରାଦିତ୍ୱୀୟ ଜେନା ଦ୍ଵିତୀୟ, ଅଭିଷେକ ସାହୁ ତୃତୀୟ ଏବଂ ସିନିୟର ଗ୍ରୁପରେ ସରନ୍ୟା ସାହୁ ପ୍ରଥମ, ଜ୍ୟୋତିର୍ମୟୀ ସାହୁ ଦ୍ଵିତୀୟ ଓ ସୂହାସ ଜିଉ ତୃତୀୟ ସ୍ଥାନ ଅଧିକାର କରି ପୁରସ୍କୃତ ହୋଇଥିଲେ I ସ୍ମୃତି ପ୍ରଜ୍ଞା ଗିରିଙ୍କୁ ସ୍ଵତନ୍ତ୍ର ଗୀତିକାର ଭାବେ ପୁରସ୍କୃତ କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ପ୍ରଦୀପ ବରାଳ, ମାନସୀ ବରାଳ, ମଧୁସ୍ମିତା ବରାଳ, ପ୍ରମିଳା ଦାସ, ସ୍ଵର୍ଣ୍ଣଲତା ମାହାନା, ମନିକା ଦାସ, ମମତା ବାରିକ, ପ୍ରତିଭା ସାମଲ, ସିମିରାଣୀ ବେହେରା, ବୁଦ୍ଧଦେବ ବେହେରା, ପ୍ରକାଶ ବେହେରା, ଅପସାନା ଖାତୁନ, ଅଂଶିକା ବରାଳ, ମୋନାଲିସା ବାରିକ ଓ ଦେବାଶିଷ ବାରିକ ପରିଚାଳନା କରିଥିଲେ I

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ