।। ସ୍ତ୍ରୀ ହତ୍ୟାକାରୀକୁ ଆଜୀବନ କାରାଦଣ୍ଡାଦେଶ ।।

Jun 27, 2024 - 17:02
 0  24
।। ସ୍ତ୍ରୀ ହତ୍ୟାକାରୀକୁ ଆଜୀବନ କାରାଦଣ୍ଡାଦେଶ ।।

କେନ୍ଦୁଝର,ଚମ୍ପୁଆ, ରାଗ ହେଉଛି ବ୍ରହ୍ମ ଚଣ୍ଡାଳ ପୁଣି ମଦ ମଣିଷକୁ ହତ୍ୟାକାରୀ ଆତତାୟୀ କରି ଦିଏ। କେନ୍ଦୁଝର ଜିଲ୍ଲାରେ ମଦ ଲାଗି ଅନେକ ମୁଣ୍ଡ ଗଡୁଛି। ଚମ୍ପୁଆ ଉପଖଣ୍ଡ ଅନ୍ତର୍ଗତ ବଡ଼ବିଲ,ସେରେଣ୍ଡା ଗ୍ରାମରେ ଏକ କାଳ ରାତ୍ରୀରେ ବିଭତ୍ସ ହତ୍ୟାକାଣ୍ଡ ଘଟି ଯାଇଥିଲା ୨୨ ମସିହାରେ। ମଦ ପିଇବାକୁ ଟଙ୍କା ମାଗି ସ୍ତ୍ରୀ ଠାରୁ ନପାଇ ସ୍ବାମୀ ମଙ୍ଗଳ ମୁଣ୍ଡା ହଠାତ୍ ଜାନୁଆର ହୋଇଗଲା। ସେ ନିଜ ଛୁଆ ପିଲାଙ୍କ ସାମ୍ନାରେ ସ୍ତ୍ରୀ ଜାମାଇକୁ ଏକ ପେଚକଚ ସ୍କୃ ଡ୍ରାଇଭର ଓ ଟାଙ୍ଗିଆ ସାହାଯ୍ୟରେ ନିର୍ମମ ଭାବେ ହତ୍ୟା କରିଥିଲା। ଏକଥା ଦେଖି ଝିଅ ସାବିତ୍ରୀ ମୁଣ୍ଡା ବଡ଼ବିଲ ଥାନାରେ ଏତଲା ଦେବାରୁ ମଙ୍ଗଳ ମୁଣ୍ଡା ଗିରଫ ହୋଇଥିଲା। ଏହାପରେ ୧୩ ଜଣ ସାକ୍ଷୀଙ୍କ ବୟାନ ଆଧାରରେ ଚମ୍ପୁଆ ଅତିରିକ୍ତ ଦୌରା ଜଜ୍ ସରୋଜ କୁମାର ଦାସ ଆସାମୀ ମଙ୍ଗଳକୁ ଦଫା ୩୦୨ରେ ଆଜୀବନ ଓ ଦଫା ୨୦୧ରେ ଆଉ ୩ ବର୍ଷ ଜେଲ ଦଣ୍ଡାଦେଶ ଦେଇଛନ୍ତି

 କେନ୍ଦୁଝର ରୁ ଦଶରଥ ବାରିକ୍ ଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡ଼ିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ