।। ସାମ୍ବାଦିକଙ୍କୁ ସୋସିଆଲ ମିଡିଆରେ ଧମକ ଦେଇ ଭୁଲ୍ ମାଗିଲେ ପଞ୍ଚାୟତ ସମିତି ଅଧ୍ୟକ୍ଷାଙ୍କ ସ୍ବାମୀ ।।

Sep 21, 2024 - 15:18
 0  115
।। ସାମ୍ବାଦିକଙ୍କୁ ସୋସିଆଲ ମିଡିଆରେ ଧମକ ଦେଇ  ଭୁଲ୍ ମାଗିଲେ ପଞ୍ଚାୟତ ସମିତି ଅଧ୍ୟକ୍ଷାଙ୍କ ସ୍ବାମୀ ।।

ତା: ୧୯/୦୯/୨୦୨୪ ( ରଞ୍ଜିତ ନାୟକ ) ନବରଙ୍ଗପୁର ଜିଲ୍ଲା ପାପଡ଼ାହାଣ୍ଡି ବ୍ଳକ ଅଧ୍ୟକ୍ଷାଙ୍କ ସ୍ବାମୀ ପରେଶ ଜେନା ସାମ୍ବାଦିକମାନଙ୍କୁ ସୋସିଲ ମିଡିଆରେ ଦୁର୍ବ୍ଯବହାର କରିଥିବା ନେଇ ଗତକାଲି ପାପଡ଼ାହାଣ୍ଡି ଥାନାରେ ଅଭିଯୋଗ ହୋଇଥିଲା ! ସଂଘ ତରଫରୁ ଏହାର ଦୃଢ଼ ନିନ୍ଦା କରାଯିବା ସହ ବିଡିଓଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା ! ତେବେ ପରେ ଅନୁତାପ କରି ଥାନାକୁ ଯାଇ ଲିଖିତ ଆକାରେ ଦେବା ସହ ସାମ୍ବାଦିକ ମାନଙ୍କୁ କ୍ଷମା ପ୍ରାର୍ଥନା କରିଥିଲେ ! ସୂଚନା ପ୍ରକାରେ ପାପଡ଼ାହାଣ୍ଡି ବ୍ଳକ କାର୍ଯ୍ୟାଳୟ ପକ୍ଷରୁ ସାମ୍ବାଦିକଙ୍କୁ ସୂଚନା ଆଦାନ ପ୍ରଦାନ ନିମନ୍ତେ ଏକ ସୋସିଆଲ ମିଡିଆରେ ବ୍ଲକ ଓ ସାମ୍ବାଦିକମାନଙ୍କ ସୂଚନା ଗ୍ରୁପ୍ ଖୋଲାଯାଇଛି ! ଏଥିରେ ବ୍ଲକର ସମସ୍ତ ସାମ୍ବାଦିକ,ବ୍ଳକର କିଛି କର୍ମଚାରୀ,ବ୍ଳକ ଅଧ୍ୟକ୍ଷାଙ୍କ ସ୍ବାମୀ ଓ ବ୍ଳକ ଉପାଧ୍ୟକ୍ଷ ରହିଛନ୍ତି ! ଏହି ଗ୍ରୁପରେ ୧୭ ତାରିଖ ମଙ୍ଗଳବାର ଦିନ ସୁଭଦ୍ରା ଯୋଜନା ଶୁଭାରମ୍ଭ କାର୍ଯ୍ୟକ୍ରମ ପାଇଁ ବ୍ଲକ ପ୍ରଶାସନ ତରଫରୁ ସାମ୍ବାଦିକମାନଙ୍କୁ ନିମନ୍ତ୍ରଣ କରାଯାଇଥିଲା ! ସେହି ଅନୁସାରେ ସାମ୍ବାଦିକମାନେ ମଧ୍ୟ ଯାଇଥିଲେ ! ସେଠାରେ ସାମ୍ବାଦିକଙ୍କୁ ଅସମ୍ମାନ ହେବା ଯୋଗୁଁ କିଛି ସାମ୍ବାଦିକ ବ୍ଲକ ପ୍ରଶାସନକୁ ଅବଗତ ନିମନ୍ତେ ଉକ୍ତ ଗ୍ରୁପ୍ ମାଧ୍ୟମରେ ଜଣାଇଥିଲା ତେବେ ଉକ୍ତ ଗ୍ରୁପରେ ବ୍ଲକ ଅଧ୍ୟକ୍ଷାଙ୍କ ସ୍ବାମୀ ପରେଶ ଜେନା ସାମ୍ବାଦିକମାନଙ୍କୁ ଦୁବ୍ୟବହାର କରିଥିଲେ ! ଏପରିକି ପାପଡ଼ାହାଣ୍ଡି ସାମ୍ବାଦିକ ସଂଘର ସଭାପତି ଏନ୍.ଜନାର୍ଦ୍ଦନ ରାଓଙ୍କୁ ଧମକ ମଧ୍ୟ ଦେଇଥିଲେ ! ଏହାର ପ୍ରତିବାଦରେ ପାପଡ଼ାହାଣ୍ଡି ବ୍ଲକ ସାମ୍ବାଦିକ ସଂଘର ଜରୁରୀ ବୈଠକ ଅନୁଷ୍ଠିତ ହୋଇଥିଲା ! ଏଥିରେ ସାମ୍ବାଦିକମାନେ ବ୍ଲକ ଅଧ୍ୟକ୍ଷାଙ୍କ ସ୍ବାମୀଙ୍କ ମର୍ତ୍ତ୍ୟବକୁ ନିନ୍ଦା କରିବା ସହ ସ୍ଥାନୀୟ ବିଡିଓ କପିଳ ଦେବ ସାହୁଙ୍କୁ ଘେରାଉ କରିଥିଲେ ! ଏଥିସହ ବ୍ଲକ କାର୍ଯ୍ୟାଳୟରେ ଅଧ୍ୟକ୍ଷାଙ୍କ ସ୍ବାମୀଙ୍କ କଣ କାମ ରହିଛି, ସେ ବ୍ଳକର ସମସ୍ତ କାମରେ କାହିଁକି ହସ୍ତକ୍ଷେପ କରୁଛନ୍ତି ବୋଲି ବିଡିଓଙ୍କୁ ପ୍ରଶ୍ନ କରିଥିଲେ ! ଅପରପକ୍ଷରେ ବିଡିଓ ଶ୍ରୀ ସାହୁ ନିଜ ପ୍ରତିକ୍ରିୟାରେ ସେ କୌଣସି କାମରେ ହସ୍ତକ୍ଷେପ କରୁନାହାନ୍ତି ବୋଲି ସଫେଇ ଦେଇଥିଲେ ! ଏହାପରେ ବ୍ଲକ ସାମ୍ବାଦିକ ସଂଘ ସଭାପତି ଏନ୍. ଜନାର୍ଦ୍ଦନ ରାଓ ଓ ଅନ୍ୟ ସାମ୍ବାଦିକମାନଙ୍କ ପ୍ରତି ଦୁର୍ବ୍ଯବହାର ସହ କୈଳାସ ବିଷୋୟୀଙ୍କୁ ହତ୍ୟା ଧମକ ହୋଇଥିବା ନେଇ ଥାନାରେ ଅଭିଯୋଗ କରିଥିଲେ ! ଅଭିଯୋଗ କୁ ଭିତ୍ତି କରି ପାପଡାହାଣ୍ଡି ଥାନା ଅଧିକାରୀ ଦୁଇ ଗୋଷ୍ଟି କୁ ଥାନା ରେ ଡକାଇ ଉଭୟ ପକ୍ଷ କୁ ଶୁଣିଥିଲେ. ଏଥିରେ ବ୍ଲକ ଅଧକ୍ଷା ଙ୍କ ସ୍ୱାମୀ ପରେଶ ଜେନା ନିଜ ଭୁଲ ବୁଝି ସାମ୍ବାଦିକ କୁ କ୍ଷମା ମାଗିଥିଲେ ! ସେ ଥାନା ରେ ଲିଖିତ ଆକାର ରେ ଦେଇଥିଲେ ଯେ ସେ ଏମିତି ଭୁଲ କେବେ କରିବେ ନାହିଁ ସାମ୍ବାଦିକ କୁ କେବେ ମଧ୍ୟ ଦୁର୍ବ୍ୟବହାର କରିବେ ନାହି !

 ନବରଙ୍ଗପୁର ରୁ ରଞ୍ଜିତ ନାୟକ ଙ୍କ ରିପୋର୍ଟ First News Odisha !

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ