ସାମ୍ବାଦିକଙ୍କ ହତ୍ୟା କାରିଙ୍କୁ ଗିରଫ ଓ ରାଜ୍ୟ ରେ ସାମ୍ବାଦିକ ସୁରକ୍ଷା ଆଇନ ପ୍ରଣୟନ ପାଇଁ ଦାବି

Jul 15, 2025 - 19:55
 0  19

କୋରାପୁଟ :ତା-୧୫/୦୭/୨୫ (ଫାଷ୍ଟ୍ ନ୍ୟୁଜ୍ ଓଡ଼ିଶା) ରାଜ୍ୟରେ ଦିନକୁ ଦିନ ସାମ୍ବାଦିକ ମାନଙ୍କ ଉପରେ ଅତ୍ୟାଚାର ବୃଦ୍ଧି ପାଇବାରେ ଲାଗିଛି। ଏପରିକି ଗତ ୧୧ ତାରିଖରେ ମାଲକାନଗିରି ଜିଲ୍ଲା ମୋଟୁ ଅଞ୍ଚଳରେ ଜଣେ ଓ୍ବେବ୍ ଚାନେଲ୍ ସାମ୍ବାଦିକ ଙ୍କୁ ଦୁର୍ବୁତ୍ତ ମାନେ ନିର୍ମମ ଭାବେ ହତ୍ୟା କରିଛନ୍ତି। ଏଥିରୁ ଜଣାପଡୁଛି ରାଜ୍ୟରେ ସାମ୍ବାଦିକ ମାନେ ବର୍ତ୍ତମାନ ସୁରକ୍ଷିତ ନୁହଁନ୍ତି। ଯେଉଁଥିପାଇଁ ଓୟୁଜେ ଅନୁବନ୍ଧିତ କୋରାପୁଟ ଜିଲା ସାମ୍ବାଦିକ ସଂଘ (କେ ଜେଡ ଏସ ଏସ) ପକ୍ଷରୁ ମଙ୍ଗଳବାର ରାଜ୍ୟ ମୁଖ୍ୟ ମନ୍ତ୍ରୀ ମୋହନ ଚରଣ ମାଝି ଙ୍କ ଉଦେଶ୍ୟ ରେ ଏକ ଦାବି ପତ୍ର ଜିଲାପାଳ ଭି. କିର୍ତ୍ତୀଭାସନ ଙ୍କ ଜରିଆରେ ପ୍ରଦାନ କରାଯାଇଛି। ରାଜ୍ୟ ସରକାର ତୁରନ୍ତ ମୃତ ସାମ୍ବାଦିକ ହତ୍ଯା କାରୀଙ୍କୁ ଗିରଫ କରିବା ସହିତ ତାଙ୍କ ପରିବାର କୁ ୩୦ ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ କରିବା ପାଇଁ ସଂଘ ପକ୍ଷରୁ ଦାବି କରାଯାଇଛି। ରାଜ୍ୟର ବିଭିନ୍ନ ସ୍ଥାନରେ ସାମ୍ବାଦିକ ମାନଙ୍କ ଉପରେ ଦିନ କୁ ଦିନ ଅତ୍ଯାଚାର, ମରଣାନ୍ତକ ଆକ୍ରମଣ ସହିତ ହତ୍ଯା କରାଯାଉଛି। ଦୁର୍ବୃତ୍ତ ଙ୍କ ଏଭଳି ବର୍ବରକାଣ୍ଡ ସାମ୍ବାଦିକ ଙ୍କ ସୁରକ୍ଷା ପ୍ରତି ନିଶ୍ଚିତ ବିପଦପୂର୍ଣ୍ଣ। ଏହି ବୃତ୍ତିରେ କାର୍ଯ୍ୟ କରୁଥିବା ବ୍ୟକ୍ତି ମାନେ ନିଜକୁ ସୁରକ୍ଷିତ ମଣୁନାହାନ୍ତି । ଗଣତାନ୍ତ୍ରିକ ରାଷ୍ଟ୍ରର ସୁସ୍ଥ ସମାଜ ପାଇଁ ଏହା ଶୁଭଙ୍କର ନୁହେଁ। ବିଭିନ୍ନ ରାଜ୍ୟରେ ସାମ୍ବାଦିକ ସୁରକ୍ଷା ଆଇନ ପ୍ରଣୟନ କରାଯାଇ ସାରିଲାଣି। ପଡୋଶୀ ଛତିଶଗଡ଼ ରାଜ୍ଯରେ କାର୍ଯ୍ଯରତ ସାମ୍ବାଦିକ ମାନଙ୍କ ନିମନ୍ତେ ସୁରକ୍ଷା ଆଇନ ଲାଗୁ ହୋଇସାରିଛି। ଏଣୁ ସାମ୍ବାଦିକ ସୁରକ୍ଷା ଆଇନ ରାଜ୍ୟରେ ପ୍ରଚଳିତ କରାଯାଉ। ବୋଲି ସଂଘ ପକ୍ଷରୁ ଦାବି କରାଯାଇଛି। ଏହି ଅବସରରେ ସଭାପତି ଶଶଧର ରାଉତଙ୍କ ନେତୃତ୍ବରେ କାର୍ଯ୍ୟକାରୀ ସଭାପତି ଶରତ ନାୟକ, ସାଧାରଣ ସମ୍ପାଦକ ରଂଜନ କୁମାର ଦାସ, ଦିଲ୍ଲୀପ୍ କୁମାର ମହାନ୍ତି, ସୌମ୍ୟରଞ୍ଜନ ସାହୁ, ଉପଦେଷ୍ଟା ମନୋଜ ପଟ୍ଟନାୟକ, ରାଜେନ୍ଦ୍ର ଗୌଡ଼, ସନ୍ତୋସ ପାତ୍ର, ସୁଶାନ୍ତ ପାତ୍ର, ପ୍ରଦୀପ ରାଉତ ,ପ୍ରଶାନ୍ତ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ ।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ