ସହ ସହ ଭକ୍ତଙ୍କ ଭିଡ଼ ମଧ୍ୟରେ କଳାହାଣ୍ଡି ଜିଲ୍ଲାର ଶେଷ ଦଶହରା ପର୍ବ ଶାନ୍ତି ଶୃଙ୍ଖଳା ରେ ସମ୍ପନ୍ନ :କୋଷାବରା ଠାରେ ମାଁ ଡୋକରୀ ଦେବୀ ଓ ବାବା ଭୈରବ ଦେବଙ୍କ ଝାମୁଯାତ୍ରା

Nov 13, 2024 - 22:20
 0  11
ସହ ସହ ଭକ୍ତଙ୍କ ଭିଡ଼ ମଧ୍ୟରେ କଳାହାଣ୍ଡି ଜିଲ୍ଲାର ଶେଷ ଦଶହରା ପର୍ବ ଶାନ୍ତି ଶୃଙ୍ଖଳା ରେ ସମ୍ପନ୍ନ :କୋଷାବରା ଠାରେ ମାଁ ଡୋକରୀ ଦେବୀ ଓ ବାବା ଭୈରବ ଦେବଙ୍କ ଝାମୁଯାତ୍ରା

ଥୁଆମୂଳ ରାମପୁର : ୧୩l୧୧-(ଦୁର୍ଗା କୀର୍ତ୍ତି):- କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ୍ ଅନ୍ତର୍ଗତ କୋଷାବରା ଗ୍ରାମର ହେଲୋ ପ୍ୟାଣ୍ଟ୍ ପଡ଼ା ଠାରେ ସମ୍ପୂର୍ଣ୍ଣ ହୋଇଯାଇଛି ମାଁ ଡୋକରୀ ଦେବୀ ଓ ବାବା ଭୈରବ ଦେବଙ୍କ ଝାମୁଯାତ୍ରା ବା କଳାହାଣ୍ଡି ଜିଲ୍ଲାର ଶେଷ ଦଶହରା / ଦୀପାବଳୀ ପର୍ବ l ଏହି ପୀଠରେ ମାଁ ଡୋକରୀ ଦେବୀ ଓ ବାବା ଭୈରବ ଦେବଙ୍କୁ ପୂଜାର୍ଚ୍ଚନା କରାଯାଇଥାଏ l ପ୍ରତିବର୍ଷ ଏଠାକୁ ସହ ସହ ଭକ୍ତ ଓ ଶ୍ରଦ୍ଧାଳୁ ଙ୍କ ସମାଗମ ହୋଇଥାଏ l ଚଳିତ ବର୍ଷ ମଧ୍ୟ କୋଷାବରା ଗ୍ରାମବାସୀ ବେଶ୍ ଧୁମଧାମରେ ପାଳନ କରିଥିଲେ ଦୀପାବଳୀ ବା ଦଶହରା ପର୍ବ ର ଶେଷ ପର୍ଯ୍ୟାୟର ଅନ୍ତିମ ଉତ୍ସବ l ପ୍ରଥମ ଦିବସ ରେ ମାଙ୍କ ଆରାଧନା ପରେ ନିକଟସ୍ଥ ନାଳରୁ ଦ୍ୱିତୀୟ ଥରପାଇଁ କଳସ ଶୋଭାଯାତ୍ରା କରି ମନ୍ଦିର ପର୍ଯ୍ୟନ୍ତ ପହଞ୍ଚି ମନ୍ଦିରରେ ସ୍ଥାପନ କରିଥିଲେ l ପରେ ଦ୍ୱିତୀୟ ଦିବସରେ ଗ୍ରାମର ଅଗ୍ନି ଭୈରବ ଦେବ ଓ ମାଁ ଡୋକରୀ ଦେବୀଙ୍କ ନଗର ପରିକ୍ରମା ପରେ ପରେ ପାଣି ଗଦିଆ ବସା, କଣ୍ଟା ଦୋଳି ଝୁଲା ପରେ ପୂର୍ବ ପ୍ରସ୍ତୁତ ହୂତୁ ହୂତୁ ହୋଇ ଜଳୁଥିବା ଅଗ୍ନି କୁଣ୍ଡ ଅଭିମୁଖେ ଅଗ୍ନି ପରୀକ୍ଷା ପରମ୍ପରା ଅନୁଯାୟୀ ଦେବା ପାଇଁ ବୈରବ କାଳିଶି ଯାଇଥାନ୍ତି ଓ ଅଗ୍ନିପରୀକ୍ଷା ଦେଇଥାନ୍ତି l ପରମ୍ପରା ଅନୁଯାୟୀ ଭୈରବ କାଳିଶି ଜଗିନ୍ଦ୍ର ଧଙ୍ଗଡା ମାଝୀ ଅଗ୍ନିପରୀକ୍ଷା ଦେଇଥିବା ବେଳେ ମାଁ ଡୋକରୀ ଦେବୀ କାଳିଶି ସୁଦର୍ଶନ ନାଏକ ପାଣି ଗାଦିଆ ବସିଥିଲେ l ଏହି ଅବସରରେ ଏକ ସାଧାରଣ ସଭା ମଧ୍ୟ ଅନୁଷ୍ଠିତ ହୋଇଥିଲା l ଏଥିରେ ଅତିଥି ଭାବରେ ଆଇନଜୀବୀ ନିମାଞ୍ଚଲ୍ ନାଏକ, ଆଇନଜୀବୀ ମନୋରଞ୍ଜନ ନାଏକ, ଗୁଞ୍ଜେନ୍ ମାଝୀ, ପରମେଶ୍ୱର୍ ନାଏକ, ହେମନ୍ତ ନାଏକ, ମକୁନ୍ଦ ଧଙ୍ଗଡା ମାଝୀ, ଧର୍ମେନ୍ଦ୍ର ନାଏକ, ଘେନୁ ନାଏକ, ସାମ୍ବାଦିକ ଦୁର୍ଗା କୀର୍ତ୍ତି, ସାମ୍ବାଦିକ ମକୁନ୍ଦ ନାଏକ ପ୍ରମୁଖ ମଞ୍ଚାସିନ ଥିବା ବେଳେ ପୂଜାକମିଟିର ସଭାପତି ଡ଼ମ୍ୱରୁ ଧର ନାଏକ, ଉପ ସଭାପତି ଆନନ୍ଦ ନାଏକ, ସମ୍ପାଦକ ଜଗା କାଳିଆ ନାଏକ, ସହ ସମ୍ପାଦକ ଚନ୍ଦ୍ରକାନ୍ତ ନାଏକ, କୋଷାଧ୍ୟକ୍ଷ ମଳୟ ନାଏକ, ଉପଦେଷ୍ଟା ମଣ୍ଡଳୀ ରେ ଭୀମସେନ ମାଝୀ, କୈଳାଶ ଚନ୍ଦ୍ର ମାଝୀ, ଗଜାନନ ନାଏକ, ମଧୁସୂଦନ ନାଏକ, ଗୋବିନ୍ଦ ଧଙ୍ଗଡା ମାଝୀ ପ୍ରମୁଖ ଉପସ୍ଥିତ ଥିଲେ l ଆୟୋଜିତ ଏହି ସଭାକୁ ମଞ୍ଚ ପରିଚାଳନା କରୁଥିଲେ ଡମ୍ବରୁଧର ନାଏକ ଏବଂ ଭୀମସେନ ମାଝୀ, ସମସ୍ତ ଅତିଥି ଗଣ ନିଜ ନିଜର ବକ୍ତବ୍ୟରେ ଯାତ୍ରା ଉପରେ ପୁଙ୍ଖାନୁପୁଙ୍ଖ ଭାବରେ ଲୋକଙ୍କୁ ବୁଝାଇ ଥିଲେ ଓ ଗାଁ ର ଉନ୍ନତି କେମିତି ହେବ ସମସ୍ତ ପିଲା କେମିତି ଶିକ୍ଷିତ ହେବା ସହ ପରିଶ୍ରମୀକ ହେବେ ଓ ନିଜର ଅଞ୍ଚଳ ର ନାମ ରଖିବା ପାଇଁ ସମସ୍ତ ଗ୍ରାମ ବାସୀଙ୍କୁ ଅନୁରୋଧ କରିଥିଲେ ଏବଂ ଆଗାମୀ ବର୍ଷ କେମିତି ସମସ୍ତେ ଏକଜୁଟ ହୋଇ ନିଜସ୍ବ ଖର୍ଚ୍ଚରେ ବା ସରକାରଙ୍କ ପାଖରେ ଗୁହାରି କରି ବାବା ଭୈରବ ଦେବ ଙ୍କ ଏହି ମନ୍ଦିର ନିର୍ମାଣ କରାଯିବ ସେ ଦିଗରେ ସମସ୍ତ ଅତିଥିଙ୍କ ସମେତ ସମସ୍ତ ଗାଁ ବାସୀ ସଙ୍କଳ୍ପ ନେଇଥିଲେ l ଶେଷରେ ସମସ୍ତଙ୍କୁ ପୁଜକମିଟି ସଭାପତି ଡମ୍ବରୁଧର ନାଏକ ଧନ୍ୟବାଦ୍ ଅର୍ପଣ କରି ସଭା ସାଙ୍ଗ କରିଥିଲେ l ପୁଜକମିଟି ପକ୍ଷରୁ ଦର୍ଶକଙ୍କ ମନୋରଂଜନ ସକାଶେ ଏକ ଗୀତିନାଟ୍ୟ ପଞ୍ଚସ୍ତ କାର୍ଯ୍ୟକ୍ରମ କରିଥିଲେ l ସହ ସହ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ସମାଗମ ଦେଖି ଥୁଆ ମୂଳ ରାମପୁର ପୋଲିସ ପକ୍ଷରୁ ବେଶ୍ ସୁରକ୍ଷାର ବ୍ୟବସ୍ଥା କରାଯାଇଥିଲା l ଏଥିରେ ଆଈଆର୍ବି ଯବାନ ଙ୍କ ସମେତ ଜଣେ କନେଷ୍ଟବଳ ଏବଂ ଜଣେ ଏ ଏସ ଆଇ ମୁତୟନ ହୋଇ ଶାନ୍ତି ଶୃଙ୍ଖଳା ରଖାଇ ଥିଲେ l

 କଳାହାଣ୍ଡି ଜିଲ୍ଲା ରୁ ମକୁନ୍ଦ ନାଏକଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ