ସରକାରୀ କ୍ରୀଡା ଛାତ୍ରାବାସରେ ଛାତ୍ରଛାତ୍ରୀଙ୍କ ଦାଖଲ ନିମନ୍ତେ ଅନଲାଇନ ପଞ୍ଜିକରଣ ଆରମ୍ଭ
ନୂଆପଡା : ଓଡିଶା ରାଜ୍ୟ ସରକାରଙ୍କ ଦ୍ୱାରା ପରିଚାଳିତ କ୍ରୀଡା ଛାତ୍ରାବାସରେ ଦାଖଲ ନିମିତ୍ତ ଅନଲାଇନ ପଞ୍ଜିକରଣ ଆରମ୍ଭ ହୋଇଛି l ଇଛୁକ ଛାତ୍ର ତଥା ଅଭିଭାବକ ମlନଙ୍କୁ ଅନୁରୋଧ ଯେ ସେମାନେ ନିଜ ବିଦ୍ୟାଳୟର କ୍ରୀଡା ଶିକ୍ଷକଙ୍କ ସହିତ ଯୋଗାଯୋଗ କରି ଅନଲାଇନ ରେ ନିଜ ବିଦ୍ୟାଳୟ ତଥା ନିଜ ନାମ ପଞ୍ଜିକରଣ କରିନେବେ l ପଞ୍ଜିକରଣ ନିମନ୍ତେ ଥିବା ଖେଳ ଗୁଡିକ ହେଲା ଫୁଟବଲ, ଭଳିବଲ, ଖୋ - ଖୋ, ଦୌଡ଼କୁଦ, ତିରନ୍ଦାଜ, ବାସ୍କେଟବଲ, ସାଇକ୍ଲିଙ୍ଗ, ଫେନସିଙ୍ଗ, ଜୁଡୋ, ସ୍ବୀମିଙ୍ଗ, ଓ ଜିମନାସ୍ଟିକ୍ସ l ଛାତ୍ର ଛlତ୍ରୀଙ୍କ ବୟସ 08 ବର୍ଷ ରୁ 14 ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ l ଛାତ୍ରଛlତ୍ରୀ ମାନେ 01.08.2011 ରୁ 01.08.2017 ମଧ୍ୟରେ ଜନ୍ମଗ୍ରହଣ କରିଥିବା ଆବଶ୍ୟକ l ଜିମିନାଷ୍ଟିକ ଖେଳ ନିମନ୍ତେ ବୟସ 8 ରୁ 11 ବର୍ଷ ହୋଇଥିବା ବିଧେୟ l (01.07.2011 ରୁ 01.08.2914 ମଧ୍ୟରେ) l ଉକ୍ତ ଚୟନ ପ୍ରକ୍ରିୟାରେ ଯେକୌଣସି ବିଦ୍ୟାଳୟର ଛାତ୍ର ଛାତ୍ରୀ ଭାଗ ନେଇପାରିବେ l ଏଥିନିମନ୍ତେ ଜିଲ୍ଲା କାର୍ଯ୍ୟାଳୟରୁ ଜିଲ୍ଲା ଶିକ୍ଷl ଅଧିକାରୀ ନୂଆପଡା, ଜିଲ୍ଲା ମଙ୍ଗଳ ଅଧିକାରୀ ନୂଆପଡାଙ୍କୁ ଅଧିକରୁ ଅଧିକ ଛାତ୍ର ଛାତ୍ରୀଙ୍କ ନାମ ପଞ୍ଜିକରଣ ନିମନ୍ତେ ବିହିତ ଅନୁରୋଧ କରାଯାଇଛି l 27.11.2925 ପଞ୍ଜିକରଣର ଶେଷ ତାରିଖ ଅଟେ l ଏଣୁ ସମସ୍ତ ଇଛୁକ ଛାତ୍ରଛlତ୍ରୀ ତଥା ଅଭିଭାବକ ମାନଙ୍କୁ ଅନୁରୋଧ ଯେ ସେମାନର ନିଜ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ କିମ୍ବା କ୍ରୀଡ଼ାଶିକ୍ଷକ ଙ୍କୁ ସାକ୍ଷାତ କରି ପଞ୍ଜିକରଣ କରିନିଅନ୍ତୁ ଏବଂ ଉକ୍ତ ଚୟନ ପ୍ରକ୍ରିୟାରେ ସାମିଲ ହୁଅନ୍ତୁ l ଉକ୍ତ ସୁଯୋଗ ବର୍ଷରେ କେବଳ ଥରେ ମାତ୍ର ମିଳେ l ଏହାର ସୁବିନିଯୋଗ କରନ୍ତୁ l ସମସ୍ତ ବିଦ୍ୟାଳୟର ଶିକ୍ଷକ ଓ ଶିକ୍ଷୟତ୍ରୀ ମାନଙ୍କୁ ଅନୁରୋଧ ସେମାନେ ନିଜ ବିଦ୍ୟାଳୟରେ କମିଟି ଗଠନ କରି ଉପଯୁକ୍ତ କ୍ରୀଡ଼ାବିତ ମlନଙ୍କୁ ନାମ ପଞ୍ଜିକରଣ କରିବାରେ ସାହାଯ୍ୟ କରିବେ l ପଞ୍ଜିକରଣ ନିମନ୍ତେ ପୋର୍ଟାଲ ହେଲାhttps://portal.sportsodisha.gov.in/Talent/LoginSchool ଆବଶ୍ୟକସ୍ଥଳେ ବ୍ଲକ ରେ ଅବସ୍ଥାପିତ ବ୍ଲକ ଶିକ୍ଷାଧିକାରୀ କିମ୍ବା ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ଙ୍କ ସହ ଯୋଗାଯୋଗ କରିପାରିବେ l ଅଥବା ଜିଲ୍ଲା କ୍ରୀଡାଧିକାରୀଙ୍କୁ ମୋବାଇଲ ନମ୍ବର 9348136515 ରେ ଯୋଗଯୋଗ କରିପାରିବେ l ଏଣୁ ସମସ୍ତ ଇଛୁକ ଛାତ୍ର ଛlତ୍ରୀ ଏବଂ ଅଭିଭାବକ ମାନଙ୍କୁ ଯଥାଶୀଘ୍ର ନାମ ପଞ୍ଜିକରଣ ଆଗାମୀ 27.11.2025 ଆଗରୁ କରିବା ନିମନ୍ତେ ଜିଲ୍ଲା କ୍ରୀଡା ଅଧିକାରୀ ନୂଆପଡା, ରାଜେନ୍ଦ୍ର ପ୍ରସାଦ ବଢ଼ାଇ ଅନୁରୋଧ କରିଛନ୍ତି l
ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ ଫାଷ୍ଟ ନିୟୁଜ ଓଡିଶା
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0