ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ୨୦୨୬ ଉଡାନ୍ ମହାସମାରୋହରେ ଅନୁଷ୍ଠିତ

Feb 4, 2026 - 17:23
 0  48
ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ୨୦୨୬ ଉଡାନ୍ ମହାସମାରୋହରେ ଅନୁଷ୍ଠିତ

କଳାହାଣ୍ଡି :ମକୁନ୍ଦ ନାଏକ:୪/୦୨ - (ଫାଷ୍ଟ ନ୍ୟୁଜ ଓଡିଶା) :- କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ମହୁଲପାଟଣା ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ଯକ୍ଷ ଲକ୍ଷ୍ମୀଧର ନାଏକଙ୍କ ପ୍ରତ୍ଯକ୍ଷ ତତ୍ବାବଧାନରେ ବାର୍ଷିକ ଉତ୍ସବ ୨୦୨୬ 'ଉଡ଼ାନ୍' ମହାସମାରୋହରେ ଆୟୋଜିତ ହୋଇଯାଇଛି। ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ତପୀମଣୀ ଜାନୀ, ମୁଖ୍ୟ ବକ୍ତା ଭାବରେ ଇନ୍ଦିରାବତୀ ଡିଗ୍ରୀ କଲେଜ ଅଧ୍ଯକ୍ଷ ବୈଦ୍ଯନାଥ ପାଢୀ ଯୋଗଦେଇ ଥିବାବେଳେ ସ୍ବତନ୍ତ୍ର ଅତିଥି ଭାବେ ରମେଶ ଚନ୍ଦ୍ର ମାଝୀ ରାଜ୍ଯ କାର୍ଯ୍ଯକାରିଣୀ ସଦସ୍ୟ ତଥା ବିଧାୟକ ପ୍ରାର୍ଥୀ, ବ୍ଳକ ଅଧ୍ଯକ୍ଷ ଦୟାନିଧି ମାଝୀ, ପୂର୍ବତନ ବ୍ଳକ ଉପାଧ୍ୟକ୍ଷ ପବିତ୍ର ନାଏକ, ବିଷ୍ଣୁ ନାଏକ ବିଜେପି ଲାଞ୍ଜିଗଡ ନିର୍ବାଚନ ମଣ୍ତଳୀ ପ୍ରଭାରୀ, ସମାଜ ସେବୀ ସୁଜନ କୁମାର ନାଏକ, ସୁଶାନ୍ତ ନାଏକ ପୂର୍ବତନ ମଣ୍ତଳ ସଭାପତି, କାଣିଗୁମା ଗ୍ରାମ ପଞ୍ଚାୟତ ସଭ୍ଯ ଉପେନ୍ଦ୍ର ନାଏକ, ସ୍ଥାନୀୟ ସରପଞ୍ଚ ରତନୀ ମାଝୀ, ଡ଼ୁମେର ପଦର ମଣ୍ଡଳ ସାଧାରଣ ସମ୍ପାଦକ ଚନ୍ଦନ ନାୟକ, ଡ଼ୁମେର ପଦର ମଣ୍ଡଳ ସମ୍ପାଦକ ବାବୁଲା ପ୍ରସାଦ ମାଝୀ, ଯୁବ ନେତା ତରୁଣ ନାଏକ,ମହେନ୍ଦ୍ର ନାଏକ ପାଡେପଦର ସରପଞ୍ଚ, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ସୋମନାଥ ନାଏକ,, ଅଭିଭାବକ ରୁକ୍ତା ମାଝୀ, ପ୍ରମୁଖ ଙ୍କୁ ସ୍ବାଗତ ସମ୍ବର୍ଦ୍ଧନା କରାଯାଇ ଅତିଥିଙ୍କ ଉପସ୍ଥିତରେ ଗଣେଶଙ୍କ ଫଟୋ ଚିତ୍ରରେ ପ୍ରଦୀପ ପ୍ରଜ୍ଜ୍ୱଳନ ଓ ପୂଜାର୍ଚ୍ଚନା ପରେ ମଞ୍ଚକୁ ଶୁଭାରମ୍ଭ କରାଯାଇଥିବା ବେଳେ ଅଧ୍ଯକ୍ଷ ଲକ୍ଷ୍ମୀଧର ନାଏକ ବିଦ୍ୟାଳୟର ବାର୍ଷିକ ବିବରଣୀ ପାଠ କରି ମଞ୍ଚକୁ ପରିଚାଳନା କରିଥିଲେ। ଏଥିରେ ପୂର୍ବରେ ବିଦ୍ୟାଳୟରେ ଛାତ୍ରଛାତ୍ରୀ ମାନଙ୍କୁ ନେଇ ବିଭିନ୍ନ କ୍ରୀଡା ପ୍ରତିଯୋଗିତାରେ ଅଂଶଗ୍ରହଣ କରି କୃତିତ୍ୱ ଲାଭ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ଅତିଥି ମାନଙ୍କ ଦ୍ବାରା ମାନପତ୍ର ଓ ଟ୍ରଫି ପୁରସ୍କୃତ କରାଯାଇଥିଲା।ଏହି ଅବସରରେ ଅପରାହ୍ନରେ ମଞ୍ଚରେ ସାଂସ୍କୃତିକ କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀ ମାନ ଦ୍ଵାରା ପାରମ୍ପରିକ ଓଡ଼ିଶୀ ନୃତ୍ୟ , ଆଦିବାସୀ ନୃତ୍ୟ ପରିବେଷଣ ହୋଇଥିଲା। ଏହି କାର୍ଯ୍ୟକ୍ରମକୁ ବିଦ୍ୟାଳୟର ଶିକ୍ଷକ ସନ୍ତୋଷ କୁମାର ପାତ୍ର, ପ୍ରଦୀପ ପାଟ ମାଝୀ, ବିନନ୍ତ ମାଝୀ, ନୀତେଶ ଠାକୁର, ଗୌରୀ ନାଏକ, କବିତା ମାଝୀ ଓ ପ୍ରତିମା ଛତ୍ରିଆ, ଅଧ୍ୟାପକ ପୁଷ୍ଟମ ବଣିଆ, ରଞ୍ଜନ କୁମାର ନାଏକ, ମଦନ ହଂସ୍ ଏବଂ ଅଧ୍ୟାପିକା ରିନା ସାହୁ, ସ୍ନେହାରାଣୀ ଧଙ୍ଗଡା ମାଝୀ ଓ ସନ୍ଧ୍ୟାରଣୀ ନାଏକ ସମେତ୍ ବିଦ୍ୟାଳୟର ଅନ୍ଯନ୍ଯ କର୍ମଚାରୀ କାର୍ଯ୍ୟକ୍ରମକୁ ସଂପୂର୍ଣ୍ଣ ଭାବରେ ସହଯୋଗ କରିଥିଲେ।

କଳାହାଣ୍ଡି ଜିଲ୍ଲା ରୁ ଅଫିସ କର୍ମଚାରୀ ମକୁନ୍ଦ ନାଏକଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ