ସରକାରୀ ଉଚ୍ଚ ବିଦ୍ୟାଳୟ ଚୁଲାଭାଟରେ ଜାତୀୟ ବିଜ୍ଞାନ ଦିବସ ପାଳିତ

Feb 28, 2025 - 19:30
 0  8
ସରକାରୀ ଉଚ୍ଚ ବିଦ୍ୟାଳୟ ଚୁଲାଭାଟରେ ଜାତୀୟ ବିଜ୍ଞାନ ଦିବସ ପାଳିତ

ଚୁଲାଭାଟ : ଆଜି ସରକାରୀ ଉଚ୍ଚ ବିଦ୍ୟାଳୟ ଚୁଳାଭାଟରେ ଜାତୀୟ ବିଜ୍ଞାନ ଦିବସ ପାଳିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ପ୍ରବୋଧ କୁମାର ହୋତାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ଚୁଲାଭାଟ ଗ୍ରାମ ପଞ୍ଚାୟତର ସରପଞ୍ଚ ଶ୍ରୀମତୀ ଚମ୍ପା ବାଇ ଠାକୁର ମୁଖ୍ୟ ଅତିଥି ଭାବରେ ଯୋଗଦାନ କରିଥିଲେ । ବିଦ୍ୟାଳୟର ପରିଚାଳନା କମିଟିର ସଭାପତି ଶ୍ରୀ ହେମନ୍ତ କୁମାର ମାଝୀ ସମ୍ମାନିତ ଅତିଥି ଭାବରେ ଯୋଗଦାନ କରିଥିଲେ ।ପ୍ରତ୍ୟେକ ଛାତ୍ର ଛାତ୍ରୀ ପାଖରେ ସୃଜନଶୀଳତା ଓ ବୈଜ୍ଞାନିକ ମନୋଭାବ ଭରି ରହିଛି ବୋଲି ମୁଖ୍ୟ ଅତିଥି ମତବ୍ୟକ୍ତ କରିଥିଲେ । ପ୍ରାଥମିକ,ଉଚ୍ଚ ପ୍ରାଥମିକ ଓ ମାଧ୍ୟମିକ ସ୍ତରରେ ବିଜ୍ଞାନଭିତ୍ତିକ କୁଇଜ୍,ଚିତ୍ରାଙ୍କନ ଓ ପ୍ରବନ୍ଧ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ଓ କୃତୀ ଛାତ୍ରଛାତ୍ରୀଙ୍କୁ ଟ୍ରଫି ଓ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା ।ଏହି କାର୍ଯ୍ୟକ୍ରମରେ ସଚିନ ଭୂଷାଗର, ଟିକେଲାଲ ମାଝୀ, ହୃଷିକେଶ ଜଗତ,ମୋହିନୀ ସୁନା,ଭୁବନଲାଲ କାନ୍ଦ୍ରା,ତ୍ରିଲୋଚନ ମାଝୀ,ଘନଶ୍ୟାମ ଜାଲ,ସୁନୀତା ସାହୁ,ତୁଳସୀ ପ୍ରସାଦ ବେହେରା, ଲୋଚନ କେଉଁଟ, ମେଘନାଥ ଦଣ୍ଡସେନା,ହୋମଲାଲ ମାଝୀ,ଜ୍ୟୋତ୍ସ୍ନାମୟୀ ବିଶି ଶିକ୍ଷକ ଶିକ୍ଷୟତ୍ରୀଗଣ ସହଯୋଗ କରିଥିଲେ ।

ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ

What's Your Reaction?

like

dislike

love

funny

angry

sad

wow

FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ