ସରକାରୀ ଉଚ୍ଚ ବିଦ୍ୟାଳୟ ଚୁଲାଭାଟ ରେ ସୁଭାଷ ଓ ବୀର ସୁରେନ୍ଦ୍ର ସାଏ ଜୟନ୍ତୀ ପାଳିତ

Jan 24, 2025 - 20:07
 0  11
ସରକାରୀ ଉଚ୍ଚ ବିଦ୍ୟାଳୟ ଚୁଲାଭାଟ ରେ ସୁଭାଷ ଓ ବୀର ସୁରେନ୍ଦ୍ର ସାଏ ଜୟନ୍ତୀ ପାଳିତ

ନୂଆପଡ଼ା : 23.1.25 ସରକାରୀ ଉଚ୍ଚ ବିଦ୍ୟାଳୟ ଚୁଲାଭାଟ ରେ ନେତାଜୀ ସୁଭାଷ ବୋଷ ଓ ବୀର ସୁରେନ୍ଦ୍ର ସାଏ ଜୟନ୍ତୀ ପାଳିତ ହୋଇଯାଇଛି. ପ୍ରଥମେ ଏକ ବିରାଟ ଶୋଭାଯାତ୍ରାରେ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ ଚୁଲା ଭାଟ ଗ୍ରାମ ପରିକ୍ରମା କରିଥିଲେ ଏବଂ ସୁଭାଷ ଛକ ଠାରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ପ୍ରବୋଧ ହୋତା ନେତାଜୀଙ୍କ ଆବକ୍ଷ ମୂର୍ତ୍ତୀ ରେ ପୁଷ୍ପଗୁଚ୍ଛ ଓ ମାଲ୍ୟାର୍ପଣ କରିଥିଲେ. ପରେ ବିଦ୍ୟାଳୟ ରେ ଅୟୋଜିତ ଜୟନ୍ତୀ ସଭାରେ ନେତାଜୀ ଓ ବୀର ସୁରେନ୍ଦ୍ର ସାଏ ଙ୍କ ବୀରତ୍ୱ, ବଳିଦାନ ଓ ସାହସ ର ଗାଥା ବର୍ଣ୍ଣନା କରିଥିଲେ. ପ୍ରଧାନ ଶିକ୍ଷକ ଶ୍ରୀ ହୋତା କହିଥିଲେ ଯେ ଚୁଲାଭାଟ ଯେହେତୁ ମହାଗୁଡା ସଭ୍ୟତା ର ଏକ ଅଂଶର ବିଶେଷ ତେଣୁ ବୀର ସୁରେନ୍ଦ୍ର ସାଏ ଙ୍କ ଏହି ଅଞ୍ଚଳ ସହିତ ସମ୍ପର୍କ ରହିଛି. ବ୍ରିଟିଶ ଗରିଲା ଯୁଦ୍ଧ ସମୟରେ ବୀର ସୁରେନ୍ଦ୍ର ସାଏ ଏହି ଅଞ୍ଚଳରେ ଆତ୍ମଗୋପନ କରିଥିଲେ. ଆଜିର କାର୍ଯ୍ୟକ୍ରମରେ କ୍ରୀଡା ଶିକ୍ଷକ ଘନଶ୍ୟାମ ଜାଲ, ହିନ୍ଦୀ ଶିକ୍ଷୟିତ୍ରୀ ସୁନିତା ସାହୁ, ଶିକ୍ଷକ ମେଘନାଥ ଦଣ୍ଡସେନା, ହୋମଲାଲ ମାଝୀ, ତୁଳସୀ ପ୍ରସାଦ ବେହେରା ତଥା ଲୋଚନ କେଉଁଟ ଓ ମନବୋଧ ମାଝୀ ସକ୍ରିୟ ସହଯୋଗ କରିଥିଲେ ।

 ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ