ସରକାରି ଉଚ୍ଚ ବିଦ୍ୟାଳୟ ଜେଞ୍ଜେରା ଠାରେ ଏନ.ସି.ସି. ଦିବସ ପାଳନ

Nov 24, 2024 - 19:06
 0  168
ସରକାରି ଉଚ୍ଚ ବିଦ୍ୟାଳୟ ଜେଞ୍ଜେରା ଠାରେ ଏନ.ସି.ସି. ଦିବସ ପାଳନ

ନୂଆପଡ଼ା : ଅଦ୍ୟ ତାରିଖ -24/11/2024 ବୁଢ଼ିପାଲି କ୍ଲୋଷ୍ଟର୍ ଅଧିନସ୍ଥ ସରକାରି ଉଚ୍ଚ ବିଦ୍ୟାଳୟ ଜେଞ୍ଜେରା ଠାରେ ଜାତୀୟ ଏନ.ସି. ସି. ଦିବସ ପାଳନ କରା ଯାଇଥିଲା ଏଥିରେ ବୁଢୀପାଲି CRCC ଶ୍ରୀ ଦେଓଲାଲ ବାଗ ସମ୍ମାନିତ ଅତିଥି ଭାବେ ଯୋଗଦାନ କରିଥିଲେ ତଥା କୁଲିଆବନ୍ଧା ଶିକ୍ଷକ ଗୁନସାଗର ଭୋଇ ଏବଂ ଚିଂରସର୍ର ପ୍ରଧାନ ଶିକ୍ଷକ ଅଶୋକ ବାଗ ଙ୍କୁ ନିମନ୍ତ୍ରଣ କରାଯାଇଥିଲା। ପି.ଇ.ଟି ଶିକ୍ଷକ ରୋହିତ ନାଗ କାର୍ଯକ୍ରମ କୁ ସମ୍ପାଦନା କରିଥିଲେ।ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଏବଂ ଏନସିସି କ୍ୟାଡେଟ ରେ ଯୋଗଦାନ କରିଥିବା ଛାତ୍ରଛାତ୍ରୀ ମାନଙ୍କ ର ଉପସ୍ଥିତି ରେ ବିଭିନ୍ୟ କାର୍ଯ କ୍ରମ ମାନ କରାଯାଇଥିଲା କୃତିତ୍ୱ ହାସଲ କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ବିଭିନ୍ନ ମେଡାଲ ମାନେ ପ୍ରଦାନ କରି ତାଙ୍କୁ ପ୍ରୋତ୍ସାହନ ପ୍ରଦାନ କରା ଯାଇଥିଲା । ଶ୍ରୀ ଦେଓ ବାଗ ପିଲାଙ୍କୁ ଏନସିସି ବିଷୟ ରେ ବିସ୍ତ୍ରୁତ ଭାବରେ ବୁଝେଇ ଥିଲେ ନିଜ କୁ କେମିତି ସଂଯୋମତା ରକ୍ଷା କରି କିପରି ଭବିଷ୍ୟତ ପାଇଁ ଜଣେ ସୁନାଗରିକ ହେବା ତଥା ଦେଶ ପାଇଁ ସେବା କରିବା NCC କ୍ୟାଡେଟ କିପରି ଦେଶ ସେବାରେ ତାଙ୍କର ଭୂମିକା ଏବଂ ଏହାର ବିଭିନ୍ନ ସମୟରେ ଦେଶ ସେବାରେ ଅବଦାନ ବିଷୟରେ ପିଲାଙ୍କୁ ଅଭିଭାଷଣ ପ୍ରଦାନ କରି ଥିଲେ ଏହି ଅବସର ରେ NCC ଗୀତ ଗାନ କରା ଯାଇ ଏନସିସି ପତାକା ଉତ୍ତୋଳନ କରିଥିଲେ ।ପିଲାଙ୍କୁ ଅଧିକରୁ ଅଧିକ ଯୋଗ ଦେବା ଦେଶ ସେବା ମନୋଭାବ ନେଇ ଆଗକୁ ବଢିବା ପାଇ ସମସ୍ତ ଛାତ୍ର ଛାତ୍ରୀ ଙ୍କୁ ପ୍ରୋତ୍ସାହନ କରାଯାଇଥିଲା। ସରକାର ଙ୍କ ଦ୍ଵାରା ପ୍ରଦାନ କରାଯାଉଥିବା ବିଭିନ୍ନ ସୁବିଧା ବିଷୟରେ ପିଲାଙ୍କୁ ଅବଗତ କରା ଯାଇଥିଲା ।

 ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 1
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ