ସମ୍ପୂର୍ଣ୍ଣ ଅନାଥ ରାହୁଲ ଙ୍କ ଉଚ୍ଚଶିକ୍ଷା ପାଇଁ ଗୋଣ୍ଡୱାନା ସେବା ସଙ୍ଘ ଓ ଟ୍ରଷ୍ଟ ଦ୍ୱାରା ସମ୍ପୂର୍ଣ୍ଣ ଖର୍ଚ୍ଚ ବହନ କରାଗଲା

Jul 9, 2025 - 17:01
 0  9
ସମ୍ପୂର୍ଣ୍ଣ ଅନାଥ ରାହୁଲ ଙ୍କ ଉଚ୍ଚଶିକ୍ଷା ପାଇଁ ଗୋଣ୍ଡୱାନା ସେବା ସଙ୍ଘ ଓ ଟ୍ରଷ୍ଟ ଦ୍ୱାରା ସମ୍ପୂର୍ଣ୍ଣ ଖର୍ଚ୍ଚ ବହନ କରାଗଲା

ନୂଆପଡା ; ନୂଆପଡା ଜିଲ୍ଲା କୋମନା ବ୍ଲକ ଅନ୍ତର୍ଗତ ହାତୀସରା ଗ୍ରାମର କଲ୍ୟାଣ ସିଂ ମାଝୀ (40) ସାତ ବର୍ଷ ପୂର୍ବରୁ ସ୍ୱାସ୍ଥ୍ୟ ସମସ୍ୟା ଯୋଗୁଁ ମୃତ୍ୟୁ ହୋଇଥିଲା । ଚାରି ବର୍ଷ ପୂର୍ବରୁ ତାଙ୍କ ସ୍ତ୍ରୀ ଶୈଳେନ୍ଦ୍ରି ମାଝୀ(35) ର କିଛି ରୋଗ ଯୋଗୁଁ ମୃତ୍ୟୁ ହୋଇଯାଇଥିବା ବେଳେ ବାପା ମାଁ ଙ୍କ ମୃତ୍ୟୁ ପରେ ତାଙ୍କ ଦୁଇ ପୁତ୍ର ରାହୁଲ ମାଝୀ (15), ଡିଗେଶ ମାଝୀ (12) ସମ୍ପୂର୍ଣ ଅନାଥ ହୋଇ ଯାଇଥିଲେ । ବାପା ମାଁ ଙ୍କ ମୃତ୍ୟୁ ପରେ ତାଙ୍କ ବଡ଼ ବାପା ଅର୍ଜୁନ ମାଝୀ ଭରଣ ପଷୋଣ କରୁଥିବା ବେଳେ ବିଗତ ଦୁଇ ବର୍ଷ ତଳେ ରାହୁଲ ଙ୍କୁ ଗୋଣ୍ଡୱାନା ସେବା ସଙ୍ଘ ଓ ଟ୍ରଷ୍ଟଙ୍କ ଦ୍ୱାରା ସିଆଳଟି ସେବା ଆଶ୍ରମ ରେ ନବମ ଶ୍ରେଣୀରେ ଆଡ଼ମିସନ କରାଯାଇଥିଲା । ବର୍ତ୍ତମାନ ରାହୁଲ ୧୦ମ ଶ୍ରେଣୀ ବାର୍ଷିକ ପରୀକ୍ଷା ରେ 363 (60.5%) ମାର୍କ ରଖି ଉତ୍ତୀର୍ଣ୍ଣ ହୋଇ ଉଚ୍ଚଶିକ୍ଷା ପଢ଼ିବା ନିମନ୍ତେ NATIONAL COLLEGE, NUAPADA ରେ +2 (ଯୁକ୍ତ ଦୁଇ) ରେ ପ୍ରଥମ ପର୍ଯ୍ୟାୟ ସୂଚୀ ରେ ସ୍ଥାନ ପାଇ ଚୟନିତ ହୋଇଥିଲା । ତେଣୁ ପୂର୍ବ ପ୍ରତିଶୃତି ଅନୁଯାୟୀ ଟ୍ରଷ୍ଟ ତରଫରୁ ତାଙ୍କ ଉଚ୍ଚ ଶିକ୍ଷା ନିମନ୍ତେ ଆଡ଼ମିସନ ର ସମ୍ପୂର୍ଣ୍ଣ ଖର୍ଚ୍ଚ ବହନ କରି ନେସନାଲ ମହାବିଦ୍ୟାଳୟ ରେ ରାହୁଲ ଙ୍କୁ +2 (ଯୁକ୍ତ ଦୁଇ ) ରେ ଆଡ଼ମିସନ କରାଗଲା । ଆଡ଼ମିସନ ସମୟରେ ଟ୍ରଷ୍ଟର ସଭାପତି ତିରୁ. ବଜରଙ୍ଗ ମାଝୀ ଓ ସଦସ୍ୟ ତିରୁ. ତୋରଣ ମାଝୀ ଉପସ୍ଥିତ ରହି ଆଡ଼ମିସନ କରିଥିଲେ । ଏବଂ ଦୁଇ ବର୍ଷ ତାଙ୍କ ପାଠପଢ଼ା ର ସମ୍ପୂର୍ଣ୍ଣ ଖର୍ଚ୍ଚ ଟ୍ରଷ୍ଟ ବହନ କରିବ ବୋଲି ନିଷ୍ପତ୍ତି ନିଆଯାଇଛି ।

 ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ

What's Your Reaction?

like

dislike

love

funny

angry

sad

wow

FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ