ସମ୍ପୂର୍ଣ ବୈଦିକ ରୀତିନୀତିରେ ହେବ ମା'ଙ୍କ ପୂଜା

Sep 29, 2025 - 21:48
 0  10
ସମ୍ପୂର୍ଣ ବୈଦିକ ରୀତିନୀତିରେ ହେବ ମା'ଙ୍କ ପୂଜା

ଝାରସୁଗୁଡା ଜିଲ୍ଲା ତା:-୨୯/୦୯/୨୫ (ଫାଷ୍ଟ୍ ନ୍ୟୁଜ ଓଡ଼ିଶା) କୋଲାବିରା ବ୍ଲକ ଅନ୍ତର୍ଗତ ସମାସିଂହା ଠାରେ ଗ୍ରାମବାସୀଙ୍କ ଦ୍ଵାରା ଆୟୋଜିତ ଶାରଦୀୟ ଉତ୍ସବ ୪୪ ବର୍ଷରେପହଂ ଚିଥିବା ବେଳେ ଚଳିତ ବର୍ଷ ନିଆରା ଢଙ୍ଗରେ ପାଳନ କରାଯିବ ମା ଦେବୀ ଦୁର୍ଗାଙ୍କ ଶାରଦୀୟ ଉତ୍ସବ । ସମ୍ପୂର୍ଣ ଅନୁକୂଳ ଭକ୍ତି ଭାବାବେଗରେ ଏହାକୁ ପାଳନ କରାଯିବାକୁ କମିଟି ନିଷ୍ପତି ନେଇଛି । ଅନ୍ୟ ବର୍ଷ ମାନଙ୍କ ପରି ଅତ୍ୟାଧୁନିକ ଗୀତ ନାଚର କାର୍ଯ୍ୟକ୍ରମ ନ କରି ଏକ ଭକ୍ତିପୂର୍ଣ୍ଣ ଅନୁକୂଳ ପରିବେଶରେ ସଜ,ନିର୍ମଳ ଓ ଶାନ୍ତି ଶୃଙ୍ଖଳା ସହିତ ଏହା ପାଳନକରାଯିବାକୁ ବ୍ୟାପକ ପ୍ରସ୍ତୁତି ଚାଲିଛି । ପୂର୍ବ ଢାଚକୁ ବଦଲାଇ ଆଧ୍ୟାତ୍ମିକ ଓ ଭକ୍ତି ରସାମୃତ ଭାବେ ସଂସ୍କୃତିକ କାର୍ଯ୍ୟକ୍ରମ ସମ୍ପୁର୍ଣ ବୈଦିକ ରୀତିନୀତି ଅନୁଯାୟୀ ମା' ପୂଜାବିଧ କରାଯିବ । ପର୍ଯ୍ୟାୟକ୍ରମେ ମା'ଙ୍କ ମଙ୍ଗଳ ଆଲତୀ,ମହାସ୍ନାନ,ପୀଠ ପୂଜା,ପାର୍ଶ୍ଵ ଦେବାଦେବୀ,ମୁଖ୍ୟ ଦେବୀ ଷୋଡଶ ଉପଚାର ପୂଜା,ଚଣ୍ଡିପାଠ,ହୋମ,ମହା ଆଲତୀ, ଶୟନ ଆଲତୀ,ସନ୍ଧିପୂଜା,ଚଣ୍ଡିହୋମ,ଅପରାଜିତା ପୂଜା ବଳି ପୂଜାବିଧ ହେବ । ଆଚାର୍ଯ୍ୟ କ୍ଷୀରୋଦ ଚନ୍ଦ୍ର ପୂଜାରୀ ମା'ଙ୍କ ପୂଜାବିଧ କାର୍ଯ୍ୟ ସମ୍ପାଦନା କରିବେ । ତାଙ୍କର ଦୁଇ ସହଯୋଗି ଆଶିଷ ପୂଜାରୀ ଓ ଅଙ୍କୁଶ ପାଣିଗ୍ରାହୀ ସହାୟତା କରିବେ ।

ବିଭିନ୍ନ ସ୍କୁଲ କଲେଜ,ମହାବିଦ୍ୟାଳୟ ବିଭିନ୍ନ କ୍ଳବ ଓ ଗୋଷ୍ଠିମାନଙ୍କ ସାମାଜିକ ଅଧ୍ୟାତ୍ମିକ ଦେଶ ଓ ମାତୃ ବନ୍ଦନା,ଓଡିଶୀ,ଦଶାବତାର,ଲୋକ ସଂସ୍କୃତି,ଲୋକ ଗୀତ,ପାରମ୍ପରିକ ନୃତ୍ୟ ଗୀତ,ସାମାଜିକ ବାର୍ତା ଭଳି ଏହି ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଏହି ସଂସ୍କୃତିକ କାର୍ଯ୍ୟକ୍ରମକୁ ବରଗତ ସାଂସଦ ପ୍ରଦୀପ ପୁରୋହିତ,ପଂଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ରବିନାରାୟଣ ନାଏକ,ଝାରସୁଗୁଡା ବିଧାୟକ ଟଙ୍କଧର ତ୍ରିପାଠୀ, ପୂର୍ବତନ ବିଧାୟିକା ଦିପାଳୀ ଦାସ ବ୍ରଜରାଜନଗର ପୂର୍ବତନ ବିଧାୟିକା ଅଲକା ମହାନ୍ତି, ଯୁବନେତା ଦୁର୍ଗେଶ ମହାନ୍ତିଙ୍କ ଭଳି ବହୁ ବିଶିଷ୍ଟ ବ୍ୟକ୍ତିତ୍ବଙ୍କୁ ନିମନ୍ତ୍ରଣ କରାଯାଇଛି । ଚଳିତ ବର୍ଷ ଢାଚୀ ରେ ପରିବର୍ତନ ହୋଇଥିଲେ ମଧ୍ୟ ପୂର୍ବବର୍ଷ ମାନଙ୍କ ପରି ଦଶମୀ ତିଥିରେ ରାବଣପୋତି କାର୍ଯ୍ୟକ୍ରମ ବର୍ଣ୍ଣାତ୍ମ୍ୟ ପରିବେଶରେ ଅନୁଷ୍ଠିତ ହେବ ସହ ଅନ୍ୟାନ୍ୟ କାର୍ଯ୍ୟକ୍ରମ ବିଷୟରେ ସଭାପତି ରିତେଶ ସାହୁ ସମ୍ପାଦକ ଆଶିଷ ନାଏକ,ବଳରାମ ପରୁଆ,ସଦାନନ୍ଦ କିଶାନ,ଭୂବନ ପାଣ୍ଡେ,ଗୌର ଚନ୍ଦ୍ର ପଣ୍ଡା ପ୍ରମୁଖ ସୂଚନା ଦେଇଛନ୍ତି । ଚଳିତ ବର୍ଷ ପୂଜାଦିକାର୍ଯ୍ୟରେ କର୍ତା ଭାବରେ ଗ୍ରାମର ବିଜୟ ନାଏକ ଓ ତାଙ୍କ ଧର୍ମପତ୍ନୀ ନନ୍ଦିତା ନାଏକ କାର୍ଯ୍ୟଭାର ତୁଲାଉଛନ୍ତି । ପ୍ରଗତୀ ସଂଘର ସଭାପତି ମନୋଜ କାଲୋ, ସମ୍ପାଦକ ପ୍ରକାଶ କୁମାର ସାହୁ ଯୋଗେଶ୍ବର ସେନାପତି ଭିଞ୍ଜଦେବ ପଟେଲ,ରଂଜିତ ପଟେଲ, ସୁରେଶ ସାହୁ,ଅଜିତ ସେନାପତି,ଓଁଙ୍କାରମଲ ସାହୁ,ପ୍ରକାଶ ସାହୁ ,ମୋହନ ସାହୁ ଚୁତାମଣୀ ବଗାର, ନିଖଲ ସାହୁ ୟୁଗେଶ୍ଵର ପଟେଲ, ହିମାଂସୁ ସାହୁ,ମନୋଜ ପଟେଲ,ମାନସ ପଟେଲ ମୋତିଲାଲ ସାହୁ ପ୍ରମୁଖ ସଦସ୍ୟ କାର୍ଯ୍ୟକ୍ରମ ସୁଚାରୁ ପରିଚାଳନାର ସକ୍ରିୟ ଦାଇତ୍ବରେ ରହିଛନ୍ତି ।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ