।। ସମାଜସେବୀ ତଥା ବିଜେପି ର ଯୁବ ନେତା ଙ୍କୁ ଆକ୍ରମଣ ।।

Jun 2, 2024 - 18:51
 0  51
।। ସମାଜସେବୀ ତଥା ବିଜେପି ର ଯୁବ ନେତା ଙ୍କୁ ଆକ୍ରମଣ ।।

ଆଜି ସକାଳ ପ୍ରାୟ ୭.୩୦ ଟା ରେ ଟିଟିଲାଗଡ଼ ର ଜଣାଶୁଣା ଯୁବ ସମାଜସେବୀ ଓ ବିଜେପି ର ଯୁବ ନେତା ବିଜୟ ମେହେର ନିଜ ସାଙ୍ଗ ମାନଙ୍କ ସହ ସ୍ଥାନୀୟ ମଦିରତ୍ତା ପେଟ୍ରୋଲ ପମ୍ପ ଠାରେ ଚା ଖଟି ରେ ବସିଥିଲେ l ଏ ସମୟ ରେ ଟିଟିଲାଗଡ଼ ଟାଉନ ଯାଦବ ସଂଘ ସଭାପତି କୁନା ଭାଟି ଆସି ବିଜୟ ମେହେର ଙ୍କୁ ଜାତି ସୁଚକ ଓ ଅଶାଳୀନ ଭାଷା ରେ ଗାଳି ଗୁଳଜ କରିବା ଆରମ୍ଭ କଲେ ଓ ଉତ୍ୟକ୍ତ ହେଇ ହାଥରେ ଥିବା ଗରମ ଚା କୁ ତାଙ୍କ ମୁହଁ ଉପରକୁ ଫିଙ୍ଗି ଦେଲେ l ବିଜୟ ମେହେର ଙ୍କ ସାଙ୍ଗ ମାନେ କୁନା ଭାଟି କୁ ଅଟକେଇ ଥିଲେ ଓ ଦୂରକୁ ନେଇଗଲେ l ବିଜୟ ଚେହେରା ରେ ଫୋଟକା ପଡୁଥିବା ଦେଖି ପାଖରେ ଥିବା ସେଲୁନ କୁ ମୁହଁ ଧୋଇବାକୁ ପଶିଥିଲେ l ତାପରେ କୁନା ଭାଟି ପାଖ ଚା ଦୋକାନ କୁ ଯାଇ କାଚ ଗ୍ଲାସ ଆଣି ବିଜୟଙ୍କୁ ଆକ୍ରମଣ କରିବା ପାଇଁ ସେଳୁନ ଭିତରକୁ ପଶିଥିଲେ l ବିଜୟ ଓ କୁନା ଙ୍କ ସେଲୁନ ଭିତରେ ଧସ୍ତା ଧସ୍ତି ହେଲା ପରେ ବିଜୟ ତାଙ୍କୁ ସେଲୁନ ରୁ ବାହାର କରିଦେଇଥିଲେ l ତାପରେ ବିଜୟ ଥାନାକୁ ଯାଇ ଏ ଘଟଣା କୁ ନେଇ ଥାନା ରେ ଲିଖିତ ଅଭିଯୋଗ ଦେଇଛନ୍ତି l ଏବେ ଦେଖିବାକୁ ରହିଲା ଏ ସମ୍ବେଦନଶୀଳ ଘଟଣା ଉପରେ ଟିଟିଲାଗଡ଼ ପୋଲିସ କଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି ।

 ଟିଟିଲାଗଡ ରୁ ବାଳକୃଷ୍ଣ ମିଶ୍ର ଙ୍କ ସହ ସତ୍ୟଜିତ ଷଡ଼ଙ୍ଗୀ ଙ୍କ ରିପୋଟ @First News

What's Your Reaction?

like

dislike

love

funny

angry

sad

wow

FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ