।। ସଡ଼କ ଦୁର୍ଘଟଣାରେ ବାଇକ୍ ଚାଳକ ମୃତ୍ୟୁ ।।

Oct 9, 2024 - 15:35
 0  1069
।। ସଡ଼କ ଦୁର୍ଘଟଣାରେ  ବାଇକ୍ ଚାଳକ ମୃତ୍ୟୁ ।।

କଳାହାଣ୍ଡି ଜିଲ୍ଲା ଥୁଆମୂଲ ରାମପୁର ବ୍ଲକ ମୁଖ୍ୟ ରାସ୍ତା ର ପେରମଞ୍ଜି ଉଦ୍ୟାନ ବିଭାଗ ନର୍ସରୀ ଘାଟିରେ ଅଜଣା ଏକ ଗାଡ଼ି ରେ ଦୁର୍ଘଟଣା ହୋଇ କର୍ଲାପାଟ ପଞ୍ଚାୟତ ର ମଳୟ ନାଏକ ବୟସ ୨୩ ପିତା ନାରସି ନାଏକ ଘଟଣା ସ୍ଥଳରେ ମୃତ୍ୟୁ ବରଣ କରିଛନ୍ତି । ମଟରସାଇକେଲ ରେ ଆଉ ଜଣେ ୧୭ ବର୍ଷର ଦୀପକ ମାଝୀ ନାମକ ବାଳକପଛପଟେ ବସି ଥିଲା ସେ ଘଟଣା ସ୍ଥଳରେ ପଡ଼ି ହାତ ଗୋଟିଏ ଭାଙ୍ଗି ଯାଇଛି ଓ ସେ ଭୟରେ ଜଙ୍ଗଲ ଭିତରେ ପଲାଇ ଯାଇଛି ବୋଲି ସୂଚନା ମିଳିଛି । ଦୁର୍ଘଟଣା ଖବର ପାଇ କର୍ଲାପାଟ ଥାନା କର୍ମଚାରୀ ମାନେ ଆସି ପହଂଚିଛନ୍ତି । ଘଟଣା ଲେଖିବା ପର୍ଯ୍ୟନ୍ତ କେଉଁ ଗାଡ଼ିରେ ପିଟି ହୋଇଛି ଜଣା ପଡିନାହିଁ ।

ଭବାନୀ ପାଟଣା ରୁ ମାନସ କୁମାର ନାଏକ ଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡିଶା

What's Your Reaction?

like

dislike

love

funny

angry

sad

wow

FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ