ଲମତାପୁଟରେ ମିଳିତ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ

କୋରାପୁଟ,( ରଞ୍ଜିତ ନାୟକ ) ତା: ୧୮.୦୮.୨୦୨୫ ରିଖ: କୋରାପୁଟ ଜିଲ୍ଲା ଲମତାପୁଟ ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସର ମଧ୍ୟରେ ଜିଲ୍ଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ! କୋରାପୁଟ ଜିଲ୍ଲାପାଳ ମନୋଜ ସତ୍ୟୱାନ ମଜାଜନ ଏସପି ରହିତ ବର୍ମା,ଉପ ଜିଲ୍ଲାପାଳ ପ୍ରେମ ଲାଲ ହିଆଲ,ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ବେଣୁଧର ଶବର,ମାଛକୁଣ୍ଡ ତହସିଲଦାର ଦିବାକର ବାଘ, ଜିଲ୍ଲା ଚିକତ୍ସା ଓ ଜନ ସ୍ୱାସ୍ଥ୍ୟ ଅଧିକାରୀବ ଡା.ଆର ଏନ ମିଶ୍ର,ଖଣ୍ଡିଅ ବନ ବିଭାଗ ଅଧିକାରୀ ରାଜ ଶେଖର ରାଓ,ଲମତାପୁଟ ବ୍ଲକ ଅଧକ୍ଷ ତାପସ କୁମାର ଚାଲାଣ ପ୍ରମୁଖ ଉପସ୍ଥିତ ରହିଥିଲେ ! ଜିଲ୍ଲାରେ ନୂତନ ଭାବରେ ଯୋଗ ଦାନ କରିବା ପରେ ପ୍ରଥମ କରି ଲମତାପୁଟରେ ମିଳିତ ଜଣାଶୁଣାଣୀ କାର୍ଯ୍ୟକ୍ରମ ରେ ଯୋଗଦେଇ ଥିଲେ ! ଲଗାଣ ବର୍ଷା ଲାଗି ରହିଥିଲେ ମଧ୍ୟ ଜିଲ୍ଲାପାଳ କାର୍ଯ୍ୟକ୍ରମ ରେ ଯୋଗଦେଇ ମୋଟ ୪୦ ଗୋଟିଏ ବିଭିନ୍ନ ଅଭିଯୋଗର ଜନ ଶୁଣାଣୀ କରିଥିଲେ ! ବ୍ୟକ୍ତିଗତ ସମସ୍ୟା ଉପରେ ୧୯ ଓ ସାମୁହିକ ଭାବରେ ୨୧ ଗୋଟି ସମସ୍ୟା ଉପରେ ଲୋକଙ୍କୁ ଠାରୁ ଅଭିଯୋଗ ଗ୍ରହଣ କରି ସମସ୍ୟାର ସମାଧାନ କରିବା ନେଇ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦେଶ ଦେଇଥିଲେ ! ତେବେ ଆୟୋଜିତ ଜନଶୁଣାଣୀ କାର୍ଯ୍ୟକ୍ରମ ଜିଲ୍ଲାସ୍ତରୀୟ ବିଭିନ୍ନ ବିଭାଗୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ରହିଥିବା ବେଳେ ଲମତାପୁଟ ଗୋଷ୍ଠି ଉନ୍ନୟନ ଅଧିକାରୀ ଜୟନ୍ତ କୁମାର ମେହେର ସମେତ ବ୍ଲକ କର୍ମଚାରୀ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ !
ନବରଙ୍ଗପୁର ଓ କୋରାପୁଟ ରୁ ଜିଲ୍ଲା ପ୍ରତିନିଧି ରଞ୍ଜିତ ନାୟକ ଙ୍କ ରିପୋର୍ଟ First News Odisha !
What's Your Reaction?






