।। ଲଗାଣ ବର୍ଷାରେ ଉଜୁଡ଼ିଲା ବିଭିନ୍ନ ଚାଷ ।।

Aug 7, 2024 - 17:29
 0  14
।। ଲଗାଣ ବର୍ଷାରେ ଉଜୁଡ଼ିଲା ବିଭିନ୍ନ ଚାଷ ।।

କଥାରେ ଅଛି ଚାଷ କାମ ଯାହାର କେଡେ ସୁଖ ତାହାର।କିନ୍ତୁ ଏହାର ସତ୍ୟ କେତେ ଜଣେ ଚାଷୀ ହିଁ ବୁଝି ପାରେ।ଗତ ଲଗାଣ ବର୍ଷା ଯୋଗୁଁ ଚାଷୀ କେତେଯେ କ୍ଷତି ସହିଛି ସେ ନିଜେ ହିଁ ଜାଣେ ।ଏଭଳି କିଛି ଦୃଶ୍ୟ ଦେଖିବା ଆସନ୍ତୁ କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକ ମାଳିପେଟା ଗ୍ରାମରୁ। ଭିଓ -୧ ଗ୍ରାମ ରେ ୮୦ ପରିବାର,ସମସ୍ତେ ମାଳି ସମ୍ପ୍ରଦାୟର।ପ୍ରାୟତ ସମସ୍ତେ ବିଶେଷ କରି ପନିପରିବା ଚାଷ ଉପରେ ନିର୍ଭର କରନ୍ତି ।ପ୍ରତି ବର୍ଷ ଭଳି ଏହି ଖରିଫ ଋତୁ ରେ ମଧ୍ୟ ପ୍ରାୟ ୨୦ ଏକର ରୁ ଉର୍ଦ୍ଧ ବିନ୍ସ ଚାଷ କରି ଥିଲେ ,ଗଛ ସହିତ ଫଳ ମଧ୍ୟ ବହୁତ ଫଳି ଥିଲା ଏମିତି କିଛି ଚାଷୀ କିଛି କିଛି ବିକ୍ରି ମଧ୍ୟ କରିଥିଲେ।କିନ୍ତୁ ଗତ କିଛି ଦିନର ଲଗାଣ ବର୍ଷାରେ ସବୁ ବିନଶ୍ ଚାଷ ନଷ୍ଟ ହୋଇ ଗଲା।ଚାଷୀ ବର୍ତମାନ ହଜାର ହଜାର ଟଙ୍କା ଖର୍ଚ୍ଚ କରି ମୁଣ୍ଡ ରେ ହାତ ଦେଇ ବସିଛି।କଣ କରିବ କିଛି ବୁଝି ପାରୁନାହିଁ।କାହିଁକି ନା ଏହି ଚାଷ ଅମଳ ସମୟ ଥିଲା ଠିକ୍ ପାର୍ବଣ ଋତୁ।ପାର୍ବଣ ଋତୁ ରେ ଏହି ସମୟରେ ବାହାରି ଥିଲେ ଚାଷୀ ଭଲ ଦର ରେ ବିକ୍ରି କରି ପାରିଥାଆ ନ୍ତା। ଭିଓ -୨ ଚାଷୀ ମାନେ କହିଛନ୍ତି କି ଏହି ସମୟରେ ପରିବା ଦର ଭଲ ରହିବ କାହିଁକି ନାଁ ଏବେ ଠାରୁ ପାର୍ବଣ ଋତୁ ଆରମ୍ଭ ହେଉଛି ଲୋକେ ଆମିଷ ଅପେକ୍ଷା ଶାକାହାରୀ ତରକାରୀ କୁ ପ୍ରାଧାନ୍ୟ ଦିଅନ୍ତି କିନ୍ତୁ ଏଣୁ ପନିପରିବା ବେପାର ଭଲ ହୁଏ ବେଶ୍ ଟଙ୍କା ମଧ୍ୟ ଉପାର୍ଜନ କରନ୍ତି।ଏହା ଭାବି କିଏ ତ ବ୍ୟାଙ୍କ୍ କିଏ ତ ସାଇ ପଡ଼ିଶା ତ କିଏ ଗ୍ରୁପ୍ ରୁ ଲୋନ ଆଣି ଚାଷ କାର୍ଯ୍ୟ ରେ ବିନିଯୋଗ କରିଛୁ।ଏକର ପିଛା ବିନ ସ ଚାଷ ପାଇଁ ୫୦ ହଜାର ରୁ ଉର୍ଦ୍ଧ ଟଙ୍କା ଖର୍ଚ୍ଚ କରିଛୁ ,ଯଦି ଅମଳ ହୋଇ ଥାଆନ୍ତା ଅତି କମ୍ ରେ ଦେଢ଼ ଲକ୍ଷ ରୁ ଉର୍ଦ୍ଧ ଟଙ୍କା ର ବିକ୍ରି କରନ୍ତୁ। କହିବାକୁ ଗଲେ ଯଦି ଗ୍ରାମର ସମସ୍ତ ଚାଷୀ ର କହିବା ତ ୫୦/୬୦ ଲକ୍ଷ ଟଙ୍କାର ବିକ୍ରି କରି ଥାଆନ୍ତୁ।କିନ୍ତୁ ଏହି ବର୍ଷା ସବୁ ଧୋଇ ଦେଲା,ଏତେ ଗୁଡା ଟଙ୍କା ଆମେ ଧାର କରଜ ହୋଇ ଯାଉଛୁ କେମିତି ସୁଝିବୁ ,କେମିତି ଘର ଚଲେଇବୁ କହିଛନ୍ତି ଯଦି ସରକାର ଆମକୁ କିଛି କ୍ଷତି ପୂରଣ ଦେଲେ କିଛି କ୍ଷତି ପୂରଣ ହୁଅନ୍ତା କହିଛନ୍ତି ଗ୍ରାମ ର କିଛି ଚାଷୀ ବାଇଟ୍ - ୧ ଦୂର୍ଯ୍ୟ ମାଳି (ଚାଷୀ) ବାଇଟ୍ -୨ ଦୁର୍ଯ୍ୟ ମାଳି (ଚାଷୀ) ବାଇଟ୍ - ରବି ମାଳି (ଚାଷୀ) ବାଇଟ୍ - ଦୈମତି ମାଳି (ଚାଷୀ)

 ଲମତାପୁଟ ସୁବାଷ ମାଳି ରିପୋର୍ଟ 

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ