।। ରାୟଗଡ ମୁଖ୍ୟ ଡାକ୍ତରଖାନାରେ ସିଟି ସ୍କାନ ବ୍ୟବସ୍ଥାକୁ ଉଦଘାଟନ କଲେ ଜିଲ୍ଲାପାଳ ।।

Jul 29, 2024 - 19:53
 0  7
।। ରାୟଗଡ ମୁଖ୍ୟ ଡାକ୍ତରଖାନାରେ ସିଟି ସ୍କାନ ବ୍ୟବସ୍ଥାକୁ ଉଦଘାଟନ କଲେ ଜିଲ୍ଲାପାଳ ।।

ରାୟଗଡ:-ତା. ୨୯/୦୭-ଆଜି ରାୟଗଡ ଜିଲ୍ଲା ମୁଖ୍ୟ ଡାକ୍ତରଖାନା ଠାରେ ଜିଲ୍ଲାପାଳ ରାୟଗଡ ଶ୍ରୀ ମନୋଜ ସତ୍ୟବାନ ମହାଜନ ସିଟି ସ୍କାନ ବ୍ୟବସ୍ଥାକୁ ଉଦଘାଟନ କରିଛନ୍ତି l ଓଡିଶା ସରକାର ଓ ସ୍ପନ୍ଦନ ଡ଼ାଇଗ୍ନସ୍ଟିକ ପ୍ରାଇଭେଟ ସଂସ୍ଥା ପିପିପି ମାଧ୍ୟମରେ ଏହା କାର୍ଯ୍ୟକାରୀ ହେବ l ରୋଗୀ ମାନଙ୍କ ନିମନ୍ତେ ଏହି ସ୍ବାସ୍ଥ୍ୟ ସେବା ବିନା ଶୁଳ୍କ ତଥା ୨୪ ଘଣ୍ଟିଆ ଅନବରତ ସ୍ୱାସ୍ଥ୍ୟ ପରୀକ୍ଷା କରି ସ୍ଵାସ୍ଥ୍ୟସେବା ଉପଲବ୍ଧ ହେବ l ଜିଲ୍ଲା ରେ ଏହି ସ୍ବାସ୍ଥ୍ୟ ସୁବିଧା ନଥିବାରୁ, ରୋଗୀ ମାନେ ବାହାରକୁ ଯାଇ ଖର୍ଚ୍ଚାନ୍ତ ହେଉଥିଲେ, ବର୍ତ୍ତମାନ ଆମ ଜିଲ୍ଲା ରେ ଏହି ସେବା ଉପଲବ୍ଧ ହେଉଥିବାରୁ ଜିଲ୍ଲାବାସୀ ବହୁ ପରିମାଣ ରେ ଉପକୃତ ହେବେ l ସମସ୍ତ ମସ୍ତିଷ୍କ ଆଘାତ ଓ ଟ୍ରମା କେଶ ଭଳି ଜରୁରୀ ସ୍ବାସ୍ଥ୍ୟାବସ୍ଥା ଗୁଡିକ ପରୀକ୍ଷା କରାଯାଇ ଦୁଇ ଘଂଟାରେ ମଧ୍ୟରେ ତାହାର ରିପର୍ଟ ପ୍ରଦାନ କରାଯିବ l ବାକି ଅନ୍ୟ ନିୟମିତ ପରୀକ୍ଷା ଗୁଡିକ ଯାହାକି ସକାଳ ୮ଘଂଟାରୁ ସନ୍ଧ୍ୟା ୬ଘଣ୍ଟା ମଧ୍ୟରେ ପରୀକ୍ଷା କରାଯାଇଛି ତାହାର ରିପର୍ଟ ୬ଘଣ୍ଟା ମଧ୍ୟରେ ପ୍ରଦାନ କରାଯିବ ଏବଂ ସନ୍ଧ୍ୟା ୬ଘଟିକାରୁ ସକାଳ ୮ଘଟିକା ମଧ୍ୟରେ ଯେଉଁ କେଶ ପରୀକ୍ଷା କରାଯିବ ତାହା ୧୨ଘଣ୍ଟା ମଧ୍ୟରେ ପ୍ରଦାନ କରାଯିବ l ପରୀକ୍ଷା ରିପୋର୍ଟ ହାର୍ଡ କପି ଦିଆଯିବ l ଏହି ଉଦଘାଟନ କାର୍ଯ୍ୟକ୍ରମରେ ଜିଲ୍ଲା ମୁଖ୍ୟ ଚିକିତ୍ସା ତଥା ଜନ ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ଲାଳମାହନ ରାଉତରାୟ, ଜିଲ୍ଲା ସ୍ବାସ୍ଥ୍ୟ ମିଶନ ର ଡିପିଏମ ରାଜେଶ୍ୱର ରାୟ ପଟ୍ଟନାୟକ, ସିଟିସ୍କlନ ପରିଚାଳନା ପାଇଁ ନିୟୋଜିତ ବୈଷୟକ ଟିମ, ସ୍ପନ୍ଦନ ଡ଼ାଇଗ୍ନଷ୍ଟିକ୍ସ ସଂସ୍ଥାର କର୍ମକର୍ତ୍ତା ଆଦି ଉପସ୍ଥିତ ଥିଲେ।

 ରାୟଗଡା ଜ଼ିଲ୍ଲା ରୁ ସଞ୍ଜୟ କୁମାର ନାଗ ଙ୍କ ରିପୋର୍ଟ ଫାଷ୍ଟ ନିଉଜ୍

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ