ରାସ୍ତା ଦୁର୍ଘଟଣା ହୋଇ ମୃତୁ ସହିତ ଲଢେଇ କରୁଛନ୍ତି ଦୁଇ ଯୁବତୀ:ଚିକିତ୍ସା ପାଈଁ ଜନତା ଜନାର୍ଦନ ଉପରେ ନିର୍ଭର କରିଛି ଦୁଇ ଯୁବତୀ ଙ୍କ ଜୀବନ

Jan 19, 2026 - 12:07
 0  4
ରାସ୍ତା ଦୁର୍ଘଟଣା ହୋଇ ମୃତୁ ସହିତ ଲଢେଇ କରୁଛନ୍ତି ଦୁଇ ଯୁବତୀ:ଚିକିତ୍ସା ପାଈଁ ଜନତା ଜନାର୍ଦନ ଉପରେ ନିର୍ଭର କରିଛି ଦୁଇ ଯୁବତୀ ଙ୍କ ଜୀବନ

କଳାହାଣ୍ଡି :୧୯.୦୧.୨୬:- (ଫାଷ୍ଟ ନ୍ୟୁଜ ଓଡିଶା):-ସୂଚନା ଅନୁଯାୟୀ ଗତ 16/01/2026 ତାରିଖ ଦିନ କଳାହାଣ୍ଡି ଜିଲ୍ଳା ଯାଇପାଟଣା ବ୍ଲକ ସ୍ଥାନୀୟ ମୂଖିଗୁଡା ରୁ ନବରଙ୍ଗପୁର ଯାଉଥିବା ସମୟରେ ନବରଙ୍ଗପୁର ନିକଟସ୍ଥ ଅଂଚଳଗୁମା ଠାରୁ ନବରଙ୍ଗପୁର ଯିବା ରାସ୍ତା ଉପରେ ସ୍ନିଜର ସ୍କୁଟି ଭାରସାମ୍ୟ ହରାଇ ଦୁର୍ଘଟଣା ହୋଇଥିଲା | ଉକ୍ତ ଦୁଇଜଣ ମୂଖିଗୁଡା ର ସୁଜାତା ନାଏକ ଏବଂ ରଶ୍ମିତା ନାଏକ ନାମକ ଦୁଇ ଯୁବତୀ ଙ୍କୁ ସ୍ଥାନୀୟ ଲୋକେ ରାସ୍ତା ଉପରୁ ଆମ୍ବୁଲଞ୍ଚ ସାହାଯ୍ୟରେ ନବରଙ୍ଗପୁର ସରକାରୀ ହସ୍ପିଟାଲ କୁ ନିଆଯାଇଥିଲା ପରେ ବିଶାଖାପାଟଣା ମେଡିକଭର୍ ହସ୍ପିଟାଲ କୁ ନିଆଯାଇଛି ।ଉକ୍ତ ସ୍ଥାନୀୟ ଯୁବତୀ କମଳିନୀ ସାହୁ ଙ୍କ whatsapp ଲିଖିତ ସୂଚନା ଅନୁଯାୟୀ ଦୁଇ ଜଣ ବହୁତୁ ଗୁରୁତର ଅବସ୍ଥାରେ ମୃତୁ ସହିତ ଲଢେଇ କରୁଛନ୍ତି | “ମୋର ଦୁଇଜଣ ଭଉଣୀଙ୍କର ଗୁରୁତର ଆକ୍ସିଡେଣ୍ଟ ହୋଇଛି ଏବଂ ସେମାନେ ବର୍ତ୍ତମାନ ହସ୍ପିଟାଲରେ ଭର୍ତ୍ତି ଅଛନ୍ତି। ରସ୍ମିତା ବର୍ତ୍ତମାନ ଭେଣ୍ଟିଲେଟର୍ ଉପରେ ଅଛନ୍ତି ଏବଂ ସୁଜାତା ICU ରେ ଚିକିତ୍ସା ନେଉଛନ୍ତି। ଚିକିତ୍ସା ଖର୍ଚ୍ଚ ବହୁତ ବଢ଼ିଯାଇଛି ଏବଂ ପ୍ରାୟ 70 ଲକ୍ଷ ଟଙ୍କା କିମ୍ବା ତାଠୁ ଅଧିକ ଖର୍ଚ୍ଚ ହୋଇପାରେ। ଏହି କଷ୍ଟକର ସମୟରେ ଯଦି ସମ୍ଭବ ହୁଏ, ଦୟାକରି ଆପଣମାନେ ଯେତେ ପାରିବେ ସେତେ ଟଙ୍କାରେ ସାହାଯ୍ୟ କରନ୍ତୁ। ଆପଣମାନଙ୍କର ସହଯୋଗ ଓ ପ୍ରାର୍ଥନା ଆମ ପରିବାର ପାଇଁ ବଡ଼ ସହାରା ହେବ। ହୃଦୟରୁ ଧନ୍ୟବାଦ। ମୋର ସମସ୍ତ ଭାଇ ଭଉଣୀ କୁ ଅନୁରୋଧ ତମର ଯେତିକି ହେଇଉଛି ସେତିକି ବି ହେଲ୍ପ କର ସାଙ୍ଗ ମାନେ ତମ ମାନଙ୍କ ସାହାଯ୍ୟ ହିଁ ମୋ 2 ଭଉଣୀ ର ଜୀବନ ବଞ୍ଚାଇ ପାରିବ ????“ ଚିକିତ୍ସା ପାଈଁ ଟଙ୍କା ପଇସା ର ତ୍ରୁଟି ଯାଗୁଁ ଆଜି ସୋସିଆଲ ମେଡିଆ ଆଗରେ ଜନତାଙ୍କୁ କିଛି ଟଙ୍କା ଦାନ କରିବାକୁ ଅନୁରୋଧ କରିଛନ୍ତି, ଆପଣଙ୍କ କିଛି ପଇସା ଦୁଇଜଣ ଙ୍କ ଜୀବନ ବଞ୍ଚାଇ ଦେବ |

What's Your Reaction?

Like Like 1
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 1
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ