ରାଷ୍ଟ୍ରୀୟ ଦିବ୍ୟାଙ୍ଗ ସଶସ୍ତୀକରଣ ଦିବସ ଅବସରରେ ଦିବ୍ୟାଙ୍ଗମାନଙ୍କ ସହ କାର୍ଯ୍ୟ କରିଆସୁଥିବା ସକ୍ଷମ ସଂଗଠନ ପକ୍ଷରୁ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ

Dec 31, 2024 - 11:48
 0  11
ରାଷ୍ଟ୍ରୀୟ ଦିବ୍ୟାଙ୍ଗ ସଶସ୍ତୀକରଣ ଦିବସ ଅବସରରେ ଦିବ୍ୟାଙ୍ଗମାନଙ୍କ ସହ କାର୍ଯ୍ୟ କରିଆସୁଥିବା ସକ୍ଷମ ସଂଗଠନ ପକ୍ଷରୁ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ

ନୂଆପଡା : ରାଷ୍ଟ୍ରୀୟ ଦିବ୍ୟାଙ୍ଗ ସଶକ୍ତି କରଣ ଦିବସ ଅବସରରେ ନୂଆପଡା ଜିଲ୍ଲାରେ ସମଦୃଷ୍ଟି କ୍ଷମତା ବିକାଶ ଏବଂ ଅନୁସନ୍ଧାନ ମଣ୍ଡଳ ଦିବ୍ୟାଙ୍ଗ ମାନଙ୍କ ସହ କାର୍ଯ୍ୟ କରି ଆସୁଥିବା ସକ୍ଷମ ସଂଗଠନର ଜିଲ୍ଲା ସଂଯୋଜକ ଭକ୍ତବନ୍ଧୁ ଧରୁଆଙ୍କ ନେତୃତ୍ବରେ ଦିବ୍ୟାଙ୍ଗ ମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଯାଇ ଜିଲ୍ଲାରେ ଦିବ୍ୟାଙ୍ଗଙ୍କ ସଶକ୍ତିକରଣ ପାଇଁ କିଛି ଅତ୍ୟାନ୍ତ ଜରୁରୀ ପଦକ୍ଷେପ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଡେପୁଟି କଲେକ୍ଟର ଆଲୋକ ଅନୁଗୁଳିଆଙ୍କୁ ଏକ ଦାବିପତ୍ର ଶ୍ରମିକ ନେତା ଯଦୁମଣୀ ପାଣିଗ୍ରାହିଙ୍କ ଉପସ୍ଥିତିରେ ଶ୍ରୀଯୁକ୍ତ ନିତ୍ୟାନନ୍ଦ ଗଳ୍ପ, ମାନ୍ୟବର ମନ୍ତ୍ରୀ, ଆଦିବାସୀ, ହରିଜନ, ସଂଖ୍ୟାଲଘୁ ଓ ସାମାଜିକ ସୁରକ୍ଷା ସଶକ୍ତି କରଣ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ଓଡିଶା, ଭୂବନେଶ୍ୱରଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରିଛନ୍ତି । ଜିଲ୍ଲାରେ ଦିବ୍ୟାଙ୍ଗଙ୍କ ଶସକ୍ତି କରଣ ପାଇଁ କିଛି ଜରୁରୀ ପଦକ୍ଷେପ ନେବା ନିତ୍ୟାନ୍ତ ଆବଶ୍ୟକତା ରହିଛି ଏଣୁ ଏହାକୁ ନଜରରେ ଛଅଟି ବିନ୍ଦୁ ଉପରେ ଦୃଷ୍ଟି ଆକର୍ଷଣ କରିଛନ୍ତି । ସମସ୍ତ ୨୧ ପ୍ରକ୍ରୀୟା ଦିବ୍ୟାଙ୍ଗ ବିଷୟରେ ପଂଚାୟତ ସ୍ତରରେ ଅବଗତ କରାଇବା ପାଇଁ ବିଭାଗ ତରଫରୁ ଛୋଟ ଛୋଟ ବୈଠକ କରାଯାଉ ଏବଂ ଏହାକୁ ସଫଳ ରୂପ ଦେବା ପାଇଁ ଏହି କ୍ଷେତ୍ରରେ କାମ କରୁଥିବା ବିଭିନ୍ନ ସଂଗଠନର ସହଯୋଗ ନିଆଯାଉ । ଦିବ୍ୟାଙ୍ଗକୁ ସାବଲମ୍ବି କରାଇବା ପାଇଁ ଜିଲ୍ଲା ଓ ବ୍ଳକ, ବିଜ୍ଞାପିତ ଅଂଚଳ ପରିଷଦ ସ୍ତରରେ ବାସ କରୁଥିବା ଶିକ୍ଷିତ ଦିବ୍ୟାଙ୍ଗ ଓ ସାବଲମ୍ବି ହେବାପାଇଁ ବ୍ୟାଙ୍କ ଗୁଣ, ଡିଆରଆଇ ଗୁଣ, ଉଚ୍ଚ ଶିକ୍ଷା ଗୁଣ, ବ୍ୟବସାୟ ପାଇଁ ତାଲିମ ସହ ଚାକିରୀ କ୍ଷେତ୍ରରେ ଆଗ୍ରାଧିକାର ଦିଆଯାଉ । ଜିଲ୍ଲାରେ ଦିବ୍ୟାଙ୍ଗ ଭାଇ ଭଉଣୀ ମାନଙ୍କୁ କଳା ଓ କ୍ରୀଡା କ୍ଷେତ୍ରରେ ପ୍ରୋତ୍ସାହନ ଦେବା ପାଇଁ ଜଣେ ଅଧିକାରୀଙ୍କୁ ଜିଲ୍ଲା ପାଇଁ ନିୟୋଜିତ କରି ଦାୟୀତ୍ବ ଦିଆଯାଉ । ସରକାରୀ ସ୍ତରରେ ହେଉଥିବା ପ୍ରତ୍ୟେକଟି ସାମାଜିକ କାର୍ଯ୍ୟକ୍ରମରେ ଦିବ୍ୟାଙ୍ଗ ମାନଙ୍କ ପାଇଁ କାମ କରୁଥିବା ବ୍ୟକ୍ତି କିମ୍ବା ସଂଗଠନକୁ ଚିହ୍ନଟ କରି ଉକ୍ତ କାର୍ଯ୍ୟକ୍ରମ ପାଇଁ ସୂଚନା ଦିଆଯାଉ । ଜିଲ୍ଲାରେ ପ୍ରତ୍ୟେକ ସରକାରୀ କାର୍ଯ୍ୟାଳୟ, ସ୍କୁଲ ଓ କଲେଜ,ବ୍ୟାଙ୍କ ମାନଙ୍କରେ ହୁଇଲ ଚ୍ୟାରର ବ୍ୟବସ୍ଥା କରାଯାଉ । ନୂଆପଡା ଜିଲ୍ଲାରେ ଦିବ୍ୟାଙ୍ଗ ବ୍ୟକ୍ତିଙ୍କ ପାଇଁ ସତନ୍ତ ଭାବରେ ଭିନ୍ନକ୍ଷମ ଆଶ୍ରମର ବ୍ୟବସ୍ଥା କରାଯାଉ । ଜିଲ୍ଲାର ବ୍ୟାଙ୍କ ଗୁଡିକ ୨ମହଲା ଯୁକ୍ତ ସ୍ଥାନ ମାନଙ୍କରେ ରହିଛି ଏଣୁ ଭିନ୍ନକ୍ଷମ ମାନେ ଉପରକୁ ଚଢିବା ପାଇଁ ଅସୁବିଧାର ସମ୍ମୁଖିନ ହେଉଥିବା ନଜରକୁ ଆସୁଛି । ଦିବ୍ୟାଙ୍ଗଙ୍କ ପାଇଁ ରେଫ ବା ବ୍ୟାଙ୍କ ମାନଙ୍କୁ ସ୍ଥାନାନ୍ତରିତ କରିବା ପାଇଁ ନିର୍ଦ୍ଦେଶ ଦିଆଯାଉ ବୋଲି ଏକ ଛଅ ଦଫା ଦାବି ନେଇ ଏକ ଦାବିପତ୍ର ଜିଲ୍ଲାପାଳଙ୍କ ଜରିଆରେ ଓଡିଶା ସରକାରଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରିଛନ୍ତି ।

ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ

What's Your Reaction?

like

dislike

love

funny

angry

sad

wow

FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ