।। ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ ଚନ୍ଦ୍ରପୁର ବ୍ଲକ ସ୍ତରୀୟ ମାଧ୍ୟମିକ /ପ୍ରାଥମିକ କୁଇଜ ପ୍ରତିଯୋଗିତା ।।

Sep 5, 2024 - 23:22
 0  9
।। ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ ଚନ୍ଦ୍ରପୁର ବ୍ଲକ ସ୍ତରୀୟ ମାଧ୍ୟମିକ /ପ୍ରାଥମିକ କୁଇଜ ପ୍ରତିଯୋଗିତା ।।

ରାୟଗଡା ଜ଼ିଲ୍ଲା ଚନ୍ଦ୍ରପୁର ବ୍ଲକ ସଦର ମହକୁମା ସରକାରୀ (SSD)ଉଚ୍ଚ ବିଦ୍ୟାଳୟ, ଚନ୍ଦ୍ରପୁର ମାଧ୍ୟମିକ ବିଦ୍ୟାଳୟ ଠାରେ "ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ ବ୍ଲକ ସ୍ତରୀୟ କୁଇଜି ପ୍ରତିଯୋଗିତା ବ୍ଲକ ଶିକ୍ଷା ଅଧିକାରୀ ଶ୍ରୀ ଗଣେଶ ଶବର ଙ୍କ ଅଧ୍ୟକ୍ଷତରେ ଅନୁଷ୍ଠିତ ହୋଇ ଥିଲା। ମୁଖ୍ୟ ଅତିଥିଭାବେ ଚନ୍ଦ୍ରପୁର ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ଅକ୍ଷୟ କୁମାର ମଲ୍ଲିକ ଯୋଗଦେଇ ଉକ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ଏଥିରେ ପ୍ରାୟ ୧୦୪ ଟି ବିଦ୍ୟାଳୟ ର ଛାତ୍ର ଛାତ୍ରୀ ଓ ଶିକ୍ଷକ ପ୍ରତିନିଧି ଉପସ୍ଥିତ ଥିଲେ। ଓ ଏଥିରେ ୫୦ ମାର୍କ ର ପରୀକ୍ଷା ହୋଇ ଥିଲା ପ୍ରାୟ ୧୦୦ ରୁ ଉର୍ଦ୍ଧ ଛାତ୍ର ଛାତ୍ରୀ ଅଂଶ ଗ୍ରହଣ କରିଥିଲେ। ଏଥିରେ ବ୍ଲକ ଶିକ୍ଷା ଅଧିକାରୀ ଶ୍ରୀ ଗଣେଶ ଶବର ABEO ଶ୍ରୀ ଉମାକାନ୍ତ ମିଶାଲ ABEO ସିଙ୍ଗାନା ତାଡିଙ୍ଗି ABEO. ଶ୍ରୀ ବାଳକୃଷ୍ଣ ବିହାରୀ . ସରକାରୀ SSD ବାଳକ ବିଦ୍ୟାଳୟ ପ୍ରଧାନ ଶିକ୍ଷକ , ଭାସ୍କର ଗମାଙ୍ଗ, ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଶ୍ରୀ କେଶବ ମଣ୍ଡଳ, ବାସୁଦେବ ସାହୁକାର ଯୋଗଦେଇ ଛାତ୍ର ଛାତ୍ରୀ ଙ୍କୁ କୁଇଜ ପ୍ରତିଯୋଗିତା କରିଥିଲେ। ଏଥିରେ ଯେଉଁ ଛାତ୍ର ଛାତ୍ରୀ, ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ପାଇଥିଲେ ସେହି ଛାତ୍ର ଛାତ୍ରୀ ଙ୍କୁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ପ୍ରଥମ ସ୍ଥାନ ପୁରସ୍କାର ଦିଆଯାଇଥିଲା।ବିର୍ଦିକାଳିଆ, ଦ୍ୱିତୀୟ ପୁରସ୍କାର, ମିକୁ ଗଗେରାଙ୍ଗା, ତୃତୀୟ ପୁରସ୍କାର ଲିପସୀତା ବିଡ଼ିକା ପାଇଥିଲେ ସେହିପରି ସରକାରୀ SSD ବିଦ୍ୟାଳୟ ଠାରେ ପ୍ରଥମ ପୁରସ୍କାର ରହନ ପ୍ରଧାନୀ,ଦ୍ୱିତୀୟ ପୁରସ୍କାର ସମ୍ବିତ କୁମାର ନାୟକ, ତୃତୀୟ ପୁରସ୍କାର ଶାଶ୍ୱତ କୁମାର ପାଇଥିଲେ। ଏଥିରେ ଚନ୍ଦ୍ରପୁର, ଜଗଦିଶ ଚନ୍ଦ୍ର ନାୟକ ନୋଡାଲ ହାଇସ୍କୁଲ ଶିକ୍ଷକ, ଡାଙ୍ଗସୋରଡ଼ା UGUP ଶିକ୍ଷକ ଶ୍ରୀ ଜୟରାମ କରକରିଆ, ଶିକ୍ଷକ ମହାଶୟ ଦିଲୀପ, ରତ୍ନlକର ଓ ବ୍ଲକ ର ବିଭିନ୍ନ ସ୍କୁଲ ର ଶିକ୍ଷକ ବୃନ୍ଦ ଯୋଗ ଦେଇ ପରୀକ୍ଷା ଓ କାର୍ଯ୍ୟକ୍ରମ ପରିଚାଳନା କରି ଥିଲେ। ଶ୍ରୀ ପ୍ରଦୀପ ଚୌଧୁରୀ ବରିଷ୍ଟ ଶିକ୍ଷକ ସ୍ୱାଗତ କର୍ଯ୍ୟକ୍ରମ ଓ ଶ୍ରୀ ପ୍ରଶାନ୍ତ ରତ୍ନାଲୁ ବରିଷ୍ଠ ଶିକ୍ଷକ ଧନ୍ୟବାଦ ଅର୍ପଣ କର୍ଯ୍ୟକ୍ରମ କରିବା ପରେ BEO ମହାଶୟ ସଭା ଭଙ୍ଗ ର ଘୋଷଣl କରିଥିଲେ। ସମସ୍ତ ବିଜେତା ଛାତ୍ର ଛାତ୍ରୀଙ୍କୁ ପୁରସ୍କାର ସହ ମାନ ପତ୍ର ପ୍ରଦାନ କରାଯାଇଥିଲା। ଅଂଶ ଗ୍ରହଣ କାରୀ ଛାତ୍ର ଛାତ୍ରୀ ଙ୍କୁ ଉତ୍ସାହ ବୃଦ୍ଧି କରିବା ପାଇଁ ସମସ୍ତ ଛାତ୍ର ଛାତ୍ରୀ ଙ୍କୁ ସ୍ୱାନ୍ତ୍ୱନା ମୂଳକ ପୁରସ୍କାର ପ୍ରଦାନ କରା ଯାଇ ଥିଲା।

ରାୟଗଡ଼ା ରୁ ସଞ୍ଜୟ କୁମାର ନାଗ ଙ୍କ ରିପୋର୍ଟ ଫାଷ୍ଟ ନ୍ୟିୟୁଜ୍ ଓଡ଼ିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ