।। ରାଜ୍ୟ ସ୍ତରୀୟ ସାହାଣୀ କପ - ୨୦୨୪ ୩ୟ ଦିନ- ଜୀତେନ୍ଦ୍ରଙ୍କ ହ୍ୟାଟ୍ରିକ ଗୋଲରେ ବୌଦ୍ଧ ବିଜୟୀ ଏବଂ ମୟୁରଭଞ୍ଜ ୫-୧ ଗୋଲରେ ବିଜୟୀ ।।

Sep 27, 2024 - 21:48
 0  13
।। ରାଜ୍ୟ ସ୍ତରୀୟ ସାହାଣୀ କପ - ୨୦୨୪  ୩ୟ ଦିନ- ଜୀତେନ୍ଦ୍ରଙ୍କ ହ୍ୟାଟ୍ରିକ ଗୋଲରେ ବୌଦ୍ଧ ବିଜୟୀ ଏବଂ ମୟୁରଭଞ୍ଜ ୫-୧  ଗୋଲରେ ବିଜୟୀ ।।

ବାରିପଦା - ତା :- ୨୭/୦୯/୨୦୨୪ ରିଖ ବାରିପଦା ଷ୍ଟାଡିୟମ ପଡିଆରେ ମୟୁରଭଞ୍ଜ ଏଥଲେଟିକ ଏସୋସିଏସନ ଆନୁକୂଲ୍ୟରେ ଓ ଓଡିଶା ଫୁଟବଲ ଏସୋସିଏସନର ସହଯୋଗୀତାରେ ଅନୁଷ୍ଠିତ ସାହାଣୀ କପ - ୨୦୨୪ ର ୩ୟ ଦିନର ୧ମ ମ୍ୟାଚରେ ବୌଦ୍ଧ ଭଦ୍ରକକୁ ୩ - ୨ ଗୋଲରେ ପରାସ୍ତ ପରାସ୍ତ କରିଛି I ବୌଦ୍ଧ ପକ୍ଷରୁ ଜୀତେନ୍ଦ୍ର ଦେହୁରୀ ୨, ୧୨ ଓ ୭୯ ମିନିଟରେ ୩ ଟି ଗୋଲ ସ୍କୋର କରିଥିଲେ I ଭଦ୍ରକ ଦଳ ପକ୍ଷରୁ କିଶୋର ହେମ୍ବ୍ରମ ୮ ମିନିଟ ଓ ବିଜୟ କିସ୍କୁ ୫୪ ମିନିଟରେ ଗୋଟିଏ ଲେଖାଏଁ ଗୋଲ ଦେଇଥିଲେ I ବୌଦ୍ଧର ଜୀତେନ୍ଦ୍ର ଦେହୁରୀ ଶ୍ରେଷ୍ଠ ଖେଳାଳି ଭାବେ ମହେଶ ଦାଶ ସ୍ମୃତି ସମ୍ମାନରେ ପୁରସ୍କୃତ ହୋଇଥିଲେ I ଲକ୍ଷ୍ମଣ ଶେଖ, ସୂର୍ଯ୍ୟ ନାରାୟଣ ମିର୍ଦା, ବିବେକ କୁମାର ନାୟକ ଓ ସନ୍ତୋଷ ମହାକୁଡ଼ ଖେଳ ପରିଚାଳନା କରିଥିଲେ I ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଓକିଲ ସଂଘର ସଭାପତି ବିଭୁପ୍ରସାଦ ଦାସ, ସମ୍ପାଦକ ବିପ୍ଳବ କୁମାର ବାରିକ ଓ ବରିଷ୍ଠ ଆଇନଜୀବୀ ପ୍ରଦୀପ କୁମାର ରଥ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ I ୨ୟ ମ୍ୟାଚରେ ମୟୁରଭଞ୍ଜ ଅନୁଗୁଳକୁ ୫-୧ ଗୋଲରେ ପରାସ୍ତ କରିଛି I ମୟୁରଭଞ୍ଜ ପକ୍ଷରୁ ଧନଞ୍ଜୟ ସୋରେନ ୧୩ ମିନିଟ, କାହ୍ନୁ ସୋରେନ ୩୦ ଓ ୬୧ ମିନିଟରେ ଦୁଇଟି ଗୋଲ, ହାମ୍ବିରା ହେମ୍ବ୍ରମ ୪୫ ମିନିଟ ଏବଂ ବୈଦୁ ହେମ୍ବ୍ରମ ୭୬ ମିନିଟରେ ଗୋଲ ସ୍କୋର କରିଥିବା ବେଳେ ଅନୁଗୁଳ ଦଳ ତରଫରୁ ତ୍ରିନାଥ ଭାନୁ ନାୟକ ଏକ ମାତ୍ର ଗୋଲ ସ୍କୋର କରିଥିଲେ I ମୟୁରଭଞ୍ଜର କାହ୍ନୁ ସୋରେନ ଶ୍ରେଷ୍ଠ ଖେଳାଳି ଭାବେ ପୁରସ୍କୃତ ହୋଇଥିଲେ I ସେଖାବତ ଖାନ, ସୁଜିତ ରାଜହଂସ, ଶିବ ସାମନ୍ତରାୟ ଓ ବିପୁଲ ବିଦ୍ୟାଧର ଖେଳ ପରିଚାଳନା କରିଥିବା ବେଳେ ଶିବ ଶଙ୍କର ପଣ୍ଡା ଉଭୟ ମ୍ୟାଚରେ କମିଶନର ଭାବେ ଦାୟିତ୍ୱ ତୁଲାଇଥିଲେ I ଅତିଥି ଭାବେ ଯୋଗ ଦେଇ ପୂର୍ବତନ ବିଧାୟକ ରାଜକିଶୋର ଦାସ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ I ଅନ୍ୟ ମାନଙ୍କ ମଧ୍ୟରେ ଫାଓ ଉପ ସଭାପତି ଅସିତ ପତି, ମୟୁରଭଞ୍ଜ କ୍ରୀଡା ସଂସଦର ଉପ ସଭାପତି ମନୋଜ କୁମାର ସାଓ, ସାଧାରଣ ସମ୍ପାଦକ ବିଜୟ କୁମାର ଦାସ, ଫୁଟବଲ ସମ୍ପାଦକ ଅମର କୁମାର ସେଠି, କୋଷାଧ୍ୟକ୍ଷ ଅମିତାଭ ଦାସ, ବୈଦ୍ୟନାଥ ରଥ, ଅଶୋକ ପଟ୍ଟନାୟକ, ହରପ୍ରସାଦ ପାତ୍ର, ପ୍ରସନ୍ନଜିତ ମହାନ୍ତି, ଅମ୍ବିକା ରାଉତ ସହ ସମ୍ପାଦକ ଉପସ୍ଥିତ ଥିଲେ I ବହୁ ସଂଖ୍ୟାରେ ଦର୍ଶକ ଉପସ୍ଥିତ ରହି ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ I ଆସନ୍ତା କାଲି ୧ମ ମ୍ୟାଚ ବାଲେଶ୍ୱର ଓ ଯାଜପୁର ଏବଂ ୨ୟ ମ୍ୟାଚ ଢେଙ୍କାନାଳ ଓ ଦେବଗଡ଼ ମଧ୍ୟରେ ଅନୁଷ୍ଠିତ ହେବ ବୋଲି ଗଣମାଧ୍ୟମ ସଂଯୋଜକ ସୋମନାଥ ସିଂହଙ୍କ ସୂତ୍ରରୁ ପ୍ରକାଶ I

ବାରିପଦାରୁ -ଗୌର ଦାସଗିରି

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ