।। ରାଜ୍ୟ ସ୍ତରୀୟ ସାହାଣୀ କପ - ୨୦୨୪ ମୟୁରଭଞ୍ଜକୁ ହରାଇ ବରଗଡ ଚମ୍ପିୟାନ ।।

Oct 7, 2024 - 07:10
 0  7
।। ରାଜ୍ୟ ସ୍ତରୀୟ ସାହାଣୀ କପ - ୨୦୨୪  ମୟୁରଭଞ୍ଜକୁ ହରାଇ ବରଗଡ ଚମ୍ପିୟାନ ।।

ବାରିପଦା - ତା :- ୦୬/୧୦/୨୦୨୪ ରିଖ ବାରିପଦା ଷ୍ଟାଡିୟମ ପଡିଆରେ ମୟୁରଭଞ୍ଜ ଏଥଲେଟିକ ଏସୋସିଏସନ ଆନୁକୂଲ୍ୟରେ ଓ ଓଡିଶା ଫୁଟବଲ ଏସୋସିଏସନର ସହଯୋଗୀତାରେ ଅନୁଷ୍ଠିତ ସାହାଣୀ କପ - ୨୦୨୪ ର ଫାଇନାଲ ମ୍ୟାଚରେ ବରଗଡ ୩-୦ ଗୋଲରେ ମୟୁରଭଞ୍ଜ ଦଳକୁ ପରାସ୍ତ କରି ଚମ୍ପିୟାନ ହୋଇଛି I ବରଗଡ ଦଳର ରାଜୁ ଭାନ ୧୪ ମିନିଟରେ, ପ୍ରଭାସ ଗଣ୍ଡସେନା ୩୧ ମିନିଟରେ ଓ ଚନ୍ଦ୍ର ମୁର୍ମୁ ୯୧ ମିନିଟରେ ଗୋଲ ଦେଇଥିଲେ I ସୁବ୍ରତ କୁମାର ପୁରୋହିତ, ଦିଲ୍ଲୀପ କୁମାର ରାଉତ, ଲକ୍ଷ୍ମଣ ସେଠ, ଜୀତେନ୍ଦ୍ର ପାତ୍ର ଓ ସୁଜିତ କୁମାର ପାତ୍ର ଖେଳ ପରିଚାଳନା କରିଥିବା ବେଳେ ଦୁର୍ଗାମାଧବ ନାଏକ ମ୍ୟାଚ କମିଶନର ଦାୟିତ୍ୱ ତୁଲାଇ ଥିଲେ I ମୁଖ୍ୟ ଅତିଥି ଭାବେ ମାନ୍ୟବର ଗୃହ ଓ ନାଗର ଉନ୍ନୟନ ତଥା ସାଧାରଣ ଉଦ୍ୟୋଗ ମନ୍ତ୍ରୀ ଡଃ କୃଷ୍ଣଚନ୍ଦ୍ର ମହାପାତ୍ର, ସମ୍ମାନିତ ଅତିଥି ଭାବେ ମାନ୍ୟବର ଲୋକସଭା ସାଂସଦ ନବ ଚରଣ ମାଝୀ, ମାନ୍ୟବର ବାରିପଦା ବିଧାୟକ ପ୍ରକାଶ ସୋରେନ, ଫାଓର ସାଧାରଣ ସମ୍ପାଦକ ଡଃ ଆଶୀର୍ବାଦ ବେହେରା, ଉପ ସଭାପତି ବିଜୟ ଦାସ, ପଦ୍ମଲୋଚନ ଲେଙ୍କା ଓ ଅସିତ ପତି ତଥା ଫାଓ ସହ ସମ୍ପାଦକ ଅଭିଜିତ ପାଲ, ଓଡିଶା ଅଲମ୍ପିକ ଏସୋସିଏସନର କୋଷାଧ୍ୟକ୍ଷ୍ୟ ଅଦିପ ଦାସ ଓ ଭଦ୍ରକ ଏଥଲେଟିକ ଏସୋସିଏସନର ସାଧାରଣ ସମ୍ପାଦକ ଧିରେନ ପଲେଇ ପ୍ରମୁଖ ଉପସ୍ଥିତ ରହି ଖେଳାଳି ମାନଙ୍କୁ ଉତ୍ସାହିତ କରିବା ସହ ପୁରସ୍କାର ବିତରଣ କରିଥିଲେ I ଅନ୍ୟ ମାନଙ୍କ ମଧ୍ୟରେ ମୟୁରଭଞ୍ଜ କ୍ରୀଡା ସଂସଦର ଉପ ସଭାପତି ବିବେକାନନ୍ଦ ପଟ୍ଟନାୟକ ଓ ମନୋଜ କୁମାର ସାଓ, ସାଧାରଣ ସମ୍ପାଦକ ବିଜୟ କୁମାର ଦାସ, ଫୁଟବଲ ସମ୍ପାଦକ ଅମର କୁମାର ସେଠି, କୋଷାଧ୍ୟକ୍ଷ ଅମିତାଭ ଦାସ, ସହ ସମ୍ପାଦକ ବୈଦ୍ୟନାଥ ରଥ, ଅଶୋକ ପଟ୍ଟନାୟକ, ଗୌରୀ ଶଙ୍କର ସିନ୍ହା, ସୌରଭ ପଟ୍ଟନାୟକ, ରବୀନ୍ଦ୍ର କୁମାର ମହାନ୍ତି, ହରପ୍ରସାଦ ପାତ୍ର, ପ୍ରସନ୍ନଜିତ ମହାନ୍ତି ଓ ଅମ୍ବିକା ରାଉତ ଉପସ୍ଥିତ ଥିଲେ I ଶ୍ରେଷ୍ଠ ଖେଳାଳି ଭାବେ ବରଗଡର ପ୍ରଭାତ ଦଣ୍ଡସେନା, ଚନ୍ଦ୍ର ମୁର୍ମୁ, ସିରାଜ ଖାନ, ସିଦ୍ଧାନ୍ତ ପ୍ରଧାନ ତଥା ମୟୁରଭଞ୍ଜର ଫାଗୁ ହେମ୍ବ୍ରମ ଓ ମାନଚିତ୍ର ମାର୍ଣ୍ଡିଙ୍କୁ ଆର କେ ଫାଉଣ୍ଡେସନର ନିର୍ଦ୍ଦେଶକ ଅମର ସେଠୀ ତାଙ୍କ ପିତାମାତାଙ୍କ ସ୍ମୃତିରେ ୫ ହଜାର ପ୍ରତ୍ସାହନ ରାଶି ଅତିଥିଙ୍କ ହାତରେ ପ୍ରଦାନ କରି ପୁରସ୍କୃତ କରିଥିଲେ I ତତସହିତ ବାରିପଦା ପୌରପାଳିକା ତରଫରୁ ୫୦ ହଜାର ଓ ଭଞ୍ଜସେନା ତରଫରୁ ୩୦ ହଜାର ଓ ମାନ୍ୟବର ସାଂସଦଙ୍କ ତରଫରୁ ୩୦ ହଜାର ପ୍ରତ୍ସାହନ ରାଶି ପ୍ରଦାନ କରାଯାଇ ମୟୁରଭଞ୍ଜ ଦଳକୁ ଉତ୍ସାହିତ କରାଯାଇଥିଲା I ମୟୁରଭଞ୍ଜ କ୍ରୀଡାର ବିକାଶ ପାଇଁ ଜୀବନ ତମାମ ପ୍ରଚେଷ୍ଟା କରିଥିବା ୭ ଜଣଙ୍କୁ ସ୍ମୃତି ସମ୍ମାନ ତଥା ବର୍ତ୍ତମାନର ବରିଷ୍ଠ ୧୫ ଜଣ ଖେଳାଳିଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିବା ବେଳେ ଡଃ ଆଶୀର୍ବାଦ ବେହେରାଙ୍କୁ ସ୍ୱତନ୍ତ୍ର ଭାବେ ସମ୍ବର୍ଦ୍ଧିତ କରାଯାଇଥିଲା I ଶେଷରେ ସାହାଣୀ କପ ୨୦୨୪ କୁ ସଫଳତାର ସହ ସମ୍ପନ୍ନ କରିବା ପାଇଁ ସାହାଯ୍ୟ କରିଥିବା ସମସ୍ତଙ୍କୁ ସାଧାରଣ ସମ୍ପାଦକ ବିଜୟ କୁମାର ଦାସ ଧନ୍ୟବାଦ ଅର୍ପଣ କରିଥିଲେ I

ବାରିପଦାରୁ -ଗୌର ଦାସଗିରିଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡ଼ିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ