ରାଜ୍ୟ ସ୍ତରୀୟ ମହକ ଓ ଉତ୍ସାହ ରେ ମୟୁରଭଞ୍ଜ ଶିଶୁ ଯତ୍ନ ଅନୁଷ୍ଠାନର ଅନ୍ତେବାସୀଙ୍କ କୃତିତ୍ୱ

ବାରିପଦା: ତା ୦୨.୧୨.୨୦୨୪ ରିଖ: ମହିଳା ଓ ଶିଶୁ ବିକାଶ ବିଭାଗ, ଓଡିଶା ସରକାରଙ୍କ ଅଧିନସ୍ଥ ଓଡିଶା ରାଜ୍ୟ ଶିଶୁ ସ୍ଵରାକ୍ଷା ସମିତି ଅନୁକୁଲ୍ୟରେ ଗତ ୨୬ ତାରିଖରୁ ୩୦ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱର ସ୍ଥିତ କଳିଙ୍ଗ ଷ୍ଟାଡିଅମ ଠାରେ ରାଜ୍ୟ ସ୍ତରୀୟ ଶିଶୁ ମୋହତ୍ସବ ମହକ ଓ ଉତ୍ସାହ ଅନୁଷ୍ଠିତ ହୋଇ ଯାଇଛି I ମହକ ଅଧୀନରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ଉତ୍ସାହ ଅଧୀନରେ ବିଭିନ୍ନ କ୍ରୀଡା ସମ୍ପର୍କିତ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା I ଏଥିରେ ୩୦ ଟି ଜିଲ୍ଲାର ଜିଲ୍ଲା ସ୍ତରରେ ଅନୁଷ୍ଠିତ ମହକ ଓ ଉତ୍ସାହ ଅନ୍ତର୍ଗତ ବିଭିନ୍ନ ପ୍ରତିଯୋଗିତା ର ଉତ୍ତୀର୍ଣ ପ୍ରତିଯୋଗୀ ମାନେ ଭାଗ ନେଇଥିଲେ I ମହକ ଅଧୀନରେ ଏକକ ସଂଗୀତର କନିଷ୍ଠ ବିଭାଗରେ ମୟୁରଭଞ୍ଜ ଜିଲ୍ଲାର ଉତ୍କଳ ବାଳାଶ୍ରମ ର ଅନ୍ତେବାସୀ ସଂତୋଷୀ ବେହେରା ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ଏକକ ସଂଗୀତ ର ବରିଷ୍ଠ ବିଭାଗରେ ଚାନ୍ଦମଣି ନାଏକ ତୃତୀୟ ସ୍ଥାନ ଅଧିକାର କରିଥିଲେ I ସେହିଭଳି ଉତ୍ସାହ କାର୍ଯ୍ୟକ୍ରମ ଅଧିନସ୍ଥ ବାଳିକା ହାଇଜମ୍ପ ରେ ଉତ୍କଳ ବାଳାଶ୍ରମ ର ଅନ୍ତେବାସୀ ତୁଳସୀ ମାରାଣ୍ଡି ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ୧୦୦ ମିଟର ଦୋୖଡରେ ବଡ଼ସାହି ବ୍ଲକ ଅନ୍ତର୍ଗତ ମା ମଙ୍ଗଳ ବାଳାଶ୍ରମ ର ମାନସିଂ ସୋରେନ ଦ୍ୱିତୀୟ ସ୍ଥାନ ଅଧିକାର କରି ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି I ଜିଲ୍ଲା ସ୍ତରରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ପକ୍ଷରୁ ଉକ୍ତ କାର୍ଯ୍ୟକ୍ରମ କୁ ତ୍ୱରାନ୍ୱିତ କରା ଯାଇଥିବା ବେଳେ ବେଳେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରିଣୀ ଶ୍ରୀମତୀ ମମତାମୟୀ ବିଶ୍ୱାଳ ଙ୍କର ସ୍ୱତନ୍ତ୍ର ଟ୍ୱତ୍ୱାବଧାନରେ ସମ୍ପାଦନ କରାଯାଇଥିଲା I ଶିଶୁ ଯତ୍ନ ଅନୁଷ୍ଠାନର ଉତ୍ତୀର୍ଣ ଅନ୍ତେବାସୀ ମାନଙ୍କୁ ସେମାନଙ୍କର କୃତିତ୍ୱ ପାଇଁ ମୟୁରଭଞ୍ଜ ଜିଲ୍ଲାପାଳ ଶ୍ରୀ ହେମକାନ୍ତ ସୟ ଶୁଭେଚ୍ଛା ଜଣାଇଛନ୍ତି I
What's Your Reaction?






