ଯାଦବ ସମାଜର ଗୋବର୍ଦ୍ଧନ ପୂଜା ଓ ମଣ୍ଡେଇ ଯାତ୍ରା ପାଳିତ

Jan 14, 2025 - 16:07
 0  82
ଯାଦବ ସମାଜର ଗୋବର୍ଦ୍ଧନ ପୂଜା ଓ ମଣ୍ଡେଇ ଯାତ୍ରା ପାଳିତ

ନବରଙ୍ଗପୁର,( ରଞ୍ଜିତ ନାୟକ ) ତା:୧୪/୦୧/୨୦୨୫:ରିଖ ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ପଚରିପାରା ପଂଚାୟତ ସଦର ମହକୁମା ଠାରେ ରାଇଘର ବ୍ଲକରେ ବସବାସ କରୁଥିବା ସମସ୍ତ ଯାଦବ ସମାଜର ଜନସାଧାରଣ ଏକତ୍ରିତ ହୋଇ ଗୋବର୍ଦ୍ଧନ ପୂଜା କରିବା ସହ ମଣ୍ଡେଇ ଯାତ୍ରା କରିଥିବା ଦେଖିବାକୁ ମିଲିଛି ! ଏହି ଗୋବର୍ଦ୍ଧନ ପୂଜାରେ ସୀମାନ୍ତ ଛତିଶଗଡ ରାଜ୍ୟର ମଧ୍ୟ ଶତାଧିକ ଯାଦବ ଜାତିର ଭାଇ ଓ ଭଉଣୀ ମାନେ ମଧ୍ୟ ଯୋଗଦେଇଥିଲେ ! ଏହି ପୂଜା ତଥା ମଣ୍ଡେଇ ଯାତ୍ରା ବିଗତ ୧୯୯୨ ମସିହାରୁ ଆରମ୍ଭ ହୋଇ ଆଜି ଯାଏ ଚାଲି ରହିଥିବା ଯାଦବମାନେ ମତ ଦିଅନ୍ତି ! ହିନ୍ଦୁ ରୀତିନୀତି ଅନୁସାରେ ଗୋ ପୂଜନ କରାଯିବା ସହ ସମସ୍ତ ପୂଜାକାର୍ଯ୍ୟ ସମାପନ କରାଯାଇଥିଲା ! ପ୍ରତିବର୍ଷ ମଣ୍ଡେଇରେ ୨୬ ଗୋଟି ପଞ୍ଚାୟତର ଯାଦବ ଭାଇ ଭଉଣୀମାନେ ଅଂଶଗ୍ରହଣ କରି ଆସୁଥିବା ବେଲେ ମଣ୍ଡେଇ ଯାତ୍ରା ଦେଖିବାକୁ ଆଖପାଖ ଅଞ୍ଚଳ ତଥା ପଡୋଶୀ ରାଜ୍ୟ ଓ ଜିଲ୍ଲା ମାନଙ୍କରୁ ମଧ୍ୟ ସହସ୍ରାଧିକ ଜଣସାଧାରଣ ଭିଡ଼ ଜମେଇଥାନ୍ତି ! ଏହି ଦିନ ଯାଦବ ସମାଜ ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହେବା ସହ ସମସ୍ତେ ନାଚ ଗୀତରେ ମସଗୁଲ ରହୁଥିବା ଦେଖିବାକୁ ମିଲେ ! ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଏହି ଗୋବର୍ଦ୍ଧନ ପୂଜା ତଥା ମଣ୍ଡେଇ ଯାତ୍ରାଟି ବେସ ଧୂମଧାମରେ ପାଳିତ ହୋଇଥିବା ଦେଖିବାକୁ ମିଲିଛି ! ସାତବର୍ଷ ତଳେ ସମସ୍ତ ଯାଦବମାନେ ଚାନ୍ଦା ଆଦାୟ କରି ମନ୍ଦିର ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ ହେଲେ ଆର୍ଥିକ ଅଭାବ ଦେଖାଦେବାରୁ ତତ୍କାଳୀନ ବିଧାୟକ ତଥା ବର୍ତମାନର ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କୁ ମନ୍ଦିର ନିର୍ମାଣ ପାଇଁ କିଛି ଅନୁଦାନ ପାଇଁ ଅନୁରୋଧ କରିଥିଲେ ! ମନ୍ତ୍ରୀ ମହାଶୟ ଯାଦବ ମାନଙ୍କ ଅନୁରୋଧ ରକ୍ଷାକରି ନିଜ ପାଣ୍ଠିରୁ ୨ ଲକ୍ଷ ଟଙ୍କା ପ୍ରଦାନ କରିଥିଲେ ! ବର୍ତ୍ତମାନ ମନ୍ଦିରଟି ଛାତ ଲେବେଲ ପର୍ଯ୍ୟନ୍ତ ପହଂଚି ଟଙ୍କା ଅଭାବ ଯୋଗୁଁ ଅଟକି ପଡିଛି ! ତେଣୁ ମନ୍ଦିର ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ କରିବା ପାଇଁ ପ୍ରଶାସନ ପକ୍ଷରୁ ଆର୍ଥିକ ସହାୟତା ଯୋଗେଇ ଦେବାକୁ ଯାଦବ ସମାଜ ପକ୍ଷରୁ ଦାବୀ କରାଯାଉଛି ! ଏହି ଗୋବର୍ଦ୍ଧନ ପୂଜାରେ ସରପଞ୍ଚ ଚୌଧୁରୀ ଗଣ୍ଡ,ପୂର୍ବତନ ସରପଞ୍ଚ ଆଶାରାମ ଗଣ୍ଡ,ସଭାପତି ଜୟସିଂ ଯାଦବ, ଉପ ସଭାପତି ତନୁରାମ ଯାଦବ, ଆୟୋଜକ ମହେଶ୍ୱର ଗୌଡ଼ ପରୁନିତ ରାଉତ, କାଜୁ ଯାଦବ,ସୁନୀଲ ସରକାର, ନାରାୟଣ ଗାଇନି, କୋରନସିଂ ଗଣ୍ଡ, ଦଶରଥ ଗଣ୍ଡ, ଢରା ଗଣ୍ଡ ପ୍ରମୁଖ ଯୋଗଦେଇଥିଲେ !

 ନବରଙ୍ଗପୁର ରୁ ରଞ୍ଜିତ ନାୟକ ଙ୍କ ରିପୋର୍ଟ First News Odisha !

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ