ମୟୁରଭଞ୍ଜ ସୁନ୍ଦର ସ୍ୱାସ୍ଥ୍ୟ ଚମ୍ପିୟାନସିପ ପାଇଁ ପ୍ରସ୍ତୁତି ବୈଠକ

Sep 24, 2025 - 22:36
 0  12
ମୟୁରଭଞ୍ଜ ସୁନ୍ଦର ସ୍ୱାସ୍ଥ୍ୟ ଚମ୍ପିୟାନସିପ ପାଇଁ ପ୍ରସ୍ତୁତି ବୈଠକ

ବାରିପଦା - ତା :- ୨୪/୦୯/୨୦୨୫ ରିଖ ବାରିପଦା ମୁନିସିପାଲିଟି ଅନ୍ତର୍ଗତ ୪ ନଂ ୱାର୍ଡ ସ୍ଥିତ ଲାଲବଜାର ଓଡ଼ିଆ ପଡା ଦୁର୍ଗାପୂଜା ମଣ୍ଡପ ନିକଟରେ ୭ମ ବାର୍ଷିକ ମୟୁରଭଞ୍ଜ ସୁନ୍ଦର ସ୍ୱାସ୍ଥ୍ୟ ଚମ୍ପିୟାନସିପ ଅକ୍ଟୋବର ମାସ ୬ ତାରିଖ ଦିନ ଅନୁଷ୍ଠିତ ହେବାକୁ ଯାଉଅଛି I ଏହି ଚମ୍ପିୟାନସିପରେ ମୟୁରଭଞ୍ଜ ଜିଲ୍ଲାର ୧୮ ବର୍ଷରୁ ଅଧିକ ଉଭୟ ମହିଳା ଓ ପୁରୁଷ ପ୍ରତିଯୋଗୀ ଅଂଶଗ୍ରହଣ କରିବେ ବୋଲି ମୁଖ୍ୟ ଆୟୋଜକ ଲୋହିତ ଦାଶ ଜଣାଇଛନ୍ତି I ସାଇ ଫିଟନେସ ଫାଷ୍ଟ, ଲାଲବଜାର ଆନୁକୂଲ୍ୟରେ ଆୟୋଜିତ ହେବାକୁଥିବା ଏହି ଚମ୍ପିୟାନସିପକୁ ପ୍ରତିବର୍ଷ ପରି ସଫଳତାର ସହ ସମ୍ପନ୍ନ କରିବାକୁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି I ମହମ୍ମଦ କରିମଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ସୁଶାନ୍ତ କୁମାର କରଣ, ବିନୋଦ କୁମାର ରାମ, ଜୀତେନ୍ଦ୍ର ବେହେରା, କାର୍ତ୍ତିକ ବାରିକ, ଯତୀନ୍ଦ୍ର କୁମାର ଦାସ, ରାଜା ଖାନ, ଦେଵିଦତ୍ତ ମହାନ୍ତି ପ୍ରମୁଖ ଉପସ୍ଥିତ ରହି ସୁଚିନ୍ତିତ ମତ ଦେଇଥିଲେ I ଏହି ଅବସରରେ ଚମ୍ପିୟାନସିପର ସୁପରିଚାଳନା ପାଇଁ ଗଠିତ କମିଟିରେ କାର୍ଯ୍ୟକାରୀ ସଭାପତି ଭାବେ ଗିରିଶ ଚନ୍ଦ୍ର ଦାସ, ସଭାପତି ବିପ୍ଳବ ଭଂଜନ ଭୁଗୁଡେଇ, ସାଧାରଣ ସମ୍ପାଦକ ଲୋହିତ ଦାଶ ଏବଂ ଉପଦେଷ୍ଟା ଭାବେ ଚନ୍ଦନ ବାନାର୍ଜୀ ଓ ପୃଥ୍ୱୀରାଜ ଦାଶ ମନୋନୀତ ହୋଇଛନ୍ତି I

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ