ମୋବାଇଲ ଦୋକାନ ରୁ ଚୋରୀ ଘଟଣା ରେ ଲୁଟେରାଙ୍କୁ ବାନ୍ଧିଲା ପୋଲିସ: ୧୩ ମୋବାଇଲ ଜବତ

Jun 17, 2025 - 18:03
 0  4
ମୋବାଇଲ ଦୋକାନ ରୁ ଚୋରୀ ଘଟଣା ରେ ଲୁଟେରାଙ୍କୁ ବାନ୍ଧିଲା ପୋଲିସ: ୧୩ ମୋବାଇଲ ଜବତ

କନ୍ଧମାଳ, (ଫାଷ୍ଟ ନ୍ୟୁଜ ଓଡିଶା) : କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ପୋଲିସ ଦ୍ୱାରା ଜଣେ ମୋବାଇଲ ଲୁଟେରା ଯୁବକ ଗିରଫ ହୋଇଛନ୍ତି। ଗିରଫ ଯୁବକ ହେଲେ ଉକ୍ତ ଥାନା ପ୍ଳିହେରୀର ସୂର୍ଯ୍ୟ ପ୍ରଧାନ (୧୯) ବୋଲି ଡିଏସପି ତଥା ଦାରିଙ୍ଗବାଡି ଥାନା ଇନଚାର୍ଜ କନକ କୁମାର ମାଝୀ କହିଛନ୍ତି। ପୋଲିସ ଗିରଫ ଯୁବକଠାରୁ ବିଭିନ୍ନ କମ୍ପାନୀର ନୂଆ ମୋବାଇଲ ୧୩ ଟି ଜବତ କରିବା ସହ ଚୋରିରେ ବ୍ୟବହୃତ ଫ୍ଲାସ, କଟର, ସ୍କ୍ର୍ୟୁ ଡ୍ରାଇଭେର ଏବଂ ଏକ ବ୍ୟାଗକୁ ପୋଲିସ ଜବତ କରିଛି। ମୋବାଇଲର ଦାମ ପ୍ରାୟ ୭୦ହଜାର ହେବ ବୋଲି ଡିଏସପି ଏକ ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି l ପ୍ରକାଶ ଯେ, ମେ ୨ରେ ଦାରିଙ୍ଗବାଡି ବଜାର ଉପରେ ରହିଥିବା ଏକ ମୋବାଇଲ ଦୋକାନରୁ ବିଳମ୍ବିତ ରାତିରେ ତାଲା କାଟି ମୋବାଇଲ ଚୋରି ହୋଇଯାଇଥିବା ମୋବାଇଲ ଦୋକାନ ମାଲିକ ଅଜିତ କୁମାର ସାହୁ ଦାରିଙ୍ଗବାଡି ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଘଟଣାକୁ ଦାରିଙ୍ଗବାଡି ପୋଲିସ ଗୁରୁତର ସହ ନେବା ସହ ଘଟଣାକୁ ନିଜେ ଇନଚାର୍ଜ ଦାୟିତ୍ୱରେ ରହିଥିବା ଡିଏସପି କନକ କୁମାର ମାଝୀ ତଦନ୍ତ ଦାୟିତ୍ୱ ନେଇଥିଲେ। ତାଙ୍କୁ ଏ ଏସ ଆଇ ଶ୍ରୀନିବାସ ରେଡ୍ଡୀ, ଅର୍ଜୁନ ଶବର ତଦନ୍ତରେ ସହଯୋଗ କରିଥିଲେ। ପୋଲିସ ବିଭିନ୍ନ ସ୍ଥାନରେ ସିସି କ୍ୟାମେରା ଓ ଫୋନ ଟ୍ରାକ କରି ସୂର୍ଯ୍ୟଙ୍କୁ ଗିରଫ କରିବାରେ ସଫଳ ହୋଇଥିବା ଡିଏସପି ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି। ଏନେଇ ପୋଲିସ କେଶ ନଂ. ୯୬/୨୫ ରେ ଏକ ମାମଲା ରୁଜୁ କରି ଘଟଣାର ଅଧିକା ତଦନ୍ତ ଅବ୍ୟାହତ ରଖିଛି ।

କନ୍ଧମାଳ ଜିଲ୍ଲାରୁ ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ, ଫାଷ୍ଟ ନ୍ୟୁଜ ଓଡିଶା l

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ