ମୁଣ୍ଡାରୀ ଭାଷାର ସାମ୍ବିଧାନିକ ସ୍ୱୀକୃତି ନିମନ୍ତେ ବଡ଼ସାହି ବ୍ଲକ ସ୍ତରୀୟ ବିଶାଳ ଜନସମାବେଶ"ବଡ଼ସାହି,

Sep 28, 2026 - 19:40
 0  6
ମୁଣ୍ଡାରୀ ଭାଷାର ସାମ୍ବିଧାନିକ ସ୍ୱୀକୃତି ନିମନ୍ତେ ବଡ଼ସାହି ବ୍ଲକ ସ୍ତରୀୟ ବିଶାଳ ଜନସମାବେଶ"ବଡ଼ସାହି,

୨୮/୦୯/୨୦୨୬: ମୁଣ୍ଡାରୀ ଭାଷାର ସାମ୍ବିଧାନିକ ସ୍ୱୀକୃତି ନିମନ୍ତେ ବଡ଼ସାହି ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ (BDO) ଙ୍କ ଜରିଆରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ, ଭାରତର ପ୍ରଧାନମନ୍ତ୍ରୀ ଏବଂ ଗୃହମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ଏହା ସହିତ ମୁଣ୍ଡାରୀ ଭାଷାକୁ ରାଜ୍ୟରେ ଦ୍ୱିତୀୟ ରାଜଭାଷା ମାନ୍ୟତା ଦେବା ପାଇଁ ମଧ୍ୟ ଦାବି କରାଯାଇଛି। ମୁଣ୍ଡାରୀ ଭାଷା ହେଉଛି ଭାରତର ଅନ୍ୟତମ ସର୍ବପୁରାତନ ଆଦିବାସୀ ଭାଷା। ଭଗବାନ ବିରସା ମୁଣ୍ଡା ଏହି ଭାଷାଭାଷୀ ସମୁଦାୟର ଥିଲେ, ଯାହାଙ୍କ ଜନ୍ମଦିବସକୁ ଭାରତ ସରକାର 'ଜନଜାତୀୟ ଗୌରବ ଦିବସ' ରୂପେ ଘୋଷଣା କରିଛନ୍ତି। ଏହା ସହିତ ଭାରତର ସମ୍ବିଧାନ ନିର୍ମାଣରେ ଜୟପାଲ ସିଂହ ମୁଣ୍ଡାଙ୍କର ଗୁରୁତ୍ୱପୂର୍ଣ୍ଣ ଅବଦାନ ଥିଲା ଏବଂ ସେ ମଧ୍ୟ ମୁଣ୍ଡାରୀ ଭାଷାଭାଷୀ ଲୋକ ଥିଲେ। ସାରା ଭାରତବର୍ଷରେ ୧୬ ଲକ୍ଷରୁ ଅଧିକ ଲୋକ ମୁଣ୍ଡାରୀ ଭାଷା କହୁଥିଲେ ହେଁ, ଆଜି ପର୍ଯ୍ୟନ୍ତ ଏହି ଭାଷାକୁ ଉପେକ୍ଷିତ କରାଯାଇଛି। ଏଥିପାଇଁ ସମଗ୍ର ମୁଣ୍ଡାରୀ ଭାଷାଭାଷୀ ଲୋକଙ୍କ ମଧ୍ୟରେ ତୀବ୍ର କ୍ଷୋଭ ପ୍ରକାଶ ପାଇଛି। ତେଣୁ ଏହି ଭାଷାକୁ ସମ୍ବିଧାନର ଅଷ୍ଟମ ଅନୁସୂଚୀରେ ଯଥାଶୀଘ୍ର ସାମିଲ କରିବା ସହ ରାଜ୍ୟର ଦ୍ୱିତୀୟ ରାଜଭାଷା ରୂପେ ମାନ୍ୟତା ଦେବାକୁ ଦାବିପତ୍ରରେ ଉଲ୍ଲେଖ କରାଯାଇଛି।ଏହି ଅବସରରେ କେନ୍ଦୁଆସାହି ସ୍ଥିତ ବିରସା ମୁଣ୍ଡା ଛକଠାରୁ ବଡ଼ସାହି ବ୍ଲକ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଏକ ବିଶାଳ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ପ୍ରଥମେ ବିରସା ମୁଣ୍ଡାଙ୍କ ପ୍ରତିମୂର୍ତ୍ତିଠାରେ ମୁଣ୍ଡାରୀ ପାରମ୍ପରିକ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା କରାଯାଇଥିଲା। ତା’ପରେ ପାରମ୍ପରିକ ବେଶଭୂଷା ପରିହିତ ବଡ଼ସାହି ବ୍ଲକ ର 30 ଟି ପଂଚାୟତ ରୁ ଆସି ଥିବା ପ୍ରାୟ ୧୦ ହଜାରରୁ ଊର୍ଦ୍ଧ୍ୱ ମୁଣ୍ଡାରୀ ଭାଷାଭାଷୀ ପୁରୁଷ ଓ ମହିଳା ଦୁଇଟି ଧାଡ଼ିରେ ପଦଯାତ୍ରା କରି ବଡ଼ସାହି ବ୍ଲକ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ଏହି ସମୟରେ ମୁଣ୍ଡାରୀ ସଂସ୍କୃତିର ପାରମ୍ପରିକ ବାଦ୍ୟଯନ୍ତ୍ରର ତାଳେ ତାଳେ ନୃତ୍ୟ ପରିବେଷଣ କରାଯାଇଥିଲା। ଏହି ଶୋଭାଯାତ୍ରାରେ ବଡ଼ସାହି ୨୨ ନମ୍ବର ଜୋନ୍‌ର ଜିଲ୍ଲା ପରିଷଦ ସଦସ୍ୟ ଦଶରଥ ସିଂହ, ବଡ଼ସାହି ବ୍ଲକ ଅଧ୍ୟକ୍ଷା ମିନତି ସିଂହ, ପୂର୍ବତନ ଅଧ୍ୟକ୍ଷା ଲକ୍ଷ୍ମୀ ସିଂହ, ବଡ଼ସାହି ଗ୍ରାମପଞ୍ଚାୟତର ସରପଞ୍ଚ ବୁଧୁରାମ ସିଂହ, ଛେଳିଆ ସରପଞ୍ଚ ପ୍ରିୟଲତା ସିଂହ, ଦେଉଳିଆ ସରପଞ୍ଚ ତୁଳସୀ ସିଂହ, କୋଚିଳାଖୁଣ୍ଟା ସରପଞ୍ଚ ତପସ୍ୱିନୀ ସିଂହ, ସୁହାଗପୁର ସରପଞ୍ଚ ବାସନ୍ତୀ ସିଂହ, ମାଣତ୍ରୀ ସରପଞ୍ଚ ସାବିତ୍ରୀ ସିଂହ, ସାନକେରକୋ ସରପଞ୍ଚ ସହଦରୀ ସିଂହ, ମୁଣ୍ଡାରୀ ଭାଷା ସମନ୍ୱୟ କମିଟିର କେନ୍ଦ୍ରୀୟ ସାଧାରଣ ସମ୍ପାଦକ ଇଂ. ସୁନାରାମ ସିଂହ, ପର୍ଯ୍ୟବେକ୍ଷକ ରାମେଶ୍ୱର ସିଂହ, ଅଜିତ କୁମାର ସିଂହ, ମୁଣ୍ଡାରୀ ଶିକ୍ଷା ପରିଷଦର ସମ୍ପାଦକ ବୁଧିଆ ସିଂହ, ମୁଣ୍ଡାରୀ ଭାଷା ସମନ୍ୱୟ କମିଟି ବେତନଟୀ ବ୍ଲକ ଆବାହକ ତପନ ସିଂହ ଏବଂ ଖୁଣ୍ଟା ବ୍ଲକ ଆବାହକ ରାଙ୍ଗା ସିଂହ ପ୍ରମୁଖ ଉପସ୍ଥିତ ଥିଲେ l ଏହି କାର୍ଯ୍ୟ କ୍ରମ କୁ ମୁଣ୍ଡାରୀ ଭାଷା ସମନୟ କମିଟି ବଡ଼ସାହି ବ୍ଲକ ର ଆବାହକ ବୈଦନାଥ ସିଂ, ସମ୍ପାଦକ ବସନ୍ତ ସିଂ, ଶଶୀଧର ସିଂ, ଶାନ୍ତିଲତା ସିଂ ପ୍ରମୁଖ ନେତୃତ୍ୱ ନେଇଥିଲେ।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ