ମାଓ କେମ୍ପ ଠାବ ଓ ବିପୁଳ ମାଓ ସାମଗ୍ରୀ ଜବତ

Mar 21, 2025 - 21:55
 0  20
ମାଓ କେମ୍ପ ଠାବ ଓ ବିପୁଳ ମାଓ ସାମଗ୍ରୀ ଜବତ

ନୂଆପଡ଼ା : ନୂଆପଡ଼ା ଜିଲ୍ଲା ବୋଡ଼େନ ପୋଲିସ ଥାନା ଅର୍ନ୍ତଗତ ପାଟଧରା ଘଞ୍ଚ ଜଙ୍ଗଳ ରେ ମାଓ ଉପସ୍ଥିତ ସୂଚନା ପାଇ ବିଭାଗ ପକ୍ଷ ରୁ ଏକ ଯୁଗ୍ମ ସର୍ଚ୍ଚ ଅପ୍ରେସନ୍ ଆରମ୍ଭ କରିଥିଲେ। ସିଆରପିଏଫ୍ ଯବାନ, ଡିଭିଏଫ ଯବାନ ଆଜି ଦିନ ୧୧ ଘଣ୍ଟା ସମୟରେ ମାଓ କେମ୍ପ ଠାବ କରି ବିପୁଳ ମାଓ ସାମଗ୍ରୀ ଜବତ କରିଛନ୍ତି । ପାଟଧରା ନିକଟସ୍ଥ ଛତାପାନି ଗ୍ରାମ ଜଙ୍ଗଲ ରେ ମାଓବାଦୀଙ୍କ କେମ୍ପ ମିଳିଥିବା ପ୍ରେସ ନୋଟ ରେ ଉଲ୍ଲେଖ ରହିଅଛି । ଗୋଟିଏ ହାତ ତିଆରି ବନ୍ଧୁକ, ୧ ଗୋଟି ରକ୍ତଚାପ ପରୀକ୍ଷା ଯନ୍ତ୍ର, ୧ ଗୋଟି ବ୍ୟାଟ୍ରିକ, ୨ ଗୋଟି ସୌର ପେନାଲ, ୧ ଗୋଟି ପ୍ରେସର୍ କୁକର,୨ ଗୋଟି ଟର୍ଚ୍ଚ ଲାଇଟ୍, କିରାନା ସାମଗ୍ରୀ, ହିନ୍ଦୀ କେଲେଣ୍ଡର, ରନ୍ଧା ସାମଗ୍ରୀ, ସାଧାରଣ ପୋଷାକ, ପେନସିଲ ବ୍ୟାଟ୍ରିକ, ବିଦ୍ୟୁତ୍ ଏକ୍ସଟେନସନ୍ ବୋର୍ଡ ଇତ୍ୟାଦି ୨୧ ଗୋଟି ସାମଗ୍ରୀ ମିଳିଅଛି । ଉପରୋକ୍ତ ସୂଚନା ନୂଆପଡ଼ା ପୋଲିସ ଆରକ୍ଷୀ ଅଧିକ୍ଷକଙ୍କ ପ୍ରେସ ବିଜ୍ଞପ୍ତି ରୁ ସୂଚନା ମିଳିଛି ।

ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ