।। ମା ଗୃହ ୱାଡେନ ଙ୍କ ଦରପୋଡ଼ା ମରଶରୀର ଉଦ୍ଧାର, ଘଟଣାରେ ଆଜି ଚନ୍ଦ୍ରପୁର ବ୍ଲକର ୮ ଗୋଟି ପଞ୍ଚାୟତର ମହିଳାଙ୍କ ପକ୍ଷରୁ ଚନ୍ଦ୍ରପୁର ବନ୍ଦ ଡାକରା ।।

Jan 16, 2024 - 20:05
 0  30
।। ମା ଗୃହ ୱାଡେନ ଙ୍କ ଦରପୋଡ଼ା ମରଶରୀର ଉଦ୍ଧାର, ଘଟଣାରେ ଆଜି ଚନ୍ଦ୍ରପୁର ବ୍ଲକର ୮ ଗୋଟି ପଞ୍ଚାୟତର ମହିଳାଙ୍କ  ପକ୍ଷରୁ ଚନ୍ଦ୍ରପୁର ବନ୍ଦ ଡାକରା  ।।

ରାୟଗଡ଼ା ଜିଲ୍ଲା ଚନ୍ଦ୍ରପୁର ବ୍ଲକ ଅନ୍ତର୍ଗତ ମା ଗୃହ ୱାଡେନଙ୍କ ଦୋରପୋଡ଼ା ମରଶରୀର ଉଦ୍ଧାର ଘଟଣାରେ ଆଜି ରାୟଗଡା ଜିଲ୍ଲା ଚନ୍ଦ୍ରପୁର ବ୍ଲକ ଠାରେ ୧୨ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି। ଯାହାରି ଫଳରେ ଚନ୍ଦ୍ରପୁରର ସମସ୍ତ ଦୋକାନ ବଜାର ସମୁର୍ଣ ବନ୍ଦ ରହିଛି। ଲଷ୍ମୀ ମାଝୀଙ୍ଗ ହତ୍ୟା କାରୀଙ୍କୁ ଶୀଘ୍ର ଗିରଫ କରିବା ସହ ଦୋଷୀଙ୍କୁ କୋଠର ଦଣ୍ଡ ଦେବା ଦାବିରେ ଆଜିଶତାଧିକ ମହିଳାଙ୍କ ବିକ୍ଷୋଭ ପଦର୍ଶନ କରାଯାଇଛି। ଚନ୍ଦ୍ରପୁର ବ୍ଲକର ୮ ଗୋଟି ପଞ୍ଚାୟତର ଶତାଧିକ ମହିଳା ଏହି ବନ୍ଦ ଡାକରାରେ ସାମିଲ ହୋଇ ଲାଷ୍ମୀମଝିଙ୍କ ପ୍ରକୃତ ହତ୍ୟା କାରୀଙ୍କୁ ଶୀଘ୍ର ଗିରଫ କରିବା ଦାବିରେ ଚନ୍ଦ୍ରପୁର ଥାନା ସମେତ ତହସିଲ କାର୍ଯ୍ୟାଳୟ ଓ ବ୍ଳକ କାର୍ଯ୍ୟାଳୟ ସମୂଖରେ ବିକ୍ଷୋଭ ପଦର୍ଶ କରିଥିଲେ। ବିଷମ କଟକ ଏସ ଡିପିଓ ,ଚନ୍ଦ୍ରପୁର ବିଡ଼ିଓ ଓ ତହସିଲ ଦାର କୁ ଗୋଟାଏ ଲେଖା ଦାବିପତ୍ର ରାଜ୍ୟ ସରକାରଙ୍କ ଉଦ୍ଧେଶ୍ୟରେ ପ୍ରଦାନ କରିଥିଲେ। ଏହି ଦାବି ପତ୍ରରେ ଚନ୍ଦ୍ରପୁର ବ୍ଲକରେ ମହିଳାଙ୍କ ପ୍ରତି ହେଉଥିବା ଅନ୍ୟାୟ ଅତ୍ୟାଚାର ,ଏବଂ ନିରୀହ ଆଦିବାସୀ ମହିଳାଙ୍କୁ ଦୁଷ୍କର୍ମ ହତ୍ୟା କରା ଯାଉଛି ,ପୂର୍ବରୁ ଏହି ବ୍ଲକରେ ବିଭିନ୍ନ ମହିଳାଙ୍କୁ ହତ୍ୟା କରାଯାଉଥିଲେ ସୁଦ୍ଧା ପୋଲିସ କାହାରିକୁ ଗିରଫ କରିବାର ସଫଳ ହୋଇନଥିବା ଜଣାପଡୁଛି । ପଞ୍ଚାୟତ ଠାରୁ ଆରମ୍ଭ କରି ଗ୍ରାମଞ୍ଚଳ ମହିଳାଙ୍କ ସୁରକ୍ଷା ପ୍ରଦାନ କରିବା, ନିଶା ମୁକ୍ତ ପରିବେଶ ଗଠନ କରିବା ଦାବି କରିଛନ୍ତି । ଅନ୍ୟଥା ଆଗାମୀ ଦିନରେ ନାରୀମାନେ ରାଜରାସ୍ତାକୁ ଓଲ୍ହାଇ ଅନ୍ୟାୟ ବିରୁଦ୍ଧରେ ସୂର ଉତ୍ତଳନ କରିବା ପଛେଇବେ ନାହିଁ ବୋଲି ଉଲ୍ଲେଖ କରାଯାଇଛି। ସେହିପରି ଲଷ୍ମୀ ମାଝୀଙ୍କ ହତ୍ୟା ଘଟଣା ୨୭ ଦିନ ବିତି ଯାଇଥିଲେ ସୁଦ୍ଧା ଦୋଷୀକୁ ଗିରଫ କରିବାରେ ମଧ୍ୟ ବିଫଳ ହୋଇଛି ପୋଲିସ। ବାରମ୍ବାର ଏଭଳି ନିରୀହ ଆଦିବାସୀ ମହିଳାଙ୍କୁ ହତ୍ୟା କରା ଯାଉଥିଲେ ମଧ୍ୟ ପୋଲିସ ଓ ପ୍ରଶାସନ ଚୁପ ରହୁଥିବା ମହିଳା ମାନେ ଅଭିଯୋଗ କରିଛନ୍ତି। ସୂଚନା ଅନୁଯାଏ ଡିସେମ୍ବର ୨୧ ତାରିଖ ଦିନ ରାୟଗଡ଼ା ଜିଲ୍ଲା ଚନ୍ଦ୍ରପୁର ମା ଗୃହରେ କାର୍ଯ୍ୟରତ ୱାଡେନ ଲଷ୍ମୀ ମାଝୀଙ୍କ ଜୀବନ୍ତ ଦଗ୍ଧ ମୃତଦେହ ସନ୍ଧେହ ଜନକ ଭାବେ ଉଦ୍ଧାର ହୋଇଥିଲା। ଲକ୍ଷ୍ମିମାଝୀଙ୍କ ସନ୍ଧେହ ଜଣକ ମୃତ୍ୟୁ ମାମଲାରେ ଗତ ୨୭ ଦିନ ହେଲା କ୍ରାଇମ ବ୍ରାଞ୍ଚ ଟିମର ଏହାର ତଦନ୍ତ କରୁଥିବା ବେଳେ ଦିଲ୍ଲୀ ରୁ ଦୁଇଜ ଜଣିଆ ସେଣ୍ଟ୍ରାଲ ଫରେନସିକ ଟିମ ମଧ୍ୟ ଏହି ଘଟଣା ର ତଦନ୍ତ କରିଥିଲେ। ଚନ୍ଦ୍ରପୁରୁ ମା ଗୃହରେ ଆଦିବାସୀ ଯୁବତୀ ଲକ୍ଷ୍ମୀ ମାଝୀ ଙ୍କ ମୃତ୍ୟୁ ଘଟଣାରେ ୧୭ ଦିନ ବିତିଯାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ପୋଲିସ ଏବଂ କ୍ରାଇମବ୍ରାଞ୍ଚ ଟିମ ର ହାତ ଖାଲି, ଏହି ଘଟଣା ରେ ଏପର୍ଯ୍ୟନ୍ତ କାହାରିକୁ ଗିରଫ ମଧ୍ୟ କରିପାରିନାହିଁ। ମା ଗୃହରେ କାର୍ଯ୍ୟରତ ଥିବା ଯୁବତୀ ଲକ୍ଷ୍ମୀ ମାଝି କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ନେଇ ଲଷ୍ମୀ ମାଝୀଙ୍କ ପିତା ବେଲେଧର ମାଝି ସ୍ଥାନୀୟ ଚନ୍ଦ୍ରପୁର ଥାନାରେ ଅଭିଯୋଗ କରିଥିଲା,। ମୃତ ଲକ୍ଷ୍ମୀ ମାଝି କାଶୀପୁର ବ୍ଲକର ଟିକିରି ପଞ୍ଚାୟତ ନାକେଟିଗୁଡା ଗାଁର ବେଳଧର ମାଝୀଙ୍କ ଝିଅ l

 ମୁନିଗୁଡ଼ା ରୁ ସଞ୍ଜୟ କୁମାର ନାଗ ଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ