ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟରେ ୫ଟି ଡିଷ୍ଟାନ୍ସ୍ କୋର୍ସକୁ ୟୁଜିସିର ମଞ୍ଜୁରୀ

ବାରିପଦା ୧୮/୦୭: ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ଵବିଦ୍ୟାଳୟର ୫ଟି ଡିଷ୍ଟାନ୍ସ୍ କୋର୍ସକୁ ୟୁଜିସିର ମଞ୍ଜୁରୀ ମିଳିଛି । ଏହି ବିଷୟକୁ ନେଇ ୟୁଜିସିର ଏକ ଇମେଲ୍ ବିଶ୍ୱବିଦ୍ୟାଳୟକୁ ହସ୍ତଗତ ହୋଇଛି । ଓଡ଼ିଆ, ସଂସ୍କୃତ, ଇଂରାଜୀ, ଅର୍ଥନୀତି ଓ ସାମାଜିକ କାର୍ଯ୍ୟରେ ସ୍ନାତକୋତ୍ତର ପାଠ୍ୟକ୍ରମ ପାଇଁ ଏହି ମଞ୍ଜୁରୀ ମିଳିଛି । ସୂଚନାଯୋଗ୍ୟ ଯେ ୨୦୧୯ ପରଠୁ ବିଶ୍ଵବିଦ୍ୟାଳୟରେ ଡିଷ୍ଟାନ୍ସ୍ କୋର୍ସ ଚାଲି ନ ଥିଲା । ବିଶ୍ଵବିଦ୍ୟାଳୟର କୂଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀଙ୍କର ପ୍ରଶାସନିକ ସ୍ତରରେ ବ୍ୟାପକ ପ୍ରଚେଷ୍ଟା ଓ ନିରନ୍ତର ଉଦ୍ୟମ ଯୋଗୁଁ ଦୀର୍ଘ ବର୍ଷର ପ୍ରୟାସ ପରେ ବିଶ୍ୱବିଦ୍ୟାଳୟକୁ ୟୁଜିସିର ମଞ୍ଜୁରୀ ମିଳିଛି । ଜୁଲାଇ-ଅଗଷ୍ଟ ୨୦୨୫ରୁ ଏଥିନିମନ୍ତେ ଏଡ୍ମିଶନ ଆରମ୍ଭ ହେବ ବୋଲି ବିଶ୍ୱବିଦ୍ୟାଳୟର ସେଣ୍ଟର ଫର୍ ଡିଷ୍ଟାନ୍ସ୍ ଆଣ୍ଡ୍ ଅନ୍ଲାଇନ ଏଜୁକେସନ୍ର ନିର୍ଦ୍ଦେଶକ ପ୍ରଫେସର ସୁକାନ୍ତ କୁମାର ନାୟକ ଜଣାଇଛନ୍ତି । ଏହି ଖବର ପାଇବା ପରେ ବିଶ୍ୱବିଦ୍ୟାଳୟରେ ଆନନ୍ଦର ଲହରୀ ଖେଳିଯାଇଛି ।
What's Your Reaction?






