ମସ୍କୋରେ ଅନ୍ତର୍ଜାତୀୟ ଭାଷା ସମ୍ମିଳନୀରେ ଡ଼. ମହେନ୍ଦ୍ର କୁମାର ମିଶ୍ରଙ୍କର ଯୋଗଦାନ

ନୂଆପଡା : ଆଜି ରୁଷିଆର ରାଜଧାନୀ ମସ୍କୋ ଠାରେ ରୁଷ ସରକାରଙ୍କ ବିଜ୍ଞାନ ଓ ଉଚ୍ଚ ଶିକ୍ଷା ବିଭାଗ ଅନ୍ମୁକୂଲ୍ୟାରେ ପ୍ରଥମ ବିଶ୍ୱ ୟୁରେସିଆ ଭାଷା ସମ୍ବିଳନୀ ଡିସେମ୍ବର 14.12.2024ରେ ଅନୁଷ୍ଠିତ ହୋଇଯାଇଛି l ଏହି ସମ୍ମିଳନୀରେ ଓଡ଼ିଶାର ଭାଷାବିଦ ଡ଼. ମହେନ୍ଦ୍ର କୁମାର ମିଶ୍ର ଯୋଗଦେଇ ଦକ୍ଷିଣ ଏସିଆର ବହୁଭାଷିକ ଶିକ୍ଷା ତଥା ଓଡ଼ିଶାର ବହୁଭାଷିକ ଶିକ୍ଷା ସମ୍ପର୍କରେ ନିଜ ମନ୍ତବ୍ୟ ପ୍ରଦାନ କରିଥିଲେ l ବିଶେଷତ୍ୱ ପୃଥିବୀର ଦୁଇଶହ ଭାଷାବିତ ଏହି ସମ୍ବିଳନୀରେ ଯୋଗଦେଇ ବିଶ୍ୱର ଭାଷା ପରିବାର କିପରି ବିକଶିତ ହୋଇଛି ତଥା ଏହାର ସଂପ୍ରତିକ ପ୍ରସଙ୍ଗିକତା ଭାବରେ ଗଭୀର ଆଲୋଚନା କରିଥିଲେ l ଏହି ସମ୍ବିଳନୀରେ ବିଭିନ୍ନ ଦେଶ କିପରି ଭାଷାର ବ୍ୟାକରଣ ଆଲୋଚନା ସହିତ ଭାଷାର ସୁରକ୍ଷା, ବିକାଶ ତଥା ବିଶ୍ୱର ବହୁଭାଷିକତାର ଆବଶ୍ୟକତା ଉପରେ ଆଲୋଚନା କରି ରାଷ୍ଟ୍ର ସମୂହ ନ କରି ନିଜ ନିଜ ଦେଶର ଭାଷା ଓ ଭାଷାରେ ଥିବା ଜ୍ଞାନକୁ କିପରି ମାନବ ବିକାଶରେ ଉପଯୋଗ କରିବେ ସେହି ସମ୍ପର୍କରେ ବିସ୍ଲେସଣ କରିଥିଲେ l ଆଗାମୀ ବିଶ୍ୱର ଭାଷା କିପରି ମାନବୀୟ ତଥା ଟେକନୋଲୋଜିର ମିଶ୍ରଣରେ ଏକ ନୂତନ ସମ୍ଭାବନା ଶୃଷ୍ଟି କରିଛି l ଭୂମି ଓ ଭାଷା ତଥା ପରିଚିତିର ସମ୍ପର୍କ କିପରି ରାଷ୍ଟ୍ରର ରାଜନୀତି ଓ ଇତିହାସକୁ ପ୍ରଭାବିତ କରୁଛି ଆଲୋଚିତ ହୋଇଥିଲା l ଏହି ସମ୍ବିଳନୀରେ ରୁଷ, ଇରାନ, ମଧ୍ୟ ଏସିଆ ଓ ଭାରତର ଭାଷା ସମୂହ କିପରି ମଧ୍ୟ, ପୂର୍ବ ଓ ଦଖିଣ ଏସିଆର ଇତିହାସ ଓ ସଭ୍ୟତାର ବିକାଶରେ ମହତ୍ୱ ପୁର୍ଣ ଭୂମିକା ବହନ କରୁଛି ତାହା ଉପରେ ବିଷାଦ ଆଲୋଚନା ହୋଇଥିଲା ।
ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ
What's Your Reaction?






