ମଧ୍ୟାହ୍ନ ଭୋଜନରେ ବ୍ୟାପକ ଅନିୟମିତତା,ସ୍କୁଲରେ ପିଲା ଉପସ୍ଥିତ ୨୫,ରିପୋର୍ଟରେ ୩୫

Sep 3, 2024 - 19:36
 0  77
ମଧ୍ୟାହ୍ନ ଭୋଜନରେ ବ୍ୟାପକ ଅନିୟମିତତା,ସ୍କୁଲରେ ପିଲା ଉପସ୍ଥିତ ୨୫,ରିପୋର୍ଟରେ ୩୫

ବରୀ- ମଧ୍ୟାହ୍ନ ଭୋଜନରେ ବ୍ୟାପକ ଅନିୟମିତତା କରାଯାଇଥିବା ଦେଖିବାକୁ ମିଳିଛି ।ବିଦ୍ୟାଳୟରେ ପିଲା ଅଛନ୍ତି ୨୫।ହେଲେ ରିପୋଟ କହୁଛି ୩୫।ଏଭଳି ବିଚିତ୍ର ଘଟଣା ଦେଖିବାକୁ ମିଳିଛି ବରୀରେ ।ସୂଚନାଯୋଗ୍ୟ ବରୀ ମଣ୍ଡଳ ଶିକ୍ଷା ଅଧିକାରୀ କାର୍ଯ୍ୟାଳୟ ଅଧିନରେ ରହିଛି ମଠସାହି ପ୍ରାଥମିକ ବିଦ୍ୟାଳୟ ।ଏହି ବିଦ୍ୟାଳୟରେ ମୋଟ ଛାତ୍ରଛାତ୍ରୀଙ୍କ ସଂଖ୍ୟା ୩୫ ଜଣ ହୋଇଥିବାବେଳେ ଆଜି ମୋଟ ୨୫ଜଣ ଛାତ୍ରଛାତ୍ରୀ ବିଦ୍ୟାଳୟକୁ ଆସିଥିଲେ ।ହେଲେ ଏଠାରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଏହାକୁ ଚଞ୍ଚକତା କରି ୩୫ଜଣ ଛାତ୍ରଛାତ୍ରୀ ବିଦ୍ୟାଳୟକୁ ଆସିଥିବାର ଦର୍ଶାଇ ଥିଲେ । ସରକାରୀ ନିୟମଅନୁସାରେ ବିଦ୍ୟାଳୟରେ ସକାଳ ୧୦ଟାରୁ୧୦.୩୦ମଧ୍ୟରେ ଛାତ୍ରଛାତ୍ରୀଙ୍କ ଉପସ୍ଥାନ ପକାଯିବା କଥା ହେଲେ ଏଠାରେ ଦିନ ୧ ପର୍ଯ୍ୟନ୍ତ ମଧ୍ୟ ଉପସ୍ଥାନ ପଡିନଥିଲା ।ଯାହାକି ସରକାରୀ ନିୟମକୁ ଖୁଲମ ଖୁଲା ପ୍ରଧାନ ଶିକ୍ଷକ ଉଲଂଘନ କରିଛନ୍ତି ।ଖାଲି ସେତିକି ନୁହେଁ ବିଦ୍ୟାଳୟରେ ଜଣେ ଶିକ୍ଷକ ଓ ଜଣେ ଶିକ୍ଷୟିତ୍ରୀ ଥିବାବେଳେ ବିଦ୍ୟାଳୟରେ ମାତ୍ର ଜଣେ ଶିକ୍ଷକ ଉପସ୍ଥିତ ଥିବା ଦେଖିବାକୁ ମିଳିଥିଲା ।ବଡ ପରିତାପର ବିଷୟ ବିଦ୍ୟାଳୟ ରେ ଛାତ୍ରଛାତ୍ରୀ ମାନେ ଭାତ ଓ ଡାଲମା ଖାଉଥିବାବେଳେ ପ୍ରଧାନ ଶିକ୍ଷକ ଖାଉଛନ୍ତି ପୋଟଳ ଭଜା ସାଙ୍ଗକୁ ସୋୟାବିନ କଷା ।ଏତିକିରେ ପ୍ରଧାନ ଶିକ୍ଷକଙ୍କ କାରନାମା ସରିନଥିଲା ଏହି ବିଦ୍ୟାଳୟ ଘର ଭିତରେ ଜାଳେଣି କାଠ ରଖାଯାଉଥିବାବେଳେ,ଏଠାରେ ମଧ୍ୟାହ୍ନ ଭୋଜନ ରୋଷେଇ ନହୋଇ ରୋଷେଇ କରୁଥିବା ରୋଷେୟାଙ୍କ ଘରେ ହେଉଛି ମଧ୍ୟାହ୍ନ ଭୋଜନ ।ତେବେ ମଧ୍ୟାହ୍ନ ଭୋଜନ ବିଦ୍ୟାଳୟରେ ନହୋଇ ନିର୍ଦ୍ଧିଷ୍ଟ ଜଣଙ୍କ ଘରେ କରାଯିବା ପଛରେ କିଛି ରହସ୍ୟ ଲୁଚି ରହିଛି ।ମାତ୍ର ଏଠାରେ ଏତେ ଅନିୟମିତତା କାର୍ଯ୍ୟ ଚାଲୁଥିବା ବେଳେ କେମିତି ଅଧିକାରୀଙ୍କ ଦୃଷ୍ଟିରେ ଏହା ପଡି ପାରୁନାହିଁ ନା ସବୁ ଜାଣି ଅଜଣା ସାଜିଛନ୍ତି ଅଧିକାରୀ ତାହା ଏବେ ସବୁଠୁ ବଡ଼ ପ୍ରଶ୍ନବାଚି ସୃଷ୍ଟି କରିଛି ।ଏନେଇ ଆମ୍ଭେ ବରୀ ମଣ୍ଡଳ ଶିକ୍ଷା ଅଧିକାରୀ ଭିକାରି ଚରଣ କବିଙ୍କୁ ପଚାରିବାରୁ ସେ କୁହନ୍ତି ମୁଁ ଏହାର ତଦନ୍ତ କରିବି ବୋଲି ।ଏବେ ଦେଖିବାକୁ ବାକି ରହିଲା ଏହା ଉପରେ ବିଭାଗର ତଦନ୍ତ କରାଯାଉଛି ନା ତଦନ୍ତ ଆଳରେ ମୋଟ ଅଙ୍କର ଅର୍ଥ କାରବାର ହୋଇ ଏହାକୁ ଚାପି ଦିଆଯାଉଛି ।ଏଥି ପ୍ରତି ସରକାର ଦୃଷ୍ଟି ଦେଇ ଘଟଣାର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର ଆବଶ୍ୟକତା ଅଛି ।

ବରୀ ପ୍ରତିନିଧି ରଞ୍ଜିତ ମହାନ୍ତିଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡ଼ିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ