ମଣ୍ଡି ଅଫିସର ଙ୍କ ପୋଶା ଗୁଣ୍ଡା ଗିରି ,ମଣ୍ଡି ରେ ଧାନ କଟନି ଛଟନି କୁ ନେଇ ଚାଷୀ ଅଭିଯୋଗ କଲେ ମିଲୁଛି ଧମକ

ଜୟପାଟଣା ୧୫-୦୧-୨୦୨୫(ଫାଷ୍ଟ ନ୍ୟୁଜ ଓଡ଼ିଶା /କଳାହାଣ୍ଡି-ଅତିରିକ୍ତ ଜିଲ୍ଲା ପ୍ରତିନିଧି-ବାବୁଲି ହରିଜନ)ମଣ୍ଡି ଅଫିସର ଙ୍କ ପୋଶା ଗୁଣ୍ଡା ଗିରି ,ମଣ୍ଡି ରେ ଧାନ କଟନି ଛଟନି କୁ ନେଇ ଚାଷୀ ଅଭିଯୋଗ କଲେ ମିଳିବ ଧମକ । ଦେଶର ମେରୁଦଣ୍ଡ ହଉଛି ଚାଷୀ କିନ୍ତୁ ସେହି ଚାଷୀ ର ମେରୁଦଣ୍ଡ କୁ ଆଜି କିଛିଟା ମନ୍ଦ ପ୍ରକୃତିର ସରକାରୀ ବାବୁ ମାନେ ମେରୁଦଣ୍ଡ ଭାଙ୍ଗିଦେବା ର ଦେଖିବାକୁ ମିଳିଛି । ମଣ୍ଡି ରେ କାମ ଦେଲା ନାହିଁ ସରକାରୀ ନିୟମ । 5KG ରୁ 7KG କଟନି ଛଟନି ରେ ଉଠୁଛି ଧାନ। ନଭେମ୍ବର ୨୯ ରୁ କଳାହାଣ୍ଡି ଜିଲ୍ଲା ରେ ଖରିଫ ଧାନ କିଣା ଚାଲିଛି , ମଣ୍ଡି ଆରମ୍ଭରୁ ବିନା କଟନି ଛଟନି ରେ ଧାନ କିଣା ଯିବ ବୋଲି ସରକାର ଘୋଷଣା କରିଥିଲେ ଶତ । ଏକଥା ଶୁଣି ଖୁସି ହେଇଥିଲେ ଚାଷୀ । କିନ୍ତୁ ସରକାର ଙ୍କ ଘୋଷଣା ର ଓଲଟା ପ୍ରତିଫଳନ ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଳକ ସମବାୟ ଅଧୀନରେ ଥିବା ପ୍ରତାପପୁର ମଣ୍ଡି ରେ । ଧାନବସ୍ତା ଓଜନ ଅନୁସାରେ କଟନି ଛଟନି କରାଯାଉଛି, କୁଇଣ୍ଟାଲ୍ ପ୍ରତି ପାଞ୍ଚ ରୁ ସାତ KG ଧାନ କଟନି ଛଟନି କରାଯାଉଥିବା ଅଭିଯୋଗ ହୋଇଛି ।ପ୍ରତାପପୁର ମଣ୍ଡି ରେ ଜୟପାଟଣା ସମବାୟ ସମିତି ତରଫରୁ ଧାନ କିଣା ଯାଉଛି । F A Q ଆଳରେ କୁଇଣ୍ଟାଲ୍ ପ୍ରତି ପାଞ୍ଚ ରୁ ସାତ କେଜି ଓ ବସ୍ତା ପିଛା ପ୍ରାୟ 1KG କାଟିବା ପାଇଁ ବାଧ୍ୟ କରାଯାଉଛି । RMC ଇନ୍ ଚାର୍ଜ ମୋଦିପ୍ ଖାଁ ସହ ପୂର୍ଚେସ ଅଫିସର୍ ନିହାର ରଞ୍ଜନ ହୋତା ମଣ୍ଡି ଦାୟିତ୍ୱରେ ଥିବା ବେଳେ ,ସବୁକିଛି ଚାଷୀ ଆଉ ମିଲରସ୍ ଏଜେଣ୍ଟ ଙ୍କ ବୁଝାମୋଣା ରେ ଚାଲିଥିବା କହିଛନ୍ତି ମଣ୍ଡି ଦାୟିତ୍ୱରେ ଥିବା ଅଧିକାରୀ ପୂର୍ଚେସ୍ ଅଫିସର୍ ନିହାର ରଞ୍ଜନ ହୋତା। କାଗଜ ପତ୍ର ରେ FAQ ଧାନ କିଣା ହଉଛି ଶତ , କିନ୍ତୁ ଚାଷୀ ଙ୍କ ଠାରୁ ଉଇଣ୍ଟାଲ୍ ପ୍ରତି ପାଞ୍ଚ ରୁ ସାତ କେଜି କାଟିବା ନିଜେ ଚାଷୀ କ୍ୟାମେରା ଆଗରେ କଏଦ ହେଇଛି , ଅନ୍ୟପଟେ ଚାଷୀ ଯଦି ମଣ୍ଡି ରେ ଧାନ କଟନି ଛଟନି କୁ ନେଇ ଅଭିଯୋଗ କଲେ ଧମକ ଦେଇ ମୁଁହ ବନ୍ଦ କରିବା ଦେଖିବାକୁ ମିଳିଛି। ଏଭଳି ଗୁଣ୍ଡାଗିରି ସଜେଇ ମଣ୍ଡି ଦାୟିତ୍ୱରେ ଥିବା ଅଧିକାରୀ ବାବୁ ମାନେ ଚାଷୀ ଙ୍କ ଉପରେ ଅତ୍ୟାଚାର କରି କଟନି ଛଟନି ଧାନ କୁ ଲୋକାଲ ରେ ଡାଇରେକ୍ଟ ମିଲର୍ଶ କୁ ଦେଇ ମାଲା ମାଲ୍ ହଉଥିବା ର ସୂଚନା ଜନ ମହଲରେ ଚର୍ଚ୍ଚିତ ହଉଛି । FIRST NEWS ODISHA ରୁ ଖବର ପ୍ରସାରଣ ପରେ ସରକାର ଓ ଉପର ଅଧିକାରି ପ୍ରଶାସନ ପକ୍ଷରୁ କିଭଳି ପଦକ୍ଷେପ ନେଉଛନ୍ତି ତାହା ଦେଖିବାକୁ ବାକି ରହିଲା।
What's Your Reaction?






